ପାଠ ମୁଖସ୍ଥ କରି ନ ଥିବାରୁ ୧୦ମ ଶ୍ରେଣୀ ଛାତ୍ରକୁ ଜୀବନରୁ ମାରିଦେଲେ ଶିକ୍ଷକ, ରାଗରେ ସ୍କୁଲରେ ନିଆଁ ଲଗାଇ ଦେଲେ…

ନୂଆଦିଲ୍ଲୀ ୮।୯: ଛାତ୍ରକୁ ତାଙ୍କ ସ୍କୁଲ ଶିକ୍ଷକ ନିର୍ଯ୍ୟାତନା ଦେଇ ହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଲାହୋର ଠାରେ। ମିଳିଥିବା ସୂଚନାନୁସାରେ, ପାକିସ୍ତାନର ହଫିଜ୍‌ ହୁନୈନ୍‌ ବିଲାଲ୍‌ ନାମକ ଜଣେ ୧୦ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ସ୍କୁଲ୍‌ ଶିକ୍ଷକ ନିର୍ଯାତନା ଦେଇ ମାରିଦେବା ପରେ ତାଙ୍କର ଶ୍ରେଣୀସାଥୀମାନେ ରାଗିଯାଇ ଶନିବାର ଦିନ ସ୍କୁଲ୍‌ରେ ନିଆଁ ଲଗାଇ ଦେଇଛନ୍ତି।

ପାଠ ମୁଖସ୍ଥ ନ କରି ପାରିବାରୁ ଶିକ୍ଷକଙ୍କ ମାଡ଼ରେ ମୃତ୍ୟୁ ବରଣ କରିଛି ବିଲାଲ୍‌।ମାତ୍ର ଏଥିରେ ଶ୍ରେଣୀସାଥୀମାନେରାଗି ଯାଇ ପେଟ୍ରୋଲ୍‌ ବୋତଲ ଧରି ସକାଳେ ସ୍କୁଲ୍‌ ମଧ୍ୟକୁ ପ୍ରବେଶ କରିଥିଲେ। ସ୍କୁଲ୍‌ କୋଠାର ଦୁଇଟି କୋଠରିରେ ସେମାନେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁ ଲିଭାଯିବା ପରେ ପୁଲିସ କେତେକ ଛାତ୍ରଙ୍କୁ ଗିରଫ କରିଥିଲା।

ଗୁରୁବାର ଦିନ ଘଟିଥିବା ଏହି ନିର୍ଯାତନାଜନିତ ମୃତ୍ୟୁ ଘଟଣାରେ ଲାହୋରର ଗୁଲ୍‌ସନ୍‌-ଏ-ରବି ଅଞ୍ଚଳରେ ଥିବା ଆମେରିକାନ ଲାଇସେଟଫ୍‌ ସ୍କୁଲ୍‌ର ସେ ଶିକ୍ଷକଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ ଯେ, ଛାତ୍ରଟିର ସମ୍ପର୍କୀୟ ଭାଇ ଟୁଇଟ୍‌ କରିବା ପରେ ଏହି ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଯାଇଥିଲା। ବିଲାଲ୍‌ଙ୍କ ପରିବାର ଲୋକେ ଓ ଶ୍ରେଣୀସାଥୀମାନେ କହିଛନ୍ତି, ଶିକ୍ଷକ କମ୍‌ରାନ୍‌ କାନ୍ଥରେ ତା’ର ମୁଣ୍ଡକୁ ପିଟିବା ପରେ ପିଠି ଓ ପେଟରେ ଲାତ ମାରିବା ପରେ ସେ ଅଚେତ ହୋଇ ପଡ଼ିଥିଲା। ପୁଣି ତାକୁ ଠିକଣା ସମୟରେ ଡାକ୍ତରଖାନାକୁ ନିଆଗଲା ନାହିଁ। ମାଡ଼ ଯୋଗୁଁ ତା’ର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି।

ପଞ୍ଜାବ ସ୍କୁଲ୍‌ ଶିକ୍ଷାମନ୍ତ୍ରୀ ମୁରାଦ ରାସ୍‌ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟିବା ପରେ ଅଭିଯୁକ୍ତଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦେଇଛନ୍ତି।

   ସମ୍ବନ୍ଧିତ ଖବର


ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା

ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ