ଜମ୍ମୁ କାଶ୍ମୀରରେ ଆତଙ୍କୀ ହମ୍‌ଲା ପାଇଁ ସୋସିଆଲ ମିଡିଆର ହେଉଛି ବ୍ୟବହାର, ପାକିସ୍ତାନ କରୁଥିଲା ଏମିତି ବଡ ଷଡଯନ୍ତ୍ର…

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା ପାଇଁ ଆତଙ୍କବାଦୀ ସଂଗଠନ ସୋସଆଲ ମିଡିଆର ବ୍ୟବହାର କରୁଛନ୍ତି । ଆତଙ୍କବାଦୀ ସୋସିଆଲ ମିଡିଆରେ ଅଲଗା-ଅଲଗା ନାମରେ ହୋଇଥିବା ଫେକ୍ ଆକାଉଣ୍ଟରେ ଜମ୍ମୁକଶ୍ମୀରରେ ଥିବା ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଉଥିଲେ ।

ଏଠାରେ ସୂଚନା ଥାଉକି ଗୁଇନ୍ଦା ବିଭାଗ ପାଖାପାଖି ଏଭଳି ୧୦୦ଟି ଆକାଉଣ୍ଟର ଖୁଲାସା କରିଛି । ଯେଉଁଗୁଡିକ ଟେଲିଗ୍ରାମ, ଫେସବୁକ ଏବଂ ଟ୍ବିଟରରେ ଆକ୍ଟିଭ୍ ରହିଛି । ସୋସିଆଲ ମିଡିଆରେ ଏଭଳି ଆକାଉଣ୍ଟ ମାଧ୍ୟମରେ ଗତ କିଛିଦିନ ତଳେ ସୁରକ୍ଷାବଳଙ୍କ କ୍ୟାମ୍ପ ଏବଂ ପୋଲିସ ଷ୍ଟେସନ ଉପରେ ଗ୍ରେନେଡ ଆକ୍ରମଣ ହୋଇଥିଲା ।

ଗୁଇନ୍ଦାକୁ ମିଳିଥିବା ଏହି ଆକାଉଣ୍ଟ ପାକିସ୍ତାନରୁ ନିୟନ୍ତ୍ରଣ ହେଉଥିଲା । ଏନେଇ ଗୁଇନ୍ଦା ବିଭାଗକୁ ସନ୍ଦେହ ହେଉଛି ଯେ ପାକିସ୍ତାନ ଗୁଇନ୍ଦା ଆଇଏସଆଇ ଆତଙ୍କୀଙ୍କୁ ଆକ୍ରମଣର ଟାର୍ଗେଟ ଦେବାପାଇଁ ଏଭଳି ଆକାଉଣ୍ଟର ସାହାରା ନେଇଛି ।