କରୋନା ଭୟରେ ପାକିସ୍ତାନର ମନେ ପଡିଗଲା ଭାରତ କଥା: କହିଲା ‘ମିଶିକି ଭାଇରସ ସହ ଲଢିବା’

ନୁଆଦିଲ୍ଲୀ ୧୩/୩: ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ କରୋନା ଭାଇରସ ଯୋଗୁଁ ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ୧୦୦ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକୁ ମହାମାରୀ ଘୋଷଣା କରିଛି । ଏବେ କରୋନା ଯୋଗୁଁ ଭୟଭୀତ ପାକିସ୍ତାନ  ଏହି ଭାଇରସ ବିରୁଦ୍ଧରେ ଲଢିବା ପାଇଁ ଭାରତ ସହ କାମ କରିବାକୁ ଚାହୁଁଛି।

ଦି ଏକ୍ସପ୍ରେସ ଟ୍ରିବ୍ୟୁନର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ  ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ଆୟେଶା ଫାରୁକ୍କି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କରୋନା ଉପରେ ପାକିସ୍ତାନ ଭାରତ ସହ କାମ କରିପାରେ । ପଡୋଶୀ ଦେଶମାନଙ୍କ ସହ ମିଶି ଏହି ଭାଇରସ ମୁକାବିଲା କରିହେବ। ମୁଖପାତ୍ର କହିଛନ୍ତି, ‘ପାକିସ୍ତାନ ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ପାକିସ୍ତାନ ନାଗରିକଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ଏବଂ ଏଥିପାଇଁ ଆମେ ପଡୋଶୀ ଦେଶକୁ ମଧ୍ୟ କୌଣସି ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ।‘

ଏହି ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଲୋକଙ୍କୁ ସମସ୍ତ ସାହାଯ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି। ଆୟେଶା କହିଛନ୍ତି ଯେ ସମସ୍ତ ଦେଶର ପ୍ରାଥମିକତା ଏହାକୁ ବ୍ୟାପିବାରେ ରୋକିବା । ମୁଖପାତ୍ର ଆହୁରି କହିଛନ୍ତି ଯେ ପାକିସ୍ତାନ ଭାଇରସ ନବ୍ୟାପିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଛି । ଏହାକୁ ଧ୍ୟାନରେ ରଖି ସୀମାରେ ଏହି ସଂକ୍ରମଣକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି।

ତେବେ କରୋନା ସବୁ ଦେଶରେ ବିପଦ ସୃଷ୍ଟି କରୁଛି । ଭାରତରେ ପ୍ରଥମ କରୋନା ମୃତ୍ୟୁ ହୋଇସାରିଲାଣି । ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ଏହାର ଦ୍ରୁତ ଗତି ଦେଖି ଛାନିଆ । ଏପର୍ଯ୍ୟନ୍ତ ଭାରତରେ ୭୩ ଟି କରୋନା ମାମଲା ନଜର ଆସିଥିବାବେଳେ ପାକିସ୍ତାନରେ ୨୦ ଟି ମାମଲା ଦେଖାଦେଇଛି ।

   ସମ୍ବନ୍ଧିତ ଖବର


କରୋନାରେ ରାଜସମନ୍ଦ ବିଜେପି ବିଧାୟକ କିରଣ ମାହେଶ୍ୱରୀଙ୍କର ନିଧନ

୧ ଡିସେମ୍ବରରୁ ହେଉଛି ଏହି ୫ ବଡ ପରିବର୍ତ୍ତନ, ଜାଣନ୍ତୁ ଲାଭରେ ରହିବେ ନା ସହିବେ କ୍ଷତି

ବାହାଘରକୁ ନେଇ ବର ଆଖିରେ ଥିଲା ଆଖିଏ ସ୍ୱପ୍ନ, କିନ୍ତୁ ଦଇବ ସହିଲାନି : ହାତଗଣ୍ଠି ପଡ଼ିବା ଆଗରୁ ଆଖି ବୁଝିଦେଲା କନ୍ୟା

ହଠାତ୍ ଆକାଶରେ ଦେଖିବାକୁ ମିଳିଲା ଅଗ୍ନି ପିଣ୍ଡୁଳା,ଜୋରଦାର ଲାଇଟ୍ ସହିତ ହୋଇଗଲା ଗାଏବ୍

ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ଆହତ, ଭାଙ୍ଗିଗଲା ଗୋଡର ହାଡ଼

୧୧୦ ଜଣ ଶ୍ରମିକଙ୍କୁ ଗଳାକାଟି ହତ୍ୟା କଲେ ବୋକୋ ହରାମ ଆତଙ୍କବାଦୀ,ମହିଳାଙ୍କୁ ଉଠାଇ ନେଲେ