PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ଭାରତରେ ପୁଣି ବଡଧରଣର ଅଘଟଣ ଘଟାଇପାରେ ପାକିସ୍ତାନ, ଗଣତନ୍ତ୍ର ଦିବସ ପୂର୍ବରୁ ପିଓକେରେ ଅନୁପ୍ରବେଶ ପାଇଁ ଚେଷ୍ଟା କରୁଛନ୍ତି ଆତଙ୍କବାଦୀ…

ନୂଆଦିଲ୍ଲୀ: ଭାରତ ସହ ବନ୍ଧୁତା ପାଇଁ ପାକିସ୍ତାନର ବହୁତ ଇଚ୍ଛା । ହେଲେ ନିଜର ହିନ କାର୍ଯ୍ୟ କରିବାକୁ ପଛାଉନାହିଁ । ଗୁଇନ୍ଦା ବା ଇଣ୍ଟେଲିଜେନ୍‌ସି ରିପୋର୍ଟ ପ୍ରକାଶ କରିଛି ଯେ ଗଣତନ୍ତ୍ର ଦିବସ ପୂର୍ବରୁ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ପାକିସ୍ତାନ ଏକ ବଡ ଷଡଯନ୍ତ୍ର କରୁଛି । ଗୁପ୍ତଚର ସଂସ୍ଥାଗୁଡ଼ିକର ସତର୍କ ସୂଚନା ଅନୁଯାୟୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବାଙ୍କ ସମେତ ୭ ଜଣ ଆତଙ୍କବାଦୀ ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ଆତଙ୍କବାଦୀ ସଂଗଠନ ଅଲ ବଦରର ୫ ଆତଙ୍କବାଦୀ ମଧ୍ୟ ପିଓକେରେ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଏକ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁଯାୟୀ, ୧୯ ଜାନୁଆରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଗୁପ୍ତଚର ସଂସ୍ଥା ଦୁଇଟି ଭିନ୍ନ ଇନପୁଟ୍ ସେୟାର କରିଛନ୍ତି । ଏଜେନ୍ସିର ଏକ ଇନପୁଟ୍ ଅନୁଯାୟୀ, ଅଲ ବଦରର ୫ ଜଣ ଆତଙ୍କବାଦୀଙ୍କୁ ପିଓକେ ର ଡାଟୋଟର ନିକିଆଲ୍ ଅଞ୍ଚଳରେ ଏକ ଗାଇଡ୍ ସହିତ ଦେଖିବାକୁ ମିଳିଛି । ଏହି ଆତଙ୍କବାଦୀମାନେ ତାରକୁଣ୍ଡି କିମ୍ବା କଙ୍ଗାଗଲି ଅଞ୍ଚଳରୁ କାଶ୍ମୀରରେ ପ୍ରବେଶ କରି ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି ।

ତେବେ ଏଥି ସହିତ, ଅନ୍ୟ ଇନପୁଟ ଅନୁଯାୟୀ, ଲଶ୍କର-ଇ-ତୋଇବାର ୭ ଆତଙ୍କବାଦୀ ମଧ୍ୟ ଭାରତରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି । ଏଥିମଧ୍ୟରେ ଲଶ୍କର ଲଞ୍ଚିଂ କମାଣ୍ଡର ଅନ୍ତର୍ଭୁକ୍ତ । ଏହି ଆତଙ୍କବାଦୀ ମାନେ ପିଓକେର କାଲୁ-ଦା-ଡେରି ଅଞ୍ଚଳରେ କ୍ୟାମ୍ପ କରୁଛନ୍ତି । ଆଶଙ୍କା କରାଯାଉଛି ଯେ ଏହି ଆତଙ୍କବାଦୀ ମାନେ କାଶ୍ମୀରର କିନାରୀ ଅଞ୍ଚଳରେ ଅନୁପ୍ରବେଶ କରି ପିଓକେରେ ଏକ ବଡ ଆକ୍ରମଣ କରିପାରନ୍ତି ।

ଗଣତନ୍ତ୍ର ଦିବସ ପରେଡକୁ ଦୃଷ୍ଟିରେ ରଖି ଜାମ୍ମୁ କାଶ୍ମୀର ସମେତ ଦେଶର ସମସ୍ତ ପୋଲିସ ବାହିନୀ ତଥା ପାରା ସାମରିକ ବାହିନୀକୁ ଗୁପ୍ତଚର ବିଭାଗ ସତର୍କ କରିଛି । ବିପଦର ଇନପୁଟ୍ ପାଇବା ପରେ ଜାମ୍ମୁ କାଶ୍ମୀରରେ ସତର୍କତା ବୃଦ୍ଧି କରାଯାଇଛି ଏବଂ ସୀମାନ୍ତ ଅଞ୍ଚଳରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟ କରାଯାଉଛି ।