ଅପପ୍ରଚାର କରୁଥିବା ପାକ୍ ବୈଦେଶିକ ମନ୍ତ୍ରୀଙ୍କ ପାଟିରୁ ବାହାରିଲା ସତ,କଶ୍ମୀରକୁ ମାନିଲେ ଭାରତୀୟ ରାଜ୍ୟ,ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୦।୯: ଭାରତ ବିରୋଧରେ ଅପପ୍ରଚାର କରୁଥିବା ପାକିସ୍ତାନର ମୁଖା ପୁଣିଥରେ ଖୋଲିଯାଇଛି। ଆଜି ଜେନିଭାରେ ଚାଲିଥିବା ଯୁଏନ୍‌ଏଚ୍‌ଆରସିର ବୈଠକରେ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହା ମେହେମ୍ମୁଦ କ୍ୟୁରେସି ଜାମ୍ମୁ-କାଶ୍ମୀରକୁ ଭାରତର ରାଜ୍ୟ ବୋଲି କହିଛନ୍ତି। ପୂର୍ବରୁ ଏହା ଭାରତ ଅଧିକୃତ ରାଜ୍ୟ ବୋଲି ସେ କହୁଥିଲେ। କିନ୍ତୁ ମଙ୍ଗଳବାର ସେ କିନ୍ତୁ କଶ୍ମୀରକୁ  ଇଣ୍ଡିଆନ ଷ୍ଟେଟ୍‌ ବା ଭାରତର ରାଜ୍ୟ ବୋଲି କହିଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ ଭାରତରୁ ଘେରିବାକୁ ଚେଷ୍ଟା କରୁଥିବା ପାକିସ୍ତାନର ଅସଲ ମୁଖା ଖୋଲି। କଥା କଥାରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ  ସତ କଥା କହିବା ପରେ ଏବେ ତାଙ୍କର ଭିଡିଓ ମଧ୍ୟ ଭାଇରାଲ ହୋଇଛଇ।

କଶ୍ମୀରକୁ ଭାରତର ରାଜ୍ୟ କହିବା ପରେ ମଧ୍ୟ ପାକିସ୍ତାନୀ ମନ୍ତ୍ରୀଜଣକ   ଭାରତ ବିପକ୍ଷରେ କହିବା ପରେ ସେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଭାରତ କାଶ୍ମୀରରେ ସବୁକିଛି ସ୍ୱାଭାବିକ ଅଛି ବୋଲି ଏକ ଛବି ସୃଷ୍ଟି କରିବା ପାଇଁ ଚାହୁଁଛି।ଯଦି ସବୁକିଛ ସ୍ୱାଭାବିକ ଅଛି ତେବେ ଭାରତ କାହିଁକି ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଭାରତୀୟ ରାଜ୍ୟ କାଶ୍ମୀରକୁ ଯିବାକୁ ଦେଉ ନାହିଁ ବୋଲି କ୍ୟୁରେସି ପ୍ରଶ୍ନ କରିଥିଲେ ।

ଉଲ୍ଲେଖନୀୟ ଯେ, ଆଜି ପର୍ଯ୍ୟନ୍ତ ପାକିସ୍ତାନର ନେତା ଓ ମନ୍ତ୍ରୀ ବହୁବାରନିଜ  ଭାଷଣରେ ଏହାକୁ ଭାରତୀୟ ଅଧିକୃତ କାଶ୍ମୀର ବୋଲି କହୁଥିଲେ । ମାତ୍ର ୭୦ ବର୍ଷରେ ପ୍ରଥମ ଥର ପାଇଁ କୈଣସି ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ କାଶ୍ମୀରକୁ ଭାରତର ରାଜ୍ୟ ବୋଲି କହିଛନ୍ତି।ତାଙ୍କର ଏହି ଭିଡିଓ ସୋସିଆଲ୍‌ ମଡିଆରେ ଭାଇରାଲ ହେବାପରେ ଟ୍ରୋଲ କରାଯାଇଛି । ଅନେକ ଟ୍ୱିଟର ୟୁଜର ଏଥିପାଇଁ ମଧ୍ୟ ତାଙ୍କୁ ଧନ୍ୟବାଦ ଦେଇଛନ୍ତି

   ସମ୍ବନ୍ଧିତ ଖବର


ଆପଲ ଆପ୍‌ ଷ୍ଟୋରରୁ‌ ହଟିଲା ‘ଗୁଗୁଲ ପେ’

ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ