PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଭାଙ୍ଗିଲା ରାକ୍ଷୀର ପ୍ରତିଜ୍ଞା; ସାହା ହେବ ବୋଲି କହି ଭଉଣୀକୁ ବାହା ହେଲା ଭାଇ, ଅପହରଣ କରି…

କରାଚୀ: ବିଶ୍ୱାସ ଓ ଭରସାରେ ଭାଇ ହାତରେ ବାନ୍ଧିଥିଲା ରାକ୍ଷୀ। ସବୁ ବିପଦ ଆପଦରେ ଭାଇ ମୋର ଶାହ ହେବ, ସମାଜର ଲୋଲୁପ ଆଖିରୁ ସୁରକ୍ଷା ଦେବ। ଆଉ ଗୋଟେ ଖୁବ୍ ସୁନ୍ଦର ରାଜା ପୁଅ ଦେଖି ବାହା ଦେଇ ଶାଶୂଘରକୁ ପଠେଇବ। ଏସବୁ ସ୍ୱପ୍ନ ହଠାତ୍ ଚୁର୍‌ମାର ହୋଇଗଲା ରୀନା ମେଘୱାରଙ୍କର। ଭାଇ ବୁଝିଲାନି ରାକ୍ଷୀର ମୂଲ। ସମାଜର ଲୋଲୁପ ଆଖିରୁ ବଞ୍ଚାଇବ କଣ, ଭଉଣୀ ପାଇଁ ସେ ନିଜେ ପାଲଟିଗଲା ରାକ୍ଷସ। ଭଉଣୀକୁ ଅପହରଣ କରି ଧର୍ମ ପରିବର୍ତ୍ତନ କରି ଭଗ୍ନୀକୁ କରିଦେଲା ପତ୍ନୀ।

ଏଭଳି ଘୃଣ୍ୟ ଘଟଣା ଘଟିଛି ପାକିସ୍ତାନରେ । ସେଠାରେ ହୀନ୍ଦୁମାନଙ୍କ ଉପରେ ଯାହା ବିତୁଛି ତାହା ସାରା ଦୁନିଆ ଜାଣିଛି। ଦେଶ ବିଭାଜନ ପରେ ଯେଉଁ ହିନ୍ଦୁମାନେ ପାକିସ୍ତାନକୁ ପାକ୍(ପବିତ୍ର) ବୋଲି ନିଜର କରିଥିଲେ, ଆଜି ସେଠାରେ ସେମାନେ ନିର୍ଯାତିତ।

ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି ପାକିସ୍ତାନ ସିଂଘ ଅଞ୍ଚଳରେ ରହୁଥିବା ରୀନା ମେଘୱାର। ରୀନା ରାକ୍ଷୀପୂର୍ଣ୍ଣିମାରେ ପଡ଼ୋଶୀ କାସିମ କାଶଖେଲୀକୁ ରାକ୍ଷୀ ବାନ୍ଧି ଭାଇ ବନାଇଥିଲେ। ହେଲେ କାସିମ ରାକ୍ଷୀର ମୂଲ୍ୟ ବୁଝିଲାନି। ସେ ରୀନକୁ ଜବରଦସ୍ତ ଅପହରଣ କରିବା ସହିତ ଧର୍ମ ପରିବର୍ତ୍ତନ କରାଇ ତାକୁ ବାହା ହେଇଗଲା।

ରୀନା ଘଟଣା ସମ୍ପର୍କରେ ପୂରା ଦୁନିଆକୁ ଜଣାଥିଲେ। ତାଙ୍କୁ ରକ୍ଷା କରିବାକୁ ସୋଶଲ ମିଡିଆରେ ଲୋକଙ୍କୁ ଗୁହାରି କରିଥିଲେ। ଦେଖୁ ଦେଖୁ ତାଙ୍କ ଭିଡିଓ ଭାଇରାଲ୍ ହେବା ପରେ ପାକିସ୍ତାନ କୋର୍ଟ ମାମଲାରେ ହସ୍ତକ୍ଷେପ କରି ରୀନାଙ୍କୁ ତାଙ୍କ ବାପାଙ୍କ ପାଖରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ରୋର୍ଟରେ କାସିମ ଜାଲି ପ୍ରମାଣପତ୍ର ଦେଇ ରୀନାଙ୍କୁ ମୁସ୍ଲିମ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେବି କୋର୍ଟ ତାର ମିଛକୁ ଧରିପାରିଥିଲେ। ଫେବ୍ରୁଆରୀ ୧୩ ତାରିଖରେ କାସିମ ରୀନାଙ୍କୁ ଅପହରଣ କରିନେଇଥିଲା। ରୀନାଙ୍କ ଭିଡିଓ ମାଧ୍ୟମରେ ଗୁହାରୀ ଜଣାଇବା ପରେ ସିଂଘ ସରକାର ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବଦିନ ଏସ୍‌ପି ଶବୀର ଅହମଦ ସେଥର ଏକ କମିଟି ଗଠନ କରି କାସିମ ଘରୁ ରୀନାଙ୍କୁ ଉଦ୍ଧାର କରିଥିଲେ।

ଏହାପରେ ରୀନା ସୋମବାର ବଦିନର ଏକ ସ୍ଥାନୀୟ କୋର୍ଟରେ ହାଜର ହୋଇ ତାଙ୍କ ଉପରେ ବିତିଥିବା ଅତ୍ୟାଚାର କହିବା ସହିତ ତାଙ୍କ ପରିବାରକୁ ଧମକ ଦିଆଯାଇଥିବା କୋର୍ଟରେ ଜଣାଇଥିଲେ। ଏହାପରେ କୋର୍ଟ ରୀନଙ୍କୁ ତାଙ୍କ ବାପାମାଙ୍କ ପାଖରେ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ସହିତ ଅଭିଯୁକ୍ତ କାସିମ ବିରୋଧରେ ମାମଲା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଘଟଣା ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର