PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ପାକିସ୍ତାନୀ ନେତାଙ୍କ ଦାବୀ, ୧୮ ବର୍ଷ ବୟସରେ ପିଲାଙ୍କ ବିବାହ କରାନଗଲେ ବାପା-ମା ଦେବେ ଜୋରିମାନା

କରାଚି, ୩୦।୫:ପାକିସ୍ତାନରେ ଥିବା ମୁତାହିଦା ମଜଲିସ୍-ଇ-ଅମାଲ ପାର୍ଟିର ନେତା ସୟଦ ଅବଦୁଲ ରସିଦ ନିକଟରେ ଏକ ପ୍ରସ୍ତାବ ଆଗତ କରିଛନ୍ତିl ଯାହା ଅନୁସାରେ ୧୮ ବର୍ଷରୁ କମ୍ ବୟସର ଲୋକଙ୍କ ପାଇଁ ବିବାହ ବାଧ୍ୟତାମୂଳକ କରିଦିଆଯିବl ଏହାକୁ ପାଳନ କରୁନଥିବା ବାପା -ମାଙ୍କୁ ଜରିମାନା ଦେବାକୁ ପଡିବl ଏହାଦ୍ୱାରା ‘ଦୁଷ୍କର୍ମ ‘ ଭଳି ଅନୈତିକ ଘଟଣାକୁ ରୋକିବ ହେବ ବୋଲି ସେ ତର୍କ ଦେଇଛନ୍ତିl

ସିନ୍ଧ ବାଧ୍ୟତାମୂଳକ ବିବାହ ଅଧିନିୟମ, ୨୦୨୧’ ନାମକ ଏହି ପ୍ରସ୍ତାବରେ ଏପରି ପିତାମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଲୋଚନା କରାଯାଇଛି ଯାହାଙ୍କ ପିଲାମାନେ ୧୮ ବର୍ଷ ବୟସ ଅତିକ୍ରମ କରିସାରିଛନ୍ତି ଏବଂ ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି। ଏହି ବିଲ୍ ଅନୁଯାୟୀ, ବିଳମ୍ବ ପଛରେ ଅଭିଭାବକମାନଙ୍କୁ ଜିଲ୍ଲାର ଡେପୁଟି କମିଶନରଙ୍କୁ ଜଣାଇବାକୁ ପଡ଼ିବ। ଯଦି ଅଧିକାରୀ ଏହାର ଉଚିତ କାରଣ ନଲାଗେ ତେବେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ତାଙ୍କଠାରୁ ତାଙ୍କୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବl