ଇମ୍ରାନଙ୍କ ଚଉକି ଟଳମଳ ! ବିଦା କରିବାକୁ ବସିଛି ସେନା

ଇସଲାମବାଦ ୨୭ / ୦୪ : ସାରା ବିଶ୍ୱରେ କରୋନାର ତାଣ୍ଡବ। ଏହାକୁ ନେଇ ସାରା ବିଶ୍ୱରେ ତତ୍ପରତା। ଆଉ ଏହି କରୋନା ପାକିସ୍ତାନରେ ଇମ୍ରାନ ସରକାରକୁ ସଙ୍କଟରେ ପକାଇଛି । ଇମ୍ରାନ ଖାନଙ୍କ ଚୌକି ଦୋହଲିବାକୁ ବସିଛି ।

ପ୍ରକୃତ କଥା ହେଲା , ପାକିସ୍ତାନରେ କରୋନାକୁ ମୁକାବିଲା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି ଇମ୍ରାନ ସରକାର।  ଆଉ ଏହି ବିଫଳତା ପାକିସ୍ତାନ ଆର୍ମିକୁ ତାଙ୍କ ଉପରେ  ଅଧିକାର ଜାହିର କରିବାର ସୁଯୋଗ ଦେଇଛି ଏବଂ  ଏବେ ସେନା ସାମନାରେ ଇମ୍ରାନଙ୍କ ଶକ୍ତି ଦୁର୍ବଳ ହୋଇଯାଇଛି ।

ସୂଚନା ଯେ,  ପାକିସ୍ତାନରେ କରୋନା ଭାଇରସ ସ୍ଥିତି ସଙ୍ଗୀନ । ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୨୫୦୦ରେ ପହଂଚିଗଲାଣି ।

ବାସ୍ତବରେ ସେହି ସମୟରୁ ଇମ୍ରାନଙ୍କ ଚୌକିରେ ସଙ୍କଟର କଳା ବାଦଲ ଛାଇଯାଇଛି , ଯେବେ ଇମ୍ରାନ ଖାନ ଦେଶରେ ଲକ୍‌ ଡାଉନ୍‌ର ନିଷ୍ପତ୍ତି  ନନେବାକୁ ସେନା ବଦଳାଇ ଦେଇଥିଲା ।  ୨୨ ମାର୍ଚ୍ଚରେ ପାକିସ୍ତାନର ପ୍ରଧାନମନ୍ତ୍ରୀ  ଇମ୍ରାନ ଖାନ ନିଜର ସମ୍ୱୋଧନରେ ଦେଶ ବ୍ୟାପି ଲକ୍‌ ଡାଉନ୍‌ ଘୋଷଣା ନକରିବାର କାରଣ ବିଷୟରେ କହିଥିଲେ।  ଇମ୍ରାନ ଖାନ ନିଜର ମନ୍ତବ୍ୟରେ କହିଥିଲେ କି , ଲକ୍‌ ଡାଉନ୍‌ ଘୋଷଣା କଲେ , ଦେଶରେ  ଲକ୍ଷ ଲକ୍ଷ ଲୋକ ନିଜର ଚାକିରି ହରାଇବେ ଏବଂ ଯେଉଁମାନେ  ଗରିବ ସୀମା ରେଖା ତଳେ ଅଛନ୍ତି ଓ ଖାଦ୍ୟ ପାଇଁ ଦୈନିକ ସଂଘର୍ଷ କରୁଛନ୍ତି , ସେମାନଙ୍କର ପରିବାର ଅଧିକ ପ୍ରଭାବିତ ହେବ।

କିନ୍ତୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କଥା ରହିନଥିଲା । ୨୪ ଘଣ୍ଟା ଭିତରେ ପାକିସ୍ତାନ ସେନାର ପ୍ରବକ୍ତା  ମେଜର  ଜେନେରାଲ  ବାବର  ଇଫତିଖାର  ଇମ୍ରାନ ଖାନଙ୍କ ନିଷ୍ପତ୍ତିକୁ ବଦଳେଇ ଦେଇଥିଲେ । ଆଉ ପାକିସ୍ତାନରେ  ଲକ୍‌ ଡାଉନ୍‌ ଘୋଷଣା କରିଥିଲେ ।

ପାକିସ୍ତାନରେ ଲକ୍‌ ଡାଉନ୍‌ ଘୋଷଣା ହେବା କ୍ଷଣି  ସାରା ଦେଶରେ ସେନା ମୁତୟନ କରାଯାଇଛି ଏବଂ  ଏବେ  ସେନା ରାଷ୍ଟ୍ରୀୟ କୋର ସମିତି ମାଧ୍ୟମରେ କୋଭିଡ୍‌-୧୯ ରୁ ରକ୍ଷା ପାଇବା ପାଇଁ  ନିର୍ଦ୍ଦେଶନାମା ଜାରି କରିଛି ।

 ଜଣେ  ରିଟାରର୍ଡ ଜେନେରାଲଙ୍କ ମତକୁ ଦର୍ଶାଇ ଫାଇନାନ୍ସିଆଲ ଟାଇମ୍ସ ପ୍ରକାଶ କରିଛି ,  ଇମ୍ରାନ ସରକାର  କରୋନା ଭାଇରସକୁ ମୁକାବିଲା କରିବାରେ ଗୋଟେ ପ୍ରକାର ବିଫଳ ହୋଇଛନ୍ତି । ଇମ୍ରାନ ଖାନ  କରୋନା ଯୁଦ୍ଧରେ  ଏକ ବଡ଼ ଫାଙ୍କ ତିଆରି କରିଦେଇଛନ୍ତି ।  ଏହି କାରଣରୁ ସେନା ଉକ୍ତ ଦୂରତାକୁ ପୂରଣ କରିବାକୁ ପ୍ରୟାସ କରିଥିଲା।  ଏହା ବ୍ୟତୀତ ଆଉ କୌଣସି ବିକଳ୍ପ ନଥିଲା ।

   ସମ୍ବନ୍ଧିତ ଖବର


ଭାରତୀୟ ନୌସେନାର ଶକ୍ତିଶାଳୀ ମିଶାଇଲ, ଗଭୀର ସମୁଦ୍ରରେ ବି ଶତ୍ରୁର ଜାହାଜକୁ ଲକ୍ଷ୍ୟଭେଦ କରି ଓଲଟାଇଦେବ…

ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କଲେ ଭାରତର ପ୍ରଥମ ସି-ପ୍ଲେନ୍ ସେବା, ଜାଣନ୍ତୁ ଏହାର ବିଶେଷ୍ବତ

ବିଶେଷଜ୍ଞ ମତ: ପଶୁପକ୍ଷୀଙ୍କ ଦେହରେ ରହିଛି ୮,୫୦,୦୦୦ ମାରାତ୍ମକ ଭାଇରସ, ଏଗୁଡିକ ମଣିଷ ଦେହରେ ପ୍ରବେଶ କରିପାରନ୍ତି

ଅଦଭୁତ ମଣିଷ; ପାଖରେ ଗୁଟ୍‌ଖା ନଥିବାରୁ ଚେନ୍‌ ଟାଣି ଟ୍ରେନ୍ ଆଟକାଇଦେଲା ଯାତ୍ରୀ, ଆରପିଏଫ କାଟିଲା ଚାଲାଣ…

ଇତିହାସ ରଚିଲେ ହରପ୍ରୀତ ସିଂ, ଇଣ୍ଡିଆନ ଏୟାରଲାଇନ୍ସର ପ୍ରଥମ ମହିଳା ସିଇଓ ନିଯୁକ୍ତ

ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’