ଅଭିନନ୍ଦନଙ୍କ ପ୍ରତିଶୋଧ ନେଲା ଭାରତୀୟ ସେନା,ଗିରଫ କରିଥିବା ପାକିସ୍ତାନୀ କମାଣ୍ଡୋ ଅନୁପ୍ରବେଶ ବେଳେ ନିହତ

ନୂଆଦିଲ୍ଲୀ,୨୦।୮: ଭାରତୀୟ ବାୟୁସେନାର ସାହାସୀ ପାଇଲଟ୍ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପ୍ରତିଶୋଧ ପାକିସ୍ତାନ ଠାରୁ ନେଇଛି ଭାରତୀୟ ସେନା। ଅଭିନନ୍ଦନଙ୍କୁ ଗିରଫ କରି ନିର୍ଯ୍ୟାତନା ଦେଇଥିବା ପାକିସ୍ତାନୀ କମାଣ୍ଡୋ ଅହମ୍ମଦ ଖାନଙ୍କୁ ସେନାର ଯବାନ ମାରିଦେଇଥିବାର ସୂଚନା ମିଳିଛି। ପାକିସ୍ତାନ କମାଣ୍ଡୋ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବା ବେଳେ ନିହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ସେନାର ସ୍ବତନ୍ତ୍ର ସେବା ସମୁହ ସୁବେଦାର ଅହମ୍ମଦ ଖାନକୁ ଭାରତୀୟ ସେନା ଗତ ୧୭ ତାରିଖରେ ଏଲଓସିର ନୈକଲ ସେକ୍ଟରରେ ମାରିଥିଲେ, ସେ ଭାରତରେ ଅନୁପ୍ରବେଶକାରୀଙ୍କୁ ପଠାଇବା ନେଇ ଚେଷ୍ଟା କରୁଥିଲା। ଗତ ୨୭ ଫେବୃଆରୀରେ ଅଭିନନ୍ଦନଙ୍କୁ ଗିରଫ କରି ନେଇଥିବା ଅହମ୍ମଦ ଖାନଙ୍କୁ ପାକିସ୍ତାନ ଦ୍ବାରା ଜାରି କରାଯାଉଥିବା ଫଟୋରେ ଦେଖିବାକୁ ମିଳିଥିଲା।

କେବଳ ଏଥର ନୁହେଁ ଅହମ୍ମଦ ଖାନ୍ ଏହା ପୂର୍ବରୁ ନୌସେରା, ସୁନ୍ଦରବନି ଓ ପଲ୍ଲନଓ୍ବାଲା ସେକ୍ଟରରେ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାରେ ସାହାର୍ଯ୍ୟ କରୁଥିଲେ। କୁହାଯାଉଛି ଯେ, ଅନୁପ୍ରବେଶ କରିବା ପାଇଁ ପାକିସ୍ତାନ ସେନା ତାଙ୍କୁ ସ୍ବତନ୍ତ୍ର ଭାବରେ ମୁତୟନ କରିଥିଲା। କଶ୍ମୀରରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ପାଇଁ ଫରଓ୍ବାର୍ଡ ପୋଷ୍ଟ ଉପରେ ଜୈଶ-ଇ-ମହମ୍ମଦ ଦ୍ବାରା ପ୍ରଶିକ୍ଷିତ ଆତଙ୍କବାଦୀଙ୍କୁ ଏକାଠି କରୁଥିଲେ।ଗତ ୧୭ ତାରିଖରେ ଭାରତରେ ଅନୁପ୍ରବେଶ କରିବାର ଉଦେଶ୍ୟରେ ପାକିସ୍ତାନୀ ସେନା ପୁଞ୍ଛର କୃଷ୍ଣାଘାଟି ସେକ୍ଟରରେ ମୋର୍ଟାର ମାଡ କରିଥିଲା, ଯାହାକୁ ଭାରତୀୟ ସେନା କଡା ଜବାବ୍ ଦେଇଥିଲ। ଭାରତୀୟ ସେନା ଦ୍ବାରା କରାଯାଇଥିବା ପାଲଟା କାର୍ଯ୍ୟାନୁଷ୍ଠାନରେ କମାଣ୍ଡେ ଅହମ୍ମଦ ଖାନ୍ ନିହତ ହୋଇଛନ୍ତି।

ଉଲ୍ଲେଖନୀୟ ଯେ, ବାଲକୋଟରେ ଭାରତୀୟ ବାୟୁସେନା ଦ୍ବାରା କରାଯାଇଥିବା ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନୀ ବିମାନ ଭାରତରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଭାରତୀୟ ବିମାନ ପାକିସ୍ତାନର ଏହି ଚେଷ୍ଟାକୁ ବିଫଳ କରିବାକୁ ବିମାନକୁ ପାର କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପାକିସ୍ତାନୀ ବିମାନ ଏଫ୍-୧୬କୁ ନଷ୍ଟ କରିବାକୁ ଯାଇ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦଙ୍କ ମିଗ୍ -୨୧ କ୍ରାସ୍ ହୋଇ ପାକିସ୍ତାନରେ ପଡିଥିଲେ। ଏହାପରେ ପାକିସ୍ତାନୀ ସୈନିକ ତାଙ୍କୁ ଗିରଫ କରିବା ପରେ ସେଠାରେ ନିର୍ଯ୍ୟାତନା ଦେଇଥିଲେ। ତେବେ ଭାରତର ଚାପ ପରେ ପାକିସ୍ତାନ ଛାଡି ଦେଇଥିଲା।

   ସମ୍ବନ୍ଧିତ ଖବର


ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା Paytm, ଆପ୍ ହଟାଇବା ପଛରେ ରହିଛି ଏହି କାରଣ

ରୁଷର ଭ୍ୟାକସିନ ନେଉଥିବା ପ୍ରତି ୭ ଜଣରୁ ଜଣେ ବ୍ୟକ୍ତି ଅସୁସ୍ଥ, ଭାରତକୁ ମଧ୍ୟ ଆସିବ ଲକ୍ଷାଧିକ ଟିକା

ଜୟା ବଚ୍ଚନଙ୍କ ‘ଥାଳି’ ମନ୍ତବ୍ୟ ନେଇ ମୁହଁ ଖୋଲିଲେ ମୁକେଶ ଖାନ୍ନା, କହିଲେ-ବଲିଉଡ ଇଣ୍ଡଷ୍ଟ୍ରୀ କାହା ବାପାର ନୁହେଁ…

ପ୍ରଥମ ଥର ସ୍ବୀକାର କଲା ଡ୍ରାଗନ୍,ଗଲଓ୍ବାନ ଘାଟି ସଂଘର୍ଷରେ ନିହତ ହୋଇଥିଲେ ଚୀନ୍ ସୈନିକ

ଜାତୀୟ ସୁରକ୍ଷା ଉପରେ ବଡ଼ ବିପଦ! ଏନଆଇସି ଉପରେ ସାଇବର ଆଟାକ୍, ସମ୍ବେଦନଶୀଳ ତଥ୍ୟ ଚୋରିକଲେ ହ୍ୟାକର

ପ୍ରଖ୍ୟାତ ଫ୍ୟାସନ୍‌ ଡିଜାଇନର ଶରବରୀ ଦତ୍ତାଙ୍କ ଦେହାନ୍ତ, ମୃତ୍ୟୁର କାରଣ ଅସ୍ପଷ୍ଟ