PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପାକିସ୍ତାନରେ ବିସ୍ଫୋରଣ ୧୬ ମୃତ, ଆଳୁ ଅଖା ଭିତରେ ରହିଥିଲା ବମ୍

ଇସଲାମାବାଦ,୧୨।୪: ପାକିସ୍ତାନର କ୍ବେଟାରେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନଙ୍କ ଭିତରେ କିଛି ଲୋକଙ୍କର ଅବସ୍ଥା ଗୁରୁତର ରହିଛି। କୁହାଯାଉଛି ଯେ, ବିସ୍ଫୋରଣ ପାକିସ୍ତାନର ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ କ୍ବେଟାର ହଜାରଗାଞ୍ଜି ପରିବା ମାର୍କେଟରେ ହୋଇଥିଲା। ସକାଳେ ପରିବା ମାର୍କେଟରେ ପ୍ରବଳ ଭିଡ ହେବା କାରଣରୁ ମୃତକ ଓ ଆହତଙ୍କ ସଂଖ୍ୟା ବଢିଥିବାର ଅନୁମାନ କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।  

source: https://zeenews.india.com

ବିସ୍ଫୋରଣ ଆଜି ସକାଳ ପ୍ରାୟ ୭ଟା ୩୫ ମିନିଟରେ ହୋଇଥିଲା। ବିସ୍ଫୋରଣରେ ଆଇଇଡି ବ୍ୟବହାର କରାଯାଇଥିଲା। ପରିବା ମାର୍କେଟ ଭିତରେ ଥିବା ଏକ ଆଳୁ ଅଖା ଭିତରେ ବିସ୍ଫୋରକକୁ ଲୁଚାଇକି ରଖାଯାଇଥିଲା। ପାକିସ୍ତାନର ପୋଳିସ ଏବଂ ସ୍ଥାନୀୟ ଗଣମାଧ୍ୟର ସୂଚନା ଅନୁସାରେ ଏହି ବିସ୍ଫୋରଣ ଏକ ଜନଗହଳିପୂର୍ଣ୍ଣ  ଅଞ୍ଚଳରେ ହୋଇଥିବା ବେଳେ ଅଧିକାଂଶ ହଜାରା ସମ୍ପ୍ରଦାୟର ଲୋକ ରହିଥିବା ସ୍ଥାନରେ ହୋଇଥିଲା। ଆକ୍ରମଣର ଉଦେଶ୍ୟ ଥିଲା ହଜାରା ସମ୍ପ୍ରଦାୟର ଶିୟା ମୁସଲମାନଙ୍କୁ ଟାର୍ଗେଟ କରାଯିବା। ବିସ୍ଫୋରଣରେ ପାକିସ୍ତାନର ୪ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି।

source:https://hindi.indiatvnews.com

ବିସ୍ଫୋରଣ ସୂଚନା ମିଳିବା ପରେ ପାକିସ୍ତାନ ପୋଲିସ, ସେନା, ଗୁଇନ୍ଦା, ଏଜେନ୍ସିର ଅଧିକାରଙ୍କ ସହିତ ପ୍ରଶାସନିକ ଅଧିକାରୀ ସେଠାରେ ପହଁଞ୍ଚିଥିଲେ। ତେବେ ବିସ୍ଫୋରଣର କାରଣ କ’ଣ ତାହା ଏବେ ସ୍ପଷ୍ଟ ହୋଇପାରିନାହିଁ। ଉଲ୍ଲେଖନୀୟ ଯେ ହଜରା ସମ୍ପ୍ରଦାୟର ସଂଖ୍ୟାଲଘୁ ଶିୟା ମୁସଲମାନଙ୍କ ଅଞ୍ଚଳରେ ଥିବା କାରଣରୁ କ୍ବେଟାରେ ପୂର୍ବରୁ ମଧ୍ୟ ଏଭଳି ବିସ୍ଫୋରଣ ହେଉଛି। ତେବେ ଏହି ବିସ୍ଫୋରଣ ଘଟଣା ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ। ଏହା ପଛରେ ସୁନ୍ନି ଚରମପନ୍ଥୀଙ୍କ ହାତ ଥିବାର ଆଶଙ୍କା କରାଯାଉଛି। ଏହି ଘଟଣାକୁ ପ୍ରଧାନମନ୍ତ୍ର ଇମ୍ରାନ  ଖାନ୍ କଡା ନିନ୍ଦା କରିବା ସହ ମୃତ ଏବଂ ଆହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ପୀଡିତଙ୍କ ପରିବାରକୁ ସହାୟତା ଯୋଗାଇ ଦେବାପାଇଁ ବେଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ଜାମ କମାଲଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର