PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢଉ
  • ||
  • ମହାକାଳପଡ଼ା : କୁମାରୁଣି ନିକଟରେ ବସ୍ ଓଲଟି ୩ ଗୁରୁତର , ଅଳ୍ପକେ ବର୍ତ୍ତିଲେ ୪୬ଯାତ୍ରୀ , ସମସ୍ତ ଗୁରୁତର କେନ୍ଦ୍ରାପଡ଼ା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି
  • ||

ପାକିସ୍ତାନୀ ଜେଏଫ୍‌ -୧୭ ଓ ଭାରତୀୟ ତେଜସ… କିଏ ଏଥିରେ ବେଶୀ ଶକ୍ତିଶାଳୀ ଲଢ଼ୁଆ ବିମାନ , ଜାଣନ୍ତୁ

ନୂଆଦିଲ୍ଲୀ- ପାକିସ୍ତାନର ଲଢୁଆ ବିମାନ ଜେଏପ୍‌-୧୭ ଓ ଭାରତୀୟ ଲଢୁଆ ବିମାନ ତେଜସ । କିଏ ବେଶୀ ଶକ୍ତିଶାଳୀ ? କିଏ କାହାକୁ ମାତ୍‌ ଦେବାରେ ପାରଙ୍ଗମ ? ଏହି କଥାକୁ ଦର୍ଶାଇଛନ୍ତି ଭାରତୀୟ ବାୟୁ ସେନାର ପ୍ରମୁଖ ଏୟାର ମାର୍ଶାଲ ଆରକେଏସ୍‌ ଭଦୌରିୟା।

पाकिस्तानी लड़ाकू विमान

ତାଙ୍କ ମତରେ ସ୍ୱଦେଶୀ ଫାଇଟର ବିମାନ-ତେଜସ ଆତଙ୍କୀ ଠିକଣା ଉପରେ ବାଲାକୋଟ ଭଳି ସର୍ଜିକଲ ଷ୍ଟ୍ରାଇକ୍‌କୁ ଅତି ପାଖରୁ ଆକ୍ରମଣ କରିବାରେ ଫଳପ୍ରଦ ହେବ। ପାକିସ୍ତାନ ଦ୍ୱାରା ଚାଇନା ଟେକନିକ୍‌ରେ ସେଠାରେ ନିର୍ମିତ ଜିଏଫ୍‌-୧୭ ଲଢୁଆ ବିମାନର କ୍ୱାଲିଟି , କ୍ଷମତା ଓ ସୂକ୍ଷ୍ମତାରେ ତେଜସ ସାମନାରେ ଏହା ଫଳଶୂନ୍ୟ ହେବ ।

ଭଦୌରିଆ କହିଛନ୍ତି କି, ଫୋର ଏଣ୍ଡ ହାଫ୍‌ ଜେନେରେସନର ହାଲକା ତେଜସ ଲଢୁଆ ବିମାନ ଅର୍ଥାତ୍‌ ଲାଇଟ୍‌ କମ୍ୱାଟ ଏୟାରକ୍ରାଫ୍ଟ ଆଧୁନିକ ଟେକନିକ୍‌ରେ ତିଆରି ହୋଇଛି । ଏହି ବିମାନରେ ଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ସ୍ୱଦେଶୀ ରୂପେ ବିକଶିତ କରାଯାଇଛି ।

भारतीय लड़ाकू विमान

ସୂଚନାରୁ ଜଣା ଯେ, ପାକିସ୍ତାନର ଜିଏଫ୍‌ ଲଢୁଆ ବିମାନ ଏଫ୍‌-୧୭ ହାଲକା ଓଜନ ସହ , ସବୁ ପାଣିପାଗରେ ଭୂମି ଓ ବାୟୁରୁ ଆକ୍ରମଣ କରିବାର କ୍ଷମତା ରଖିଥାଏ । ଉଭୟ ବିମାନ ଅର୍ଥାତ୍‌ ତେଜସ ଓ ଜେଏଫ୍‌-୧୭ ଦୀର୍ଘ ଦୂରଗାମୀ ଗତି କରୁଥିବା ମିସାଇଲ ଯୁକ୍ତ ବିମାନ ।

ତେଜସର ବିଶେଷତ୍ୱ –

ତେଜସ ବିମାନ ଭାରତର ଏକ ପ୍ରମୁଖ ଲଢ଼ୁଆ ବିମାନ , ଯେଉଁଥିରେ ଆଧୁନିକ ଟେକନିକ୍‌ରେ ତିଆରି ହୋଇଛି । ଏଥିରେ ଇସ୍ରାଇଲ ବିକଶିତ ରାଡାର ରହିଛି । ବିମାନଟି ବହୁତ ହାଲକା ଏବଂ ଏହାର ଆଟାକିଂ କ୍ଷମତା ବହୁତ ଭଲ । ଏହା ଏକ ମଲଟି ଫଙ୍କସନିଂ କାମ କରୁଥିବା ବିମାନ , ଯାହାକି ଅନେକ ମୁସ୍କିଲ ପରିସ୍ଥିତିରେ ବି ସାହାଯ୍ୟକାରୀ ସାବ୍ୟସ୍ତ ହୋଇଥାଏ । ତେଜସକୁ ନିର୍ମାଣ କରିଛି ଭାରତର ବହୁ ପୁରାତନ ଓ ପ୍ରତିଷ୍ଠିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ।  

भारतीय लड़ाकू विमान

ତେଜସ ଲଢ଼ୁଆ ବିମାନ  ୮ରୁ ୯ ଟନ ଯାଏ ବୋଝ ଉଠାଇ ପାରିବ ।  ଏହା ବ୍ୟତୀତ ଏହା  ଏହା ଧ୍ୱନି ଗତିରେ ଅର୍ଥାତ୍ ମ୍ୟାକ୍‌ ୧.୬ରୁ ନେଇ ମ୍ୟାକ୍‌ ୧.୮ ପର୍ଯ୍ୟନ୍ତ ଗତିରେ ଉଡ଼ିପାରେ । ଆଉ ମଧ୍ୟ ୫୨ ହଜାର ଫୁଟ ଉଚ୍ଚତାରେ ଉଡାଣ ଭରିପାରେ ।

ଏଥିରେ ନୂତନ ପଦ୍ଧତିର  ଇଲେକ୍ଟ୍ରୋନିକ ସ୍କାନ୍ଡ ରାଡାର ରହିଛି । ତେଜସରେ ଇଲେକ୍ଟ୍ରନିକ ୱାରଫେୟର ସୁଇଟ୍‌ ଓ ଏୟାର ଟୁ ଏୟାର ରିଫ୍ୟୁଲିଂର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ବିମାନ ଦୂରରେ ଥାଇ ଶତ୍ରୁ ବିମାନକୁ ଆକ୍ରମଣ କରିପାରିବାର କ୍ଷମତା ରଖିଛି । ଏହା ବିମାନ ଅଧିକ ଓଜନର ଅସ୍ତ୍ରଶସସ୍ତ୍ର ସହ ମିସାଇଲ ନେଇ ଉଡ଼ିପାରେ ।

ଜେଏଫ୍‌-୧୭ ବିଶେଷତ୍ୱ –

ସେପଟେ ଜେଏଫ୍‌-୧୭ ନିର୍ମାଣ  ପାକିସ୍ତାନର ରାଜଧାନୀ  ଇସଲାମାବାଦର ପାଖ କାମରା ସ୍ଥିତ ଏରୋନେଟିକଲ କମ୍ପ୍ଲେକ୍ସ(ପିଏସି) କରୁଛି । ଏହାର ନିର୍ମାଣରେ ଚାଇନା ସଂସ୍ଥା  -ଚାଇନା ନ୍ୟାସଲାଲ ଏରୋ ଟେକ୍ନୋଲୋଜି ଇମ୍ପୋର୍ଟ ଏଣ୍ଡ ଏକ୍ସପୋର୍ଟ  କର୍ପୋରେସନ ମଧ୍ୟ ସାମିଲ ଅଛି ।

पाकिस्तानी लड़ाकू विमान

ଏହି ଜେଏଫ୍‌-୧୭ ବିମାନରେ ୩୬୩୦ କିଲୋ ଯାଏ ଅସ୍ତ୍ରଶସ୍ତ୍ର ରଖିବାର କ୍ଷମତା ରହିଛି , ଆଉ ବିମାନଟି ମଧ୍ୟ ପ୍ରତି ଘଣ୍ଟାରେ  ୨୨୦୦ କିଲୋମିଟର ଗତିରେ  ଉଡ଼ିପାରେ । ଏହା ୧୩୫୦ କିଲୋମିଟର ଦୂରତାରେ ନିଜର ଲକ୍ଷଭେଦ କରିବାର କ୍ଷମତା ରଖିଛି ।

ତୁଳନାମତ୍କ ଭାବେ ଦେଖିବାକୁ ଗଲେ , ପାକିସ୍ତାନର ଲଢ଼ୁଆ ବିମାନ ଜେଏଫ୍‌-୧୭ ଠାରୁ ଭାରତୀୟ ଯୋଦ୍ଧା ବିମାନ ତେଜସ ଖୁବ୍‌ ଶକ୍ତିଶାଳୀ । ଜେଏଫ୍‌-୧୭କୁ ମାତ୍‌ ଦେବାରେ ତେଜସ ଖୁବ୍‌ ପ୍ରଭାବଶାଳୀ ।