ପ୍ରମୁଖ ଖବର
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଆଜି ବିଜ୍ଞପ୍ତି: ୨୫ ଯାଏ ନାମାଙ୍କନ, ମେ ୧୩ରେ ମତଦାନ
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ବିରୋଧୀଙ୍କୁ ଶେଷ କରିବାକୁ ପାକିସ୍ତାନ ସରକାର ତିଆରି କରିଥିଲେ ଡେଥ୍ ସ୍ବାର୍ଡ, ତାଲିବାନର ପୂର୍ବତନ ମୁଖପାତ୍ରଙ୍କ ଦାବି

ନୂଆଦିଲ୍ଲୀ,୧୩।୮: ତାଲିବାନର ପାକିସ୍ତାନୀ ଦଳର ପୂର୍ବତନ ମୁଖପାତ୍ର କରିଛନ୍ତି ବଡ ଧରଣର ଦାବି। ଯେଉଁଥିରେ ନା କେବଳ ପାକିସ୍ତାନ ସରକାର ତାଲିବାନକୁ ସାହାଯ୍ୟ କରୁଛନ୍ତି  ସେତିକି ନୁହେଁ ପାକିସ୍ତାନ ସରକାର ତାଲିବାନର କିଛି ଯୋଦ୍ଧାଙ୍କୁ ମିଶାଇ ଏକ ‘ଡେଥ୍ ସ୍ବାଡ୍’ ମଧ୍ୟ ତିଆରି କରିବାର ଚେଷ୍ଟା କରିଥିଲେ। ଏହି ‘ଡେଥ୍ ସ୍ବାର୍ଡ’ ସରକାରଙ୍କ ବିରୋଧୀଙ୍କୁ ଖୋଜି ଖୋଜି ଶେଷ କରୁଛି।

ଏହି ଦାବି ତାଲିବାନର ପାକିସ୍ତାନ ଦଳର ପୂର୍ବତନ ମୁଖପାତ୍ର ଏହସାନୁଲ୍ଲାହ ଏହସାନ୍ କହିଛନ୍ତି। ଏହସାନ କହିଛନ୍ତି, ପାକିସ୍ତାନ  ସରକାର ତାଙ୍କୁ ଏକ ହିଟ୍ ଲିଷ୍ଟ ଦେଇଥିଲେ, ଯାହାକୁ ପାକିସ୍ତାନର ଉତ୍ତର ପଶ୍ଚିମ ଆଦିବାସୀ ରାଜ୍ୟ ଖୈବର ପଖତୁନଖଓ୍ବାରେ ମାରିବାର ଥିଲା। ଏହସାନୁଲ୍ଲାହ କହିଛନ୍ତି, ଏଥିରେ ଖୈବର ପଖତୁନଖଓ୍ବା ରାଜ୍ୟର ବହୁ ଜଣାଶୁଣା ଲୋକଙ୍କ ନାମ ରହିଥିଲା। ଯେଉଁଥିରେ କିଛି ସାମ୍ବାଦିକଙ୍କ ନାମ ମଧ୍ୟ ସାମିଲ ଥିଲା।

ଅଡିଓରେ ଏହସାନ କହିଛି, ମୋତେ କୁହାଯାଇଥିଲା ଆପଣ ଏକ ଡେଥ୍ ସ୍ବାର୍ଡକୁ ଲିଡ୍ କରନ୍ତୁ ଓ ଆପଣ ଦେଶଦ୍ରୋହୀ ଓ ଦେଶର ଶତ୍ରୁଙ୍କ ବିରୋଧ କାମ ଆରମ୍ଭ କରନ୍ତୁ। ଯେଉଁ ଲିଷ୍ଟ ମୋତେ ଦିଆଯାଇଛି, ଏଥିରେ ଅଧିକାଂଶ ଲୋକଙ୍କ ସମ୍ପର୍କ ଖୈବର ପଖତୁନଖ୍ବାରୁ ଥିଲା ଓ ସେ ସବୁ ପଶତୁନର ଥିଲେ। ଏହି ଲୋକ ସମାଜର ପ୍ରତି ବର୍ଗ ସହିତ ସମ୍ପର୍କ ରଖିଥିଲେ। ଯେଉଁମାନଙ୍କ ଭିତରେ ପଶତୁନର ସାମ୍ବାଦିଙ୍କ ନାମ ମଧ୍ୟ ଥିଲା ବୋଲି ଏହସାନୁଲ୍ଲାହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.