ପାଟିରେ ନରେନ୍ଦ୍ର ମୋଦିଙ୍କ ନାଁ ଧରିବା କ୍ଷଣି ବିଦ୍ୟୁତ୍ ଝଟକା ଖାଇଲେ ପାକ୍ ମନ୍ତ୍ରୀ, ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ

ଇସ୍‌ଲାମାବାଦ ୩୦।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠୁ ପାକିସ୍ତାନ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥଟ୍ଟାମଜ୍ଜା ସହ ଅନେକ ସମାଲୋଚନା କରୁଛନ୍ତି। ଏପରି କି ଭାରତକୁ ପାକିସ୍ତାନ ରେଳମନ୍ତ୍ରୀ ସିଧାସଳଖ ଯୁଦ୍ଧ ଧମକ ମଧ୍ୟ ଦେଇଛନ୍ତି। ଏମିତିକି ଆସନ୍ତା ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି ଭବିଷ୍ୟବାଣୀ ମଧ୍ୟ କରିଛନ୍ତି।  

ତେବେ ଯେଉଁ ପାକ୍‌ ରେଳମନ୍ତ୍ରୀ ଭାରତକୁ ଯୁଦ୍ଧ ଧମକ ଦେଉଥିଲେ ଆଜି ସେ କରେଣ୍ଟ ମାଡ଼ ଖାଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ଧରିବା କ୍ଷଣି ତାଙ୍କୁ ଏହି ବିଦ୍ୟୁତ୍ ଝଟକା ଲାଗିଛି।

ସୂଚନାଯୋଗ୍ୟ ଯେ, ଆଜି ପାକିସ୍ତାନ ପକ୍ଷରୁ ଜମ୍ମୁ-କଶ୍ମୀର ପାଇଁ ବନ୍ଦ ପାଳନ କରାଯାଉଛି। କଶ୍ମୀରବାସୀଙ୍କ ପାଇଁ ପାକିସ୍ତାନ ସରକାର ଛିଡ଼ା ହୋଇଛନ୍ତି ବୋଲି ଜଣାଇବା ପାଇଁ ଇମ୍ରାନ୍‌ ଖାନ୍‌ ସରକାର ଏଭଳି ବନ୍ଦ ପ୍ରହସନ କରୁଛନ୍ତି। #KashmirHour ନାଁରେ ମଧ୍ୟ ଏକ ଅଭିଯାନ ଆରମ୍ଭ ହୋଇଛି।

ଆଜି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାକ୍‌ ରେଳମନ୍ତ୍ରୀ ରଶିଦ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ମୋଦିଙ୍କ ନାଁ ନେବା କ୍ଷଣି ସେ ଧରିଥିବା ମାଇକ୍‌ଟିରେ ହଠାତ୍‌ ବିଦ୍ୟୁତ ଝଟକା ଖାଇଥିଲେ। ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଅନେକ ଟ୍ୱିଟର ବ୍ୟବହାରକାରୀ କହିଛନ୍ତି ଯେ “ପାକିସ୍ତାନ କଶ୍ମୀରକୁ ନେଇ ଯେଉଁ ଅପପ୍ରଚାର କରୁଛି, ତାକୁ ଭଗବାନ ବି ସହି ପାରୁ ନାହାନ୍ତି। ତେଣୁ ପାକ୍‌ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଧରିବା କ୍ଷଣି ବିଦ୍ୟୁତ ଆଘାତର ଶିକାର ହୋଇଛନ୍ତି।

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କଲେ ଭାରତର ପ୍ରଥମ ସି-ପ୍ଲେନ୍ ସେବା, ଜାଣନ୍ତୁ ଏହାର ବିଶେଷ୍ବତ

ବିଶେଷଜ୍ଞ ମତ: ପଶୁପକ୍ଷୀଙ୍କ ଦେହରେ ରହିଛି ୮,୫୦,୦୦୦ ମାରାତ୍ମକ ଭାଇରସ, ଏଗୁଡିକ ମଣିଷ ଦେହରେ ପ୍ରବେଶ କରିପାରନ୍ତି

ଅଦଭୁତ ମଣିଷ; ପାଖରେ ଗୁଟ୍‌ଖା ନଥିବାରୁ ଚେନ୍‌ ଟାଣି ଟ୍ରେନ୍ ଆଟକାଇଦେଲା ଯାତ୍ରୀ, ଆରପିଏଫ କାଟିଲା ଚାଲାଣ…

ଇତିହାସ ରଚିଲେ ହରପ୍ରୀତ ସିଂ, ଇଣ୍ଡିଆନ ଏୟାରଲାଇନ୍ସର ପ୍ରଥମ ମହିଳା ସିଇଓ ନିଯୁକ୍ତ

ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା