ଶେଷରେ ପ୍ରିୟଙ୍କାଙ୍କ ପାଇଁ ଚିଡି଼ଗଲା ବିଚରା ପାକିସ୍ତାନ, ଲେଖିଲା ଏମିତି ପତ୍ର

ନୁଆଦିଲ୍ଲୀ ୨୧/୮: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାପରଠୁ ପାକିସ୍ତାନ ଚିନ୍ତାରେ ପଡିଯାଇଛି । ଚିନ୍ତା ଓ କ୍ରୋଧରେ ସେ ଭିନ୍ନ ଭିନ୍ନ ନିଷ୍ପତ୍ତି ନେଉଛି । ଅନେକ ଦେଶଠୁ ସାହାଯ୍ଯ ମାଗିସାରିଲାଣି ପାକିସ୍ତାନ । ସମସ୍ତଙ୍କ ନିକଟରେ ଗୁହାରୀ କଲେ ମଧ୍ଯ କିଛି ଫଳ ପାଉନି ଏହି ପଡୋଶୀ ଦେଶ । ସବୁଆଡୁ ନିରାଶ ହେବା ପରେ ଏକ ପିଲାଳିଆମୀ କାମ କରିଛି ପାକିସ୍ତାନ । ପାକିସ୍ତାନ ମାନବାଧିକାର ମନ୍ତ୍ରୀ ଶିରିନ ଏମ ମଜାରୀ ୟୁନିସେଫର ଚିଫଙ୍କୁ ପତ୍ର ଲେଖି ପ୍ରିୟଙ୍କା ଚୋପ୍ରାଙ୍କୁ ୟୁଏନ୍ ଗୁଡୱିଲ୍ ଏମ୍ବାସେଡର(ଶାନ୍ତି ସଦଭାବନା ରାଜଦୂତ) ପଦରୁ ହଟାଇବା ପାଇଁ ଅନୁରୋଧ କରିଛି । ଏହାର କିଛି ଦିନ ପୂର୍ବରୁ ମଧ୍ଯ ମଜାରୀ ଟ୍ୱିଟ୍ କରି ପ୍ରିୟଙ୍କାଙ୍କୁ  ଏହି ପଦରୁ ହଟାଇବା ପାଇଁ ଦାବି କରିସାରିଛି ।

ପ୍ରିୟଙ୍କାଙ୍କ ଉପରେ ଯୁଦ୍ଧକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଲଗାଇ ଟ୍ୱିଟ୍ କରି ମଜାରୀ ଥରେ କହିଥିଲେ ଯେ ୟୁନିସେଫକୁ ତୁରନ୍ତ ପ୍ରିୟଙ୍କା ଚୋପ୍ରାଙ୍କୁ ନିଜ ରାଜଦୂତ ପଦରୁ ହଟାଇବା ଉଚିତ୍ । କାରଣ ସେ ଭାରତୀୟ ସେନା ଓ ଖରାପ ମୋଦି ସରକାରଙ୍କୁ ସମର୍ଥନ କରିଛନ୍ତି । ଯଦି ତାଙ୍କୁ ବାହାର କରାନଯାଏ ତେବେ ଏଭଳି ନିଯୁକ୍ତି କେବଳ ଏକ ତମାସା ପାଲଟିଯିବ । ସେ ଏହା ମଧ୍ଯ କହିଥିଲେ ଯେ ୟୁନିସେଫକୁ ନିଶ୍ଚିତ ଏହା ଉପରେ ଧ୍ୟାନ ଦେବା ଉଚିତ୍ ଯେ ଏହି ପଦ ପାଇଁ ସେ କାହାକୁ ନିଯୁକ୍ତ କରୁଛି ।

ନିଜର ଏହି ପତ୍ରରେ ପାକିସ୍ତାନ ମାନବାଧିକାର ମନ୍ତ୍ରୀ ଲେଖିଛନ୍ତି ଯେ ଆପଣ ପ୍ରିୟଙ୍କା ଚୋପ୍ରାଙ୍କୁ ଯୁଏନର ଗୁଡୱିଲ୍ ଆମ୍ବାସଡର କରିଛନ୍ତି । କଶ୍ମୀରରେ ଯାହା କିଛି ବି ହୋଇଛି ତାହା ମୋଦି ସରକାରଙ୍କ ଅନ୍ତର୍ଜାତୀୟ ସମ୍ମିଳନୀର ଉଲ୍ଲଙ୍ଘନ କରିବା ଯୋଗୁଁ ହୋଇଛି ।

ପାକିସ୍ତାନୀ ମନ୍ତ୍ରୀଙ୍କ ଏହି କ୍ରୋଧ, ପ୍ରିୟଙ୍କାଙ୍କ ଦ୍ୱାରା ଜଣେ ପାକିସ୍ତାନୀ ଯୁବତୀଙ୍କୁ ଦିଆଯାଇଥିବା ଜବାବ ଯୋଗୁଁ ହୋଇଛି । ଆୟଶା ମଲିକ୍ ନାମକ ଜଣେ ଯୁବତୀ ପ୍ରିୟଙ୍କାଙ୍କ ଉପରେ ଅଭିଯୋଗ ଲଗାଇଥିଲେ ଯେ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ସପୋର୍ଟରେ ଟ୍ୱିଟ୍ କରି ପ୍ରିୟଙ୍କା ପାକିସ୍ତାନ ବିରୁଦ୍ଧରେ ପରମାଣୁ ଯୁଦ୍ଧର ବିପଦକୁ ପ୍ରୋତ୍ସାହିତ କରିଥିଲେ ଏବଂ ତାଙ୍କୁ ଏଭଳି କରିବା ଉଚିତ୍ ନଥିଲା ।

ପ୍ରିୟଙ୍କା ଚୋପ୍ରା ଏହାର ଜବାବରେ କହିଥିଲେ ଯେ ତାଙ୍କର ବହୁତ ଫ୍ୟାନ୍ସ ପାକିସ୍ତାନରେ ମଧ୍ଯ ଅଛନ୍ତି । ସେଥିପାଇଁ ଧନ୍ଯବାଦ । ସେ ଜଣେ ଭାରତୀୟ । ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ । ସେ ମଧ୍ଯ ଯୁଦ୍ଧ ସମର୍ଥନରେ ନାହାଁନ୍ତି କିନ୍ତୁ ସେ ଜଣେ ଦେଶଭକ୍ତ ।

   ସମ୍ବନ୍ଧିତ ଖବର


ଭାରତରେ ଜୁରାସିକ୍‌ କାଳର ପତ୍ର ଅବଶେଷ

କରୋନା ଟିକା ପାଇଁ ବଳିପଡିବେ ୫ ଲକ୍ଷ ସାର୍କ- ଜାଣନ୍ତୁ କାହିଁକି

ଚାଷୀଙ୍କ ପାଇଁ ମାଗାଣାରେ ବୋରୱେଲ୍‌ ଖୋଳାଇବେ – ଆନ୍ଧ୍ର ସରକାର

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ରହସ୍ୟ ଖୁବଶୀଘ୍ର ଉନ୍ମୋଚିତ-ସିବିଆଇକୁ ରିପୋର୍ଟ ଦେଲା ଏମ୍ସ ଟିମ୍‌

ଅନଲକ୍‌-୫ରେ ଖୋଲିପାରେ ସିନେମା ହଲ୍‌ ସହ ଏହି ସବୁ ଜିନିଷ

ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍