PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ପାକିସ୍ତାନୀ ଅଭିନେତାଙ୍କ ଖୁଲାସା: ଇଣ୍ଡଷ୍ଟ୍ରୀରେ ନୂଆ ଥିବା ବେଳେ ଜଣେ ଅଭିନେତ୍ରୀ କରିଥିଲେ ମୋର ଯୌନ ଶୋଷଣ

https://www.aajtak.in/

ଇସଲାମାବାଦ,୨୬।୨: ପାକିସ୍ତାନୀ ଅଭିନେତା ଅଜଫର ରେହମାନ ବହୁ ବର୍ଷର ପରିଶ୍ରମ ପରେ ଆଜି ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଫଳତା ପାଇପାରିଛନ୍ତି। ୧୫ ବର୍ଷର ନିଜ ଫିଲ୍ମ କ୍ୟାରିୟରରେ ଅଜଫର ବହୁ ଭଲ ଫିଲ୍ମରେ କାମ କରି ଦର୍ଶକଙ୍କ ହୃଦୟ ଜିଣିପାରିଛନ୍ତି। ବ୍ୟାଙ୍କରେ ଚାକିରୀ କରୁଥିବା ଏକ ପରିବାରରୁ ଆସିଥିବା ଅଜଫର ନିଜ ପରିବାରର ପରମ୍ପରା ବିରୋଧରେ ଯାଇ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ରଖିଥିଲେ। ଏ ବିଷୟରେ ସେ ଏକ ଇଣ୍ଟରଭ୍ୟୁରେ ସୂଚନା ଦେଇଛନ୍ତି। ଏହା ସହିତ ତାଙ୍କର ଯୌନ ଶୋଷଣ କରାଯାଇଥିବା କଥାର ସେ ଖୁଲାସା କରିଛନ୍ତି। ଆଉ ଯୌନ ଶୋଷଣ କରିଥିଲେ ଫିମେଲ୍ ଆର୍ଟିଷ୍ଟ।

ଅଜଫର ଉହମାନ ଏକ ସାକ୍ଷତକାରରେ ସୂଚନା ଦେଇଛନ୍ତି, ମୁଁ ନିଜର ପରିବାର ସବୁଠାରୁ ଅଲଗା ଥିଲି। ମୋର ୪ ଜଣ ଭାଇ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଛନ୍ତି। ଆଉ ମୁଁ ଗ୍ଲାମର ଦୁନିଆରେ ପାଦ ରଖିଲି। ଏହା ମୋ ପାଇଁ ଏତେ ସହଜ ନଥିଲା। ସଫଳତା ପାଇବାକୁ ଖୁବ୍ ପରିଶ୍ରମ କରିବାକୁ ପଡିଛି। ଏହି ଆଲୋଚନା ବେଳେ ଅଜଫର ଇଣ୍ଡଷ୍ଟ୍ରୀରେ ନିଜର ସଫଳତା, ମହିଳା କୋ-ଷ୍ଟାରଙ୍କ ଦ୍ବାରା ନିଜର ଶୋଷଣ, #MeToo  କ୍ୟାମ୍ପେନ ବିଷୟରେ ନିଜର ରାୟଠାରୁ ନେଇ କାଷ୍ଟିଂ କାଉଚ ଓ ବଲିଉଡର ସମ୍ପର୍କରେ ଖୋଲାଖୋଲି କଥା ହୋଇଥିଲେ।

ସେ କହିଛନ୍ତି , ମୋତେ ସହଜରେ ଫିଲ୍ମ ଇଣ୍ଡଷ୍ଟ୍ରୀ ଗ୍ରହଣ କରିପାରିନଥିଲା। କାଷ୍ଟିଂ କାଉଚ ବିଷୟରେ କହିଛନ୍ତି, ଏହା ବହୁ ବର୍ଷ ଧରି ଚାଲିଛି। ଏହା ସହ #MeToo  କ୍ୟାମ୍ପେନ ନେଇ ସେ ନିଜ ସହ ହୋଇଥିବା ଶୋଷଣ ସମ୍ପର୍କରେ ମଧ୍ୟ କହିଛନ୍ତି। ଜଣେ ପୁରୁଷ ହୋଇଥିଲେ ମଧ୍ୟ ମୋତେ ଫିମେଲ ଆର୍ଟିଷ୍ଟମାନେ ଶୋଷଣ କରିଥିଲେ। ମୁଁ ତାଙ୍କର ନାଁ ନେବିନି, କାରଣ ମୁଁ ସେ କଥାକୁ ଭୁଲି ଯାଇଛି, କିନ୍ତୁ ମହିଳାମାନେ ସବୁବେଳେ ଠିକ୍ ନୁହନ୍ତି ବୋଲି ଅଜଫର କହିଛନ୍ତି।