‘ସୁଟିଂ ଓ୍ବାଲ୍ଡ କପ୍-୨୦୧୯’ରେ ଭାଗ ନେବାକୁ ଭାରତ ଆସିବେନି ପାକିସ୍ତାନୀ ବନ୍ଧୁକଚାଳକ

ନୂଆଦିଳ୍ଲୀ,୨୦।୨: ପୁଲ୍ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଦେଖାଦେଇଥିବା ଭାରତ ଏବଂ ପାକିସ୍ତାନ ତିକ୍ତ ସମ୍ପର୍କରେ ପ୍ରଥମ ଥର ପାଇଁ ଶିକାର ହୋଇଛି ବନ୍ଧୁକଚାଳକ ବିଶ୍ବକପ୍। ଗୁରୁବାର ଦିନଠାରୁ ନୂଆଦିଳ୍ଲୀରେ ଆରମ୍ଭ ହେବାକୁ ଯାଉଛି ବନ୍ଧୁକଚାଳକ ବିଶ୍ବ କପ୍-୨୦୧୯। ମାତ୍ର ଏଥିରେ ପାକିସ୍ତାନୀ ବନ୍ଧୁକଚାଳକ ସାମିଲ ହେବେ ନାହିଁ। ଭାରତୀୟ ଭିସା ଅନୁମୋଦନ ସତ୍ବେ ପାକିସ୍ତାନ ଦଳ ଓହରିଯାଇଛି। ତେବେ ଭିସା ଅନୁମୋଦନରେ ବିଳମ୍ବର ଅଭିଯୋଗ ଆଣି ପାକିସ୍ତାନ ବନ୍ଧୁକକଚାଳନା ସଂଘ ଅନ୍ତର୍ଜାତୀୟ ସଂଘ ନିକଟରେ ଅଭିଯୋଗ ବାଢ଼ିଛି।
ଇସଲାମାବାଦ ସ୍ଥିତ ଭାରତୀୟ ରାଷ୍ଟ୍ରଦୁତ କାର୍ଯ୍ୟାଳୟ ପକ୍ଷରୁ ଜଣାଇ ଦିଆଯାଇଥିଲା। କିନ୍ତୁ ଏହା ମିଳିବା ବେଳକୁ ବିଳମ୍ବ ହୋଇଯିବା ଆଶଙ୍କା କରି ପାକିସ୍ତାନ ଓହରିଯାଇଛି। ବନ୍ଧୁକଚାଳନା ବିଶ୍ବକପ୍ ରେ ଦୁଇ ଜଣ ଖେଳାଳି ମହମ୍ମଦ ଖଲିଲ୍ ଅଖତର ଏବଂ ଗୁଲାମ ମୁସ୍ତାଫା ବସିରଙ୍କ ସହିତ ପ୍ରଶିକ୍ଷକ ରଜିର ଅହମ୍ମଦ ୨୦ ତାରିଖରେ ଭାରତ ଆସିବେ ପାଇଁ ବିମାନ ଟିକଟ୍ କରିଥିଲେ। ତେବେ ପାକିସ୍ତାନ ବନ୍ଧୁକଚାଳନା ସଂଘ ଉପସଭାପତି ଜଭେଦ ଲସ୍ ଲୋଧିଙ୍କ କହିବାନୁସାରେ ପାକିସ୍ତାନ ଦଳ ଭାରତ ଆସିବ ନାହିଁ।