PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

୧୦ ଓ୍ୱିକେଟ୍‌ରେ ପାକିସ୍ତାନ ବିଜୟୀ କ୍ରିକେଟରେ ଭାରତୀୟ ଟିମ୍‌ର ଲଜ୍ୟାଜନକ ପରାଜୟ

kohali

୧୦ ଓ୍ୱିକେଟ୍‌ରେ ପାକିସ୍ତାନ ବିଜୟୀ କ୍ରିକେଟର ଲଜ୍ୟାଜନକ ପରାଜୟ

ଟି-୨୦  ବିଶ୍ଵ କପ୍‌ରେ ଲଗାତାର ୫ ମୁକାବିଲା ହାରିବା ପରେ ପାକିସ୍ତାନ ଭାରତ ବିରୋଧରେ ପ୍ରଥମ ବିଜୟ ହାସଲ କରିଛି। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମହାମୁକାବିାଲରେ ପାକିସ୍ତାନ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଅବିଶ୍ଵସନୀୟ ପ୍ରଦର୍ଶନ କରି ଭାରତକୁ ୧୦ ଓ୍ଵିକେଟ୍‌ରେ ମାତ୍ ଦେଇ ସହୟ ବିଜୟ ହାସଲ କରିଛି। ବିଜୟ ସହ ପାକିସ୍ତାନ ନିଜର ଟି-୨୦ ବିଶ୍ଵ କପ୍ ଅଭିଯାନ ଆରମ୍ଭ କରିଥିବା ବେଳେ  ପରାଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି ଭାରତ। ଆଜିର ମ୍ୟାଚ୍ ପୂର୍ବରୁ ଭାରତ କେବେ ବି ୫୦ ଓଭର କିମ୍ବା ଟି-୨୦ ବିଶ୍ଵ କପ୍‌ରେ ପାକିସ୍ତାନଠୁ ହାରିନଥିଲା। ହେଲେ ବିରାଟଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଏହି ପରମ୍ପରାକୁ ବଜାୟ ରଖିବାରେ ବିଫଳ ହୋଇଛନ୍ତି।  ଏପରିକି ପ୍ରଥମ ଥର ଭାରତ ଟି-୨୦ ବିଶ୍ଵ କପରେ ୧୦ ଓ୍ଵିକେଟ୍‌ରେ ପରାଜୟ ଭୋଗିଛି।

ପ୍ରଥମେ ବ୍ୟାଟିଂ କରି ଭାରତ ନିଜର ଖ୍ୟାତି ଅନୁରୂପ ବ୍ୟାଟିଂ କରିନ ପାରି ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୧ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି ୫୭ ରନର ଇନିଂସ କରିଥିବା ବେଳେ ଋଷଭ ପନ୍ତ ୩୯ ରନ କରିଥିଲେ।  ଜବାବରେ ପାକିସ୍ତାନ ଦୁଇ ଓପନର ବାବର ଆଜମ ୬୮ ଏବଂ ରିଜଓ୍ଵାନଙ୍କ ୭୯ ଦମଦାର ଅର୍ଦ୍ଧଶତକୀୟ ଅପରାଜିତ ଇନିଂସ ବଳରେ ୧୭.୫ ଓଭରରେ ୧୦ ଓ୍ଵିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦୁଇ ଓପନର ୧୫୨ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି।

୧୫୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନକୁ ଦୁଇ ଓପନର ଅଧିନାୟକ ବାବର ଆଜମ ଏବଂ ମହମ୍ମଦ ରିଜଓ୍ଵାନ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ପ୍ରଥମ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ। ଭାରତର କୌଣସି ବୋଲର ପାକିସ୍ତାନ ବ୍ୟାଟସମ୍ୟାନଙ୍କ ଉପରେ ପ୍ରଭାବ ପକାଇ ପାରିନଥିଲେ। ଏହି କ୍ରମରେ ପ୍ରଥମେ ବାବର ଏବଂ ରିଜଓ୍ଵାନ ଅର୍ଦ୍ଧଶତକ ହାସଲ କରିଥିଲେ। ବାବର ୫୨ ବଲ୍‌ରୁ ୬ ଚୌକା ଓ ୨ ଛକା ସହ ୬୮ ରନ କରିଥିବା ବେଳେ ମହମ୍ମଦ ରିଜଓ୍ଵାନ ୫୫ ବଲ୍‌ରୁ ୬ ଚୌକା ଓ ୩ ଛକା ସହ ୭୯ ରନ କରି ଅପରାଜିତ ଥିଲେ। ଅବିଭାଜିତ ପ୍ରଥମ ଓ୍ଵିକେଟ୍‌ରେ ବାବର ଆଜମ ଓ ରିଜଓ୍ଵାନ ୧୫୨ ରନ ଯୋଡିଛନ୍ତି। ଦୁଇ ଓପନରଙ୍କ ଜବରଦସ୍ତ ବ୍ୟାଟିଂରେ ପାକିସ୍ତାନ ମ୍ୟାଚ୍‌କୁ ୧୭.୫ ଓଭରରେ କୌଣସି ଓ୍ଵିକେଟ୍ ନହରାଇ ମୁକାବିଲା ଜିତି ନେଇଛି। ଭାରତ ପକ୍ଷରୁ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର