ଜମ୍ମୁ-କଶ୍ମୀରର ଧାର୍ମିକ ସ୍ଥାନଗୁଡ଼ିକରେ ଆକ୍ରମଣ କରିବାକୁ ଆଦେଶ ଦେଲା ପାକିସ୍ତାନର ଆଇଏସ୍ଆଇ, ଆଗକୁ ରହିଛି ଏଭଳି ଯୋଜନା

ଶ୍ରୀନଗର ୫।୯: ପାକିସ୍ତାନର ଏଜେନ୍ସି ଆଇଏସ୍‌ଆଇ ଜମ୍ମୁ ଓ କଶ୍ମୀରର ଧାର୍ମିକ ସ୍ଥାନଗୁଡ଼ିକରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନଙ୍କୁ ଆଦେଶ ଦେଇଥିବା କଥା ଗୁଇନ୍ଦା ଏଜେନ୍ସି ସୂଚନା ଦେଇଛି। ଆତଙ୍କବାଦୀ ଏବଂ ପାକିସ୍ତାନସ୍ଥିତ ସେମାନଙ୍କର ପରିଚାଳକାରୀଙ୍କ ମଧ୍ୟରେ ଆଦାନ ପ୍ରଦାନ ହେଉଥିବା ମେସେଜ୍‌ରୁ ଆଇଏସ୍‌ଆଇର ଯୋଜନା ସମ୍ପର୍କରେ ଜଣାପଡ଼ିଥିବା କଥା ଗୁଇନ୍ଦା ବିଭାଗ ସୂତ୍ରରୁ ପ୍ରକାଶ।

ଆଇଏସ୍‌ଆଇର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କଶ୍ମୀର ଉପତ୍ୟକାରେ ଉତ୍ତେଜନା ସୃଷ୍ଟି କରି ଆଇନ୍‌ଶୃଙ୍ଖଳା ପରିସ୍ଥିତିର ମୁକାବିଲା ନିମନ୍ତେ ସେ ଅଞ୍ଚଳରେ ଅବସ୍ଥାପିତ ଭାରତୀୟ ନିରପତ୍ତା ବଳଙ୍କ ପ୍ରତି ଲୋକମାନଙ୍କୁ ଫୁସୁଲାଉଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଉପତ୍ୟକାରେ ଶାନ୍ତି ଭଙ୍ଗ କରିବା ନିମନ୍ତେ ପାକିସ୍ତାନ ଯଥେଷ୍ଟ ସଂଖ୍ୟକ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଆପ୍ରାଣ ଉଦ୍ୟମ କରୁଛି ବୋଲି ବୁଧବାର ଦିନ ସେନା କହିଥିଲା।

ଗତକାଲି ଜମ୍ମୁ ଓ କଶ୍ମୀର ଆଇନଶୃଙ୍ଖଳାର ଅତିରିକ୍ତ ପୁଲିସ ମହାନିର୍ଦେଶକ ମୁନିର ଖାଁ କହିଛନ୍ତି ଯେ ଅଗଷ୍ଟ ୫ ତାରିଖ ଦିନ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ କୌଣସି ସାଧାରଣ ନାଗରିକ ନିହତ ହୋଇଥିବାର ଘଟଣା ଘଟିନାହିଁ। ପୂର୍ବ ଅପେକ୍ଷା ଏଠାରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି ସେ କହିଥିଲେ।

   ସମ୍ବନ୍ଧିତ ଖବର


ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା