ସୈନିକ ସ୍କୁଲର ହ୍ବାଟସଆପ୍ ଗ୍ରୁପ୍ ହ୍ୟାକ୍, ପାକିସ୍ତାନ ନମ୍ବରରୁ ପଠାଗଲା ଅଶ୍ଲୀଳ ଫଟୋ ଓ ଭିଡିଓ

ଗୋପାଳଗଞ୍ଜ,୩।୧୨: ବିହାରର ଗୋପାଳଗଞ୍ଜ ହଥୁଆରେ ସ୍ଥିତ ସୈନିକ ସ୍କୁଲର ଏକ ହ୍ବାଟସଆପ୍ ଗ୍ରୁପକୁ ପାକିସ୍ତାନର ଲୋକଙ୍କ ଦ୍ବାରା ହ୍ୟାକ୍ କରିଦିଆ ଯାଇଥିଲା। ଗ୍ରୁପକୁ ହ୍ୟାକ୍ କରିବା ପରେ ଛାତ୍ରଙ୍କୁ ପଢାଯାଉଥିବା ଏହି ହ୍ବାଟସଆପ୍ ଗ୍ରୁପରେ ବହୁ ଅଶ୍ଲୀଳ ଭିଡିଓ ଫଟୋ ପକାଇଥିଲେ। ଏହାକୁ ନେଇ ସୈନିକ ସ୍କୁଲ ମ୍ୟାନେଜମେଣ୍ଟ ହଥୁଆ ଥାନାରେ କିଛି ହ୍ବାଟସଆପ୍ ନମ୍ବର ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ସ୍କୁଲର ଏହି ହ୍ବାଟସଆପ୍ ଗ୍ରୁପକୁ ହ୍ୟାକ୍ କରିବା ପରେ ସ୍କୁଳ ମ୍ୟାନେଜମେଣ୍ଟ ଚିନ୍ତାରେ ପଡିଯାଇଛି।

ମିଳିଥିବା ସୂଚନା ଅନୁସାରେ, ହଥୁଆ ସ୍ଥିତ ସୈନିକ ସ୍କୁଲ ଦ୍ବାରା କରୋନା ଭାଇରସରୁ ରକ୍ଷା ପାଇବାକୁ ନେଇ କରାଯାଇଥିବା ଲକଡାଉନ୍ ବେଳେ ଛାତ୍ରଙ୍କୁ ପଢାଇବା ପାଇଁ ହ୍ବାଟସଆପ୍ ଗ୍ରୁପ ତିଆରି କରାଯାଇଥିଲା। ସପ୍ତମ ଶ୍ରେଣୀର ପିଲାଙ୍କୁ ପଢାଇବା ପାଇଁ ଏହି ହ୍ବାଟସଆପ୍ ଗ୍ରୁପରେ କାହାଦ୍ବାରା ଆଡମିନ୍ କରି ବହୁ ନମ୍ବରକୁ ଯୋଡା ଯାଇଥିଲା। ଏପରିକି ଯୋଡା ଯାଇଥିବା ବହୁ ନମ୍ବର ପାକିସ୍ତାନର ବୋଲି କୁହାଯାଉଛି ଓ ଏହି ନମ୍ବର ଦ୍ବାରା ସୈନିକ ସ୍କୁଲର ଏହି ହ୍ବାଟସଆପ୍ ଗ୍ରୁପରେ ବହୁ ଆପତ୍ତିଜନକ କଣ୍ଟେଣ୍ଟ ପକାଯାଇଥିଲା, ଯାହାକି ଗମ୍ଭୀର ପ୍ରଶ୍ନ ଉଠାଇଛି।

ସ୍କୁଲ ମ୍ୟାନେଜମେଣ୍ଟ ଏହାକୁ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି କହିଛନ୍ତି। ଏବେ ହଥୁଆ ପୋଲିସ ଏହି ମାମଲାରେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ହଥୁଆ ଏସଡିପିଓ ନରେଶ କୁମାର ନିଜେ ଯାଞ୍ଚ କରୁଛନ୍ତି। ସେ କହିଛନ୍ତି, ପ୍ରଥମ ମାମଲା ହ୍ବାଟସଆପ୍ ଗ୍ରୁପର ଆଡମିନଙ୍କ ଅବହେଳା ମାମଲା ସାମନାକୁ ଆସିଛି। ସେ କହିଛନ୍ତି, ଆଡମିନଙ୍କ ଦ୍ବାରା ଯୋଡା ଯାଇଥିବା ସମସ୍ତ ନମ୍ବରର ଯାଞ୍ଚ କରାଯାଉଛି ଓ ଖୁବ୍ ଶୀଘ୍ର ମାମଲାର ଖୁଲାସା କରାଯିବ।