ପାକିସ୍ତାନ ରେଳ ମନ୍ତ୍ରୀଙ୍କ ଭବିଷ୍ୟବାଣୀ: ଅକ୍ଟୋବର-ନଭେମ୍ବରରେ ହେବ ଭାରତ-ପାକିସ୍ତାନ ଯୁଦ୍ଧ, ସଜାଇଲେଣି ଅସ୍ତ୍ରଶସ୍ତ୍ର

ପାକିସ୍ତାନ ୨୮।୮:  ଜାମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ପୁଣି ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛି । ପ୍ରଧାନମନ୍ତ୍ରୀ ଇମ୍‌ରାନ ଖାନଙ୍କ ପରେ ପାକିସ୍ତାନ ରେଳ ମନ୍ତ୍ରୀ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଯୁଦ୍ଧ ସମୟର ଭବିଷ୍ୟବାଣୀ କରିଛନ୍ତି । ମନ୍ତ୍ରୀ ଶେଖ ରଶୀଦ ଯୁଦ୍ଧର ତାରିଖ ମଧ୍ୟ କହି ଦେଇଛନ୍ତି । ଆସନ୍ତା ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି ସିଏ କହିଛନ୍ତି ।

ପାକିସ୍ତାନର ଏକ ଗଣମାଧ୍ୟମର ସୂଚନା ମୁତାବକ, ବୁଧବାର ଏକ ସେମିନାରେ ଯୋଗ ଦେଇଥିବାବେଳେ ମନ୍ତ୍ରୀ ଶେଖ ରଶୀଦ ଆସନ୍ତା ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବାର ସେ ଦେଖି ପାରୁଛନ୍ତି ବୋଲି କହିଛନ୍ତି । ସେମିନାରେ ସେ ତାହାର ପ୍ରସ୍ତୁତ ପାଇଁ ଆସିଛନ୍ତି । ପାକିସ୍ତାନ ସେନା ପାଖରେ ଯେଉଁ ଅସ୍ତ୍ର ରହିଛି ତାହାକୁ ଦେଖାଇବାକୁ ନୁହେଁ ବରଂ ପ୍ରୟୋଗ କରିବାକୁ ରଖାଯାଇଛି । ଆମେ ସଂଯୁକ୍ତ ରାଷ୍ଟ୍ର ନିକଟରେ ବାରମ୍ବାର ଏ ପ୍ରସଙ୍ଗକୁ ଉଠାଇବୁ । ପୁଣି ଥରେ ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦିଆଯିବ । ପାକିସ୍ତାନ ତା’ର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଶ୍ମୀର ପାଇଁ ଲଢ଼େଇ ଜାରି ରଖିବ ବୋଲି ରଶୀଦ କହିଛନ୍ତି ।