PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ପାକିସ୍ତାନୀ କ୍ରିକେଟରଙ୍କ ମନ କିଣି ନେଲେ ମାହି, ଗୁରୁଙ୍କ ଭଳି ସମ୍ମାନ ଦେଖାଇ ଟିମ୍ ଇଣ୍ଡିଆର ମେଣ୍ଟରଙ୍କଠାରୁ ବୁଝିଥିଲେ ଟିପ୍ସ

ଦୁବାଇ,୨୫।୧୦: ଟି-୨୦ ବିଶ୍ବକପ୍‌ରେ ଭାରତକୁ ପ୍ରଥମ ଥର ହରାଇବା ପରେ ପାକିସ୍ତାନର ଖେଳାଳିଙ୍କ ଭିତରେ ଖୁସିର ଲହରୀ। ପୁରା ଟିମ୍ ଯେଉଁଭଳି ଭାବରେ ଖୁସିକୁ ସେଲିବ୍ରେଟ୍ କଲେ, ସେଥିରୁ ଲାଗୁଛି ତାଙ୍କ ପାଇଁ ଏହି ବିଜୟ ବିଶ୍ବକପ୍ ବିଜୟଠାରୁ ମଧ୍ୟ ବଡ ଥିଲା। ଭାରତ ଓ ପାକିସ୍ତାନ ଭିତରେ ଯଦି କୌଣସି ମ୍ୟାଚ୍ ଥାଏ ଖୁବ୍ ଉତ୍ତେଜନାପୂର୍ଣ୍ଣ ପରିବେଶ ରହିଥାଏ। ମ୍ୟାଚ୍‌ ପରେ ଯେତେବେଳେ ଖେଳାଳି ଅଳ୍ପ ଚାପ ମୁକ୍ତ ହୁଅନ୍ତି ତାଙ୍କ ଭିତରେ କଥାବାର୍ତ୍ତା ହୋଇଥାଏ।

ତେବେ ଏଥର ଜଣେ ଏଭଳି ଖେଳାଳି ଥିଲେ ଯାହାଙ୍କର ପାକିସ୍ତାନୀ କ୍ରିକେଟରଙ୍କ ଭିତରେ ଖୁବ୍ ଡିମାଣ୍ଡ ଥିଲା। ଏବେ ସେ ଅନ୍ତର୍ଜାତୀୟ କ୍ରିକେଟ ମଧ୍ୟ ଖେଳୁ ନାହାନ୍ତି। ସେ ହେଉଛନ୍ତି ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି। ବାବର ଆଜମ୍ ହୁଅନ୍ତୁ କିମ୍ବା ଶୋଏବ୍ ମଲିକ୍, ଇମାଦ୍ ଓ୍ବାମିମ୍ କିମ୍ବା ନୂଆ ନୂଆ ଫ୍ୟାନ୍ ପାଲଟିଥିବା ଶହନଓ୍ବାଜ ଧାନି… ସମସ୍ତେ ଧୋନିଙ୍କ ସହ କଥା ହେଲାକୁ ଖୁବ୍ ଉତ୍ସାହିତ ଥିଲେ। ମାହି ମଧ୍ୟ କାହାକୁ ନିରାଶ କରିନଥିଲେ।

ରବିବାର ରାତିରେ ସତେ ଯେପରି ଶାହନଓ୍ବାଜ ଧାନିଙ୍କ ମୁହଁରୁ ହସ ଲୁଚି ପାରୁନଥିଲା। ପ୍ରଥମତଃ ତାଙ୍କ ଟିମ୍ ଭାରତକୁ ଓ୍ବାର୍ଲ୍ଡକପ୍‌ରେ ହରାଇଛି। ତା ଉପରେ ଉପରେ ଧୋନିଙ୍କୁ ଭେଟିବାର ସୁଯୋଗ। ଧୋନି ମଧ୍ୟ ନିଜର ଏହି ପାକିସ୍ତାନୀ ଫ୍ୟାନ୍‌ଙ୍କୁ ନିରାଶ କରିନଥିଲେ। ଦୁହେଁ କିଛି ସମୟ କଥାବାର୍ତ୍ତା ହେବାପରେ ଏକାଠି ଫଟୋ ଉଠାଇଥିଲେ।   ବାବର ଆଜମ୍ ବର୍ତ୍ତମାନ ଶୀର୍ଷ ବ୍ୟାଟସମ୍ୟାଙ୍କ ଭିତରେ ରହିଛନ୍ତି। ତାଙ୍କର ଅଧିନାୟକତ୍ବରେ ଟିମ୍ ପ୍ରଥମ ଥର ଓ୍ବାର୍ଲ୍ଡକପ୍‌ରେ ଭାରତକୁ ମାତ୍ ଦେଇଛି। ବାବରଙ୍କ ନେତୃତ୍ବରେ ଯାହା ହୋଇଛି, ତାହା ୧୯୯୨ ରେ ବିଶ୍ବକପ୍ ଚିଳିବା ବେଳେ ଇମ୍ରାନ୍ ଖାନ୍(ବର୍ତ୍ତମାନର ପାକିସ୍ତାନ ପ୍ରଧାନମନ୍ତ୍ରୀ)ଙ୍କ ଟିମ୍ ମଧ୍ୟ ତାହା କରିପାରିନଥିଲେ।

ଧୋନିଙ୍କୁ ଭାରତୀୟ ଟିମ୍‌ର ମେଣ୍ଟର ଭାବରେ ୟୁଏଇ ପଠାଯାଇଛି। ତେବେ ମ୍ୟାଚ୍‌ ବେଳେ ପାକିସ୍ତାନୀ ଖେଳାଳିଙ୍କୁ ମଧ୍ୟ ସେ ଟିପ୍ସ ଦେଉଥିବାର ଦେଖିବାକୁ ମିଳିଥିଲେ। ଏପରିକି ସେ ସମୟର ଯେଉଁ ଫଟୋ ରହିଛି ତାହା ଦେଖିଲେ ଜାଣି ହେବ ଧୋନି ଜଣେ ଗୁରୁ ଭାବରେ ସାବଧାନ ମୁଦ୍ରାରେ ଟିପ୍ସ ଦେଉଥିଲେ ଆଉ ବାବର ଆଜମ୍, ଶୋଏବ୍ ମଲିକ୍, ଓ୍ବାସିମ୍‌ଙ୍କ ଭଳି ପାକିସ୍ତାନୀ ଖେଳାଳି ଜଣେ ଜଣେ ଛାତ୍ରଙ୍କ ଭଳି ପଛ ପଟେ ହାତ ରଖି କ୍ରିକେଟର ନୂଆ ନୂଆ ଟିପ୍ସ ଓ ଟେକନିକ୍ ବିଷୟରେ ଜାଣୁଥିଲେ।

ସମ୍ବନ୍ଧିତ ଖବର