ବାଲକୋଟ୍ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନ କରିସାରିଲାରି ୫୧୩ ଥର ଯୁଦ୍ଧବିରତି ଉଲ୍ଲଙ୍ଘନ

ଜମ୍ମୁ,୧୪।୪: ବାଲକୋଟରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ମନରୁ ଭୟ ଛାଡିନି। ସେଥିପାଇ ଗତ ଦେଢ ମାସ ମଧ୍ୟରେ ୫୧୩ ଥର ଯୁଦ୍ଧବିରତି ଉଲ୍ଲଙ୍ଘନ କରିଛି। କେବଳ ସେତିକି ନୁର୍ହେ ୧୦୦ ରୁ ଅଧିକ ଥର ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ ମଧ୍ୟ ଏହାର ଜବାବରେ ଭାରତୀୟ ସୁରକ୍ଷାବାହିନୀ ଗୁଳିରେ ପାକିସ୍ତାନର ଯେତିକି କ୍ଷୟକ୍ଷତି ହୋଇଛି ତାହା ବାଲାକୋଟ ଆକ୍ରମଣ ଦ୍ବାରା ହୋଇଥିବା କ୍ଷୟକ୍ଷତିର ୫ରୁ ୬ଗୁଣା ଅଧିକ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।
GOC16 Corps, Lt Gen Paramjit Singh in Rajouri, yesterday: 513 ceasefire violations by Pakistan have taken place along the Line of Control, in the last one and a half month. Pakistan used heavy weaponry over 100 times during these violations. #JammuAndKashmir pic.twitter.com/rZo2YqGimp
— ANI (@ANI) April 14, 2019
ଗତ ଶନିବାର ଭାରତୀୟ ବାୟୁସେନା ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ବାଲକୋଟ୍ ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ଯୁଦ୍ଧବିରତି ଉଲ୍ଲଙ୍ଘନ କରିବା ସହ ସେନା ୧୦୦ ଥର ମୋର୍ଟାର, ବନ୍ଧୁକ ଏବଂ ତୋପର ବ୍ୟବହାର କରିଛି। ଭାରତ ଏହାର କଡ଼ା ଜବାବ ଦେଇଛି ବୋଲି ହ୍ବାଇଟ ନାଇଟ କର୍ପସର ଜେନେରାଲ କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ ଜେନେରାଲ ପରମଜିତ ସିଂହ ସୂଚନା ଦେଇଛନ୍ତି