ପାକିସ୍ତାନର କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୧୦ ମୃତ, ୩୫ ଆହତ

କ୍ୱେଟା,୧୭ ।୨(ଏଜେନ୍ସି): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ କ୍ୱେଟା ସହରରେ ସୋମବାର ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏଥିରେ ୨ ଜଣ ପୁଲିସ ସମେତ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ସହରର ସହରା-ଇ-ଅଦାଲତ ନିକଟ ପ୍ରେସକ୍ଲବ ପାଖରେ ଆନ୍ଦୋଳନ ଚାଲିଥିବା ବେଳେ ତାକୁ ଟାର୍ଗେଟ କରି ଏହି ବିସ୍ଫୋରଣ ଘଟାଯାଇଛି ।

ବିସ୍ଫୋରଣରେ ସେଠାରେ ଥିବା ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଛି । ଆହତମାନଙ୍କୁ କ୍ୱେଟା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୌଣସି ଆତଙ୍କୀ ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ବେଲୁଚିସ୍ତାନ ଗଭର୍ଣ୍ଣର
ଅମାନୁଲ୍ଲା ଖାନ୍‌ ୟାସିନଜାଇ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ।

   ସମ୍ବନ୍ଧିତ ଖବର


ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

ୟୁପିର କାନପୁରରେ ପ୍ରସ୍ତୁତ ହେବ ଯବାନଙ୍କ ପାଇଁ ନାଇଟ୍ ଭିଜନ ଉପକରଣ