PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଇମ୍ରାନ ଖାନଙ୍କ ବିରୋଧରେ ପୂର୍ବତନ ପତ୍ନୀଙ୍କ ସଙ୍ଗୀନ ଅଭିଯୋଗ,ମୋଦିଙ୍କ ସହ ଡିଲ୍ କରି…

ନୂଆଦିଲ୍ଲୀ,୨୦।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଘଟଣାରେ ପାକିସ୍ତାନର ସ୍ଥିତି ପ୍ରତିଦିନ ଅଶାନ୍ତ ହେବାରେ ଲାଗିଛି। ଭାରତ ସରକାରଙ୍କ ଏହି ନିଷ୍ପତ୍ତିରେ ପାକିସ୍ତାନ ଏକ ପ୍ରକାର ଭୟଭୀତ ହୋଇପଡିଛି।ଏହାକୁ ଅନ୍ତଃର୍ଜାତୀୟ ସ୍ତରରେ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଛି ପାକିସ୍ତାନ। କିନ୍ତୁ ଏହା ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ ଜମ୍ମୁ-କଶ୍ମୀରକୁ ନେଇ ତାଙ୍କ ପୂର୍ବତନ ସ୍ବାମୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ, ଯାହାକି ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ବଡ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ରେହମ ଖାନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ତଥା ତାଙ୍କର ପୂର୍ବତନ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ, ଇମ୍ରାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଗୋପନୀୟ ଚୁକ୍ତି କରିଛନ୍ତି। ଏହି ଡିଲ୍ ଭାରତର ପ୍ରଧାନମନ୍ତ୍ରୀ ଖୁସି କରିବା ଅନୁସାରେ ଚେଷ୍ଟା କରାଯାଇଛି। ଏଭଳି ଡିଲ୍ କରି ଇମ୍ରାନ କଶ୍ମୀରକୁ ବିକ୍ରି କରିଦେଇଛନ୍ତି, ତେଣୁ ଇମ୍ରାନ ଏହି ପ୍ରସଙ୍ଗ ଉପରେ କୌଣସି କଡା ପଦକ୍ଷେପ ନେଉ ନାହାନ୍ତି।

ଏକ ରିପୋର୍ଟ ଅନୁସାରେ, ରେହମ କହିଛନ୍ତି, ଆମକୁ ଆରମ୍ଭରୁ ଶିଖାଯାଇଥିଲା ‘କଶ୍ମୀର ପାକିସ୍ତାନର ହେବ’। ମୁଁ କହିବି କଶ୍ମୀରକୁ ବିକ୍ରି କରିଦିଆଯାଇଛି। ୫ ଅଗଷ୍ଟରେ ଭାରତର ନିଷ୍ପତ୍ତି ପରେ ମୋତେ ମୋର ଟିମ୍ ମେମ୍ବରଙ୍କ ଫୋନ୍ ଆସିଥିଲା ଯେ, ମ୍ୟାଡାମ ଆପଣ ଯାହା କହୁଥିଲେ ତାହା ଏବେ ସତ ହେଉଛି। ଏହାପରେ ମୁଁ ଜବାବ୍ ଦେଇଥିଲି ଦୟାକରି ପ୍ରାର୍ଥନା କରନ୍ତୁ ଏଭଳି ନହେଉ। ରେହମ କହିଛନ୍ତି ମୁଁ ଏଭଳି ଗତ ଅଗଷ୍ଟରେ କହିଥିଲି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯାହା କରିବାର ଥିଲା ତାହା ସେ କରିଦେଲେ, ଧାରା ୩୭୦ ଉଚ୍ଛେଦ କଲେ। ସେ ତାହା କଲେ ଯେଉଁଥିପାଇଁ ଦେଶବାସୀ ତାଙ୍କୁ କ୍ଷମତାକୁ ଆଣିଥିଲେ।

ଏହାପରେ ରେହମ କହିଛନ୍ତି, ଆମ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ଯେଉଁ ଦିନ କଶ୍ମୀରକୁ ନେଇ ପଲିସି ଷ୍ଟେଟମେଣ୍ଟ  ଦେବାର ଥିଲା ସେ ଦିନ ସେ କହିଥିଲେ ମୋତେ ଜଣାଥିଲା ମୋଦି ଏଭଳି କରିବେ। ଏହା ମୋତେ ସେବେଠାରୁ ଜଣାଥିଲା ଯେବେ ମୁଁ ତାଙ୍କୁ ବିଷ୍ମକେକରେ ସାକ୍ଷାତ କରିଥିଲି ଓ ମୋ ପ୍ରତି ଯେଉଁଭଳି ରୁକ୍ଷ ଆଚରଣ ଦେଖାଇଥିଲେ। ମୁଁ ସେବେଠାରୁ ଜାଣିଥିଲି, ଯେବେ ପୁଲଓ୍ବାମା ଆକ୍ରମଣ ହୋଇଥିଲା। ରେହମ କହିଛନ୍ତି, ଯେତେବେଳେ ତାଙ୍କୁ ଜଣାପଡିଥିଲା ଏଭଳି କିଛି ହେବାର ଅଛି, ତେବେ ସେ ମୋଦିଙ୍କ ସହିତ ବନ୍ଧୁତ୍ବର ହାତ କାହିଁକି ବଢାଉଥିଲେ ଏବଂ ମିସ୍ କଲ୍ କରୁଥିଲେ। ଏଥିରୁ ସ୍ପଷ୍ଟ ଯେ, ଇମ୍ରାନ ଦୁର୍ବଳ ଏବଂ କିଛି କରିବାକୁ ଅସମର୍ଥ ।

ଉଲ୍ଲେଖନୀୟ ଯେ, ଇମ୍ରାନଙ୍କ ପୂର୍ବତନ ପତ୍ନୀ ରେହମ ତାଙ୍କ ବିରୋଧରେ ବହୁ ଗମ୍ଭୀର ଅଭିଯୋଗ କରିସାରିଛନ୍ତି। ଗତ ବର୍ଷ ପାକିସ୍ତାନରେ ହୋଇଥିବା ନିର୍ବାଚନ ସମୟରେ ରେହମ ଏକ ବହି ଉନ୍ମୋଚନ କରିଥିଲେ, ଯେଉଁଥିରେ ସେ ଇମ୍ରାନ ଜଣେ ସମଲିଙ୍ଗୀ ବୋଲି ଖୁଲାସା କରିଥିଲେ। ରେହମ ହେଉଛନ୍ତି ଇମ୍ରାନଙ୍କ ଦ୍ବିତୀୟ ପତ୍ନୀ। ରେହେମ ମଧ୍ୟ ଇମ୍ରାନଙ୍କୁ ଦ୍ବିତୀୟ ଥର ପାଇଁ ବିବାହ କରିଥିଲେ, ପ୍ରଥମ ସ୍ବାମୀଙ୍କ ପକ୍ଷରୁ ତାଙ୍କର ୩ଟି ସନ୍ତାନ ରହିଛନ୍ତି। ରେହମ ପ୍ରଥମ ବିବାହ ଏଜାଜୁର ରହମାନଙ୍କୁ ୧୯୯୨ରେ କରିଥିଲେ, ଯାହାକି ୨୦୦୬ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ୬ ଜାନୁଆରୀ ୨୦୧୫ରେ ସେ ଇମ୍ରାନ ଖାନଙ୍କୁ ଦ୍ବିତୀୟ ବିବାହ କରିଥିଲେ, ତେବେ ୧୦ ମାସ ପରେ ଦୁହିଁଙ୍କ ଭିତରେ ତଲାକ୍ ହୋଇଯାଇଥିଲା। ରେହମ ଜଣେ ବ୍ରିଟିସ ସାମ୍ବାଦିକ, ଲେଖକ ଓ ଫିଲ୍ମ ନିର୍ମାତା ମଧ୍ୟ।

ସମ୍ବନ୍ଧିତ ଖବର