ଭାରତୀୟ ସେନା ଯବାନଙ୍କ ରାସନରେ ବିଷ ମିଶାଇବାକୁ ଯୋଜନା କରୁଛି ପାକିସ୍ତାନର ଆଇଏସ୍ଆଇ: ଗୁଇନ୍ଦା ନୋଟ୍

ନୂଆଦିଲ୍ଲୀ,୨।୩: ପାକିସ୍ତାନୀ ମିଲିଟାରି ଏଜେନ୍ସି ଏବଂ ଆଇଏସ୍ଆଇ ଭାରତୀୟ ସେନା ଯବାନଙ୍କ ବିରୋଧରେ ଆଉ ଗୋଟାଏ ଷଡ଼ଯନ୍ତ୍ର କରୁଥାଇ ପାରନ୍ତି ବୋଲି ଗୁଇନ୍ଦାସୂତ୍ରରୁ ଜଣାପଡ଼ିଛି। ଗୋଟାଏ ପାକିସ୍ତାନୀ ନମ୍ବରରେ ଘୂରିବୁଲୁଥିବା ଏକ ଉଡ଼ାଖବର ଅନୁସାରେ କଶ୍ମୀରରେ ଅଭିଯାନ ଚଳାଇଥିବା ପାକିସ୍ତାନୀ ଏମ୍ଆଇ ଏବଂ ଆଇଏସ୍ଆଇ ଏଜେଣ୍ଟ୍ମାନେ ଉପତ୍ୟକାରେ ମୁତୟନ ହୋଇଥିବା ସେନା ଯବାନଙ୍କ ଗଚ୍ଛିତ ରାସନ୍ରେ ବିଷ ମିଶାଇବାକୁ ଯୋଜନା କରୁଛନ୍ତି।
ବିଶେଷକରି, ଜମ୍ମୁ ଓ କଶ୍ମୀର ରାଜ୍ୟରେ ସମସ୍ତ କ୍ୟାମ୍ପ୍ରେ ଥିବା ରାସନ୍ ଗୋଦାମଗୁଡ଼ିକର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି। ତେଣୁ, କୌଣସି ଅପ୍ରୀତିକର ଘଟନା ବା ଉଦ୍ୟମ ଏଡ଼ାଇବା ଲାଗି ସମଗ୍ର ଭାରତରେ ନିରାପତ୍ତା ବଳଙ୍କ ନିମନ୍ତେ ଖରିଦ କରାଯାଉଥିବା ରେସନ୍ ସବୁକୁ ବାରମ୍ବାର ଯାଞ୍ଚ କରାଯିବା ଉଚିତ। ସମ୍ପ୍ରତି ସୀମା-ପାରି ବିବାଦ ଯୋଗୁଁ କଶ୍ମୀରରେ ପରିସ୍ଥିତି ଉତ୍ତେଜନାମୟ ରହିଥିବା ବେଳେ ଗୁଇନ୍ଦା ବିଭାଗ ଏ ଭଳି ସଦ୍ୟତମ ନୋଟ୍ ଜାରି କରିଛି