ପରମାଣୁ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ନରମିଲେ: କହିଲେ ଭାରତ ସହ କଥା ହେବାକୁ ପ୍ରସ୍ତୁତ,କିନ୍ତୁ କେବଳ ଏହି ସର୍ତ୍ତରେ..

ଇସଲାମାବାଦ,୩୧।୮: ବିଶ୍ବସ୍ତରୀୟ ଚାପ ପରେ ମଧ୍ୟ  ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନୀ ନେତାଙ୍କର ଏବେ ସ୍ବର ପରିବର୍ତ୍ତନ ହୋଇଛି। ଏବେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସୀ  କହିଛନ୍ତି, ତାଙ୍କ ଦେଶ ,ବେ ଭାରତ ସହିତ କଥା ହେବାକୁ ପ୍ରସ୍ତୁତ। କିନ୍ତୁ ସେ ଏଥିପାଇଁ ଭାରତ ନିକଟରେ କିଛି ସର୍ତ୍ତ ରଖିଛନ୍ତି। କ୍ୟୁରେଶୀ କହିଛନ୍ତି, ପାକିସ୍ତାନୀ ସୈନିକ ଓ ତାଙ୍କର ଦେଶ ଭାରତ ସହିତ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି।

ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆମେ କେବେ ମଧ୍ୟ ଭାରତ ସହିତ କଥା ହେବାକୁ ମନା କରିନାହୁଁ। ପାକିସ୍ତାନ ଏବେ ମଧ୍ୟ ଭାରତ ସହିତ ଦ୍ବିପାକ୍ଷିକ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି। କିନ୍ତୁ ଭାରତ ଆଲୋଚନା କରିବାର ସ୍ଥିତି ସୃଷ୍ଟି କରିନାହିଁ।’ ଏତିକି କହିବା ପରେ କ୍ୟୁରେସୀ ନିଜର କଥା ବଦଳାଇ ଦେଇଥିଲେ। ସେ ପାକିସ୍ତାନର ଅସଲ ଚେହେରା ସେତବେଳେ ସାମନାକୁ ଆସିଯାଇଥିଲା, ଯେତେବେଳେ ସେ କଶ୍ମୀର ପ୍ରସଙ୍ଗରେ ନିଜର ରାଗକୁ ଲୁଚାଇ ପାରିନଥିଲେ। ସେ କହିଥିଲେ, ଏହି ପ୍ରସଙ୍ଗ ନେଇ ଯଦି କୌଣସି ତୃତୀୟ ଦେଶ ମଧ୍ୟସ୍ଥତା କରେ ତେବେ ତାଙ୍କୁ ଖୁସି ହେବ। କେବଳ ସେତିକି ନୁହେଁ କ୍ୟୁରେସୀ ଆଲୋଚନାରେ ସର୍ତ୍ତ ରଖି କହିଥିଲେ, ଦୁଇ ଦେଶ ଭିତରେ ଆଲୋଚନା କରିବାକୁ ହେଲେ ଭାରତ ପ୍ରଥମେ କଶ୍ମୀରରେ ନଜରବନ୍ଦ ଥିବା ବିଚ୍ଛିନ୍ନତାବାଦୀ ନେତାଙ୍କୁ ମୁକ୍ତ କରୁ।

ଉଲ୍ଲେଖନୀୟ ଯେ, ପୂର୍ବରୁ ବହୁବାର ଭାରତ କହିସାରିଛି, ଯଦି ପାକିସ୍ତାନ ଆତଙ୍କବାଦୀ ଗତିବିଧିକୁ ବନ୍ଦ କରେ ତେବେ କଥା ହେବାକୁ ପ୍ରସ୍ତୁତ। ଆତଙ୍କବାଦୀ ଏବଂ ଆଲୋଚନା କେବେ ମଧ୍ୟ ଏକାଠି ହୋଇପାରିବ ନାହିଁ। ଏପରିକି ନିକଟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ପଷ୍ଟ ଭାବରେ କହିଥିଲେ, ଏବେ ପାକିସ୍ତାନ ସହିତ ଯେଉଁ ଆଲୋଚନା ହେବ ତାହା କେବଳ ପିଓକେ ନେଇ ରହିବ।

   ସମ୍ବନ୍ଧିତ ଖବର


ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !

ଆଗାମୀ ୨୦ ବର୍ଷ ଯାଏ ରହିବ କରୋନା, ଏଭଳି ଯୁକ୍ତି ରଖିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌