ଅଜମଲ କସାବକୁ ହିନ୍ଦୁ ପ୍ରମାଣ କରିବାକୁ ଚାହୁଁଥିଲା ପାକିସ୍ତାନ, ଦାଉଦ ଇବ୍ରାହିମ ଗ୍ୟାଙ୍ଗକୁ ଦେଇଥିଲା ସୁପାରୀ

ମୁମ୍ବାଇ ୧୮/୨: ଆତଙ୍କୀ ହମଲାର ଦୋଷୀ ଅଜମଲ କସାମବକୁ ନେଇ ଖୁଲାସା ହୋଇଛି କି ପାକିସ୍ତାନ ତାକୁ ଜଣେ ହିନ୍ଦୁ ରୂପେ ମାରିବାକୁ ଚାହୁଁଥିଲା । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ରାକେଶ ମାରିଆ ନିଜ ବହି ’ଲେଟ୍ ମିଁ ସେ ଇଟ୍ ନାଓ’ରେ ଖୁଲାସା କରିଛନ୍ତି ଯେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ଚାହୁଁଥିଲା କି କସାବକୁ ଭାରତର ଜଣେ ହିନ୍ଦୁ ବୋଲି ମାନିନିଆଯାଉ । କେବଳ ସେତିକି ନୁହେଁ ସେ ଦାଉଦ୍ ଇବ୍ରାହିମର ଗ୍ୟାଙ୍ଗକୁ କସାବକୁ ମାରିବା ପାଇଁ ସୁପାରୀ ମଧ୍ୟ ଦେଇଥିଲା ।

ବହି ଅନୁସାରେ କସାବକୁ ବେଙ୍ଗାଲୁରୁର ଜଣେ ନିବାସୀ ସମୀର ଦିନେଶ ଚୌଧୁରୀଙ୍କ ଆଇଡି କାର୍ଡ ଉପଲବ୍ଧ କରାଯାଇଥିଲା ଏବଂ ତା ହାତରେ ନାଲି ରଙ୍ଗର ସୁତା ମଧ୍ୟ ବାନ୍ଧି ଦିଆଯାଇଥିଲା । ବହିରେ ଲେଖା ହୋଇଛି ଯେ ଲସ୍କର-ଏ-ତୋଇବା ମୁମ୍ବାଇ ହମଲାକୁ ‘ହିନ୍ଦୁ ଆତଙ୍କବାଦ’ ରୂପେ ପ୍ରୋଜେକ୍ଟ କରିବାକୁ ଚାହୁଁଥିଲା । ଲସ୍କରର ଯୋଜନା ଥିଲା କି ଏହି ଆକ୍ରମଣରେ କସାବକୁ ବେଙ୍ଗାଲୁରୁ ନିବାସୀ ସମୀର ଚୌଧୁରୀ ବୋଲି ଚିହ୍ନଟ କରାଯାଉ ଏବଂ ସମସ୍ତ ଟିଭି ଚ୍ୟାନେଲ ଓ ଖବର କାଗଜରେ ତାକୁ ହିନ୍ଦୁ ଆତଙ୍କୀ ବୋଲି ଦର୍ଶାଯାଉ ।

ରାକେଶ ଲେଖିଛନ୍ତି, ‘କସାବ ଭାବୁଥିଲା କି ଭାରତରେ ମୁସଲିମ୍ ମାଙ୍କୁ ନମାଜ ପଢିବା ପାଇଁ ଅନୁମତି ନାହିଁ ଏବଂ ମସଜିଦଗୁଡିକୁ ବନ୍ଦ ରଖା ଯାଇଛି । ମୁଁ ନିଜ ଯାଞ୍ଚ ଅଧିକାରୀ ରମେଶ ମହାଲେଙ୍କ ଗାଡିରୁ ମେଟ୍ରୋ ସିନେମା ନିକଟସ୍ଥ ମସଜିଦ୍ ତାକୁ ନେବା ପାଇଁ ଆଦେଶ ଦେଲି । ଯେତେବେଳେ ସେ ନମାଜ ପଢାହେଉଥିବା ଦେଖିଲା ଏହାକୁ ସେ ବିଶ୍ୱାସ କରିପାରିଲା ନାହିଁ ।‘

   ସମ୍ବନ୍ଧିତ ଖବର


ବିଜେପିକୁ ଓବେସୀଙ୍କ କଡାପ୍ରଶ୍ନ, ବିଜେପି ଶାସିତ ୪ ରାଜ୍ୟରେ କାହିଁକି ନାହାନ୍ତି ଜଣେ ହେଲେ ମୁସଲିମ ମନ୍ତ୍ରୀ ?

ପୁଣି ଲଜ୍ଜା: ମନ୍ଦିର ପରିସରରେ ଖେଳୁଥିବା ନାବାଳିକାକୁ ପୂଜାରୀ କଲା ଦୁଷ୍କର୍ମ

ମିଗ୍-୨୯କେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ନିଖୋଜ

ଜାଣନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଏହି ସୁନ୍ଦରୀ ଗର୍ଲଫ୍ରେଣ୍ଡଙ୍କ ଦରମା କେତେ ?

ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ୬ ଜଣ ରୋଗୀଙ୍କ ମୃତ୍ୟୁ…

ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା, ଡିସେମ୍ବର ୩୧ ଯାଏ ବିମାନ ସେବା ବନ୍ଦ