PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର : ବିଦ୍ୟୁତ ଆଘାତରେ ବୃଦ୍ଧ ମୃତ, ପାଣିରେ ବୁଡି ଯୁବକ ମୃତ
  • ||
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

କରେଣ୍ଟ ଖାଇବା ପରେ ଏବେ ପାକ୍ ମନ୍ତ୍ରୀଙ୍କ ଅଦ୍ଭୁତ ମନ୍ତବ୍ୟ,ଆମ ପାଖରେ ରହିଛି ୧୨୫ରୁ ୨୫୦ ଗ୍ରାମର ପରମାଣୁ ବୋମା

ନୂଆଦିଲ୍ଲୀ,୨।୯:​‌ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ବିଚଳିତ ହୋଇପଡିଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଠାରୁ ନେଇ ଅନ୍ୟ ମନ୍ତ୍ରୀମାନେ ଭାରତକୁ ପରମାଣୁ ଯୁଦ୍ଧ କରିବାର ଧମକ ଦେବାରେ ଲାଗିଛନ୍ତି। କିନ୍ତୁ  ଅକ୍ଟୋବର ମାସରେ ଭାରତ ପାକିସ୍ତାନ ଯୁଦ୍ଧ ହେବାର ଭବିଷ୍ୟବାଣୀ କରିଥିବା ମନ୍ତ୍ରୀ ଶେଖ୍‌ ରସିଦ୍‌, ଏବେ ଦେଖାଇଛନ୍ତି ପାକିସ୍ତାନର ପ୍ରକୃତ ପାରିବା ପଣିଆ। ସେ କହିଛନ୍ତି ପାକିସ୍ତାନ ପାଖରେ ୧୫୦ ଗ୍ରାମ ଓ ୨୫୦ ଗ୍ରାମ ଓଜନର ପରମାଣୁ ବୋମା ରହିଛି। ଯାହା କୌଣସି ଟାର୍ଗେଟ କରାଯାଇଥିବା ଅଞ୍ଚଳରେ ଆକ୍ରମଣ କରିବା ପରେ ତାକୁ ନଷ୍ଟ କରିପାରିବ। ସେ

ରବିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ଏଭଳି ସବୁ ସ୍ମାର୍ଟ ବୋମା, ଭାରତକୁ ଟାର୍ଗେଟ କରିବା ପାଇଁ ତିଆରି କରାଯାଇଛି।  । ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଆଗେର ସେ ଏହି କଥା କହିଛନ୍ତି । ଏପରି ବି ପାକିସ୍ତାନ ସେନା ତାଙ୍କୁ ଭାରତ ବିରୋଧରେ କହିବା ପାଇଁ ନିଯୁକ୍ତି ଦେଇଛି ବୋଲି କହିଛନ୍ତି। ଏଭଳି କହି ପାକିସ୍ତାନ ସରକାର ସେନାର କାଠକଣ୍ଢେଇ ବୋଲି ତାଙ୍କର ଏହି ବୟାନରୁ ସ୍ପଷ୍ଟ କରିଦେଇଛନ୍ତି।

ସେ ମୋଦିଙ୍କର ଏଜେଣ୍ଡା ପାକିସ୍ତାନକୁ ନଷ୍ଟକରିବା ବୋଲି କହିଛନ୍ତି । ଶେଖ୍‌ ରସିଦ୍‌ ଅକ୍ଟୋବର ମାସରେ ଯୁଦ୍ଧ ହେବ ବୋଲି କହିବା ସହ ପାକିସ୍ତାନ ପାଖରେ ସ୍ମାର୍ଟ ବୋମା ଅଛି ବୋଲି କହିଛନ୍ତି । ଉଲ୍ଲେଖନୀୟ ଯେ, ବହୁବାର ଭାରତକୁ ପରମାଣୁ ବୋମା ଧମକ ଦେଉଥିବା ଶେଖ୍‌ ରସିଦ୍‌ ଏକ ସଭାରେ ମୋଦିଙ୍କର ନାମ ନେବା ବେଳେ ତାଙ୍କୁ କରେଣ୍ଟ ମାରିଥିଲା ।। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କର ଖୁବ୍ ମଜା ଉଡିଥିଲା। କେବଳ ସେତିକି ନୁହେଁ  ଭାରତ ବିରୋଧରେ କହୁଥିବାବେଳେ ତାଙ୍କୁ ଜୋତାରେ ପିଟିବା ସହ ଅଣ୍ଡା ମାଡ ହୋଇଥିଲା।