PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ପାକିସ୍ତାନ ପଟୁ ଭାରତକୁ ଝଟକା, ଏବେ ଏହି ୧୨ ଟି ଜିନିଷ ଦେବନାହିଁ

ନୂଆଦିଲ୍ଲୀ,୨୦।୪: ପୁଲଓ୍ବାମା ଆକ୍ରମଣ ଘଟଣାକୁ ନେଇ ମୋଦି ସରକାର ଓ ଭାରତର ପ୍ରତ୍ୟେକ ନାଗରିକ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା ଦିଗରେ ରହିଛନ୍ତି। ସେଥିପାଇଁ ମୋଦି ସରକାର ସବୁଦିନ ଏଭଳି କିଛି ନିୟମ ତିଆରି କରୁଛନ୍ତି, ଯେଉଁ କାରଣରୁ ପାକିସ୍ତାନକୁ ବେଶ୍ କିଛି କ୍ଷତି ସହିବାକୁ ପହିଛି।  ନିକଟରେ ମୋଦି ସରକାର ପାକିସ୍ତାନକୁ ପାଣି ନଦେବାକୁ ଘୋଷଣା କରିଥିଲେ। ଯାହାଫଳରେ ପାକିସ୍ତାନରେ ଏବେ ଟୋପାଏ ଟୋପାଏ ପାଣି  ମଧ୍ୟ ମିଳିବା କଷ୍ଟକର ହୋଇଯିବ। କିନ୍ତୁ ଏସବୁ ଭିତରେ ଏବେ ପାକିସ୍ତାନ ମଧ୍ୟ ଭାରତକୁ ଧମକ ଦେଇଛି ସେଠାରୁ ଆସୁଥିବା ୧୨ ଜିନିଷକୁ ସେ ଆଉ ଭାରତକୁ ପଠାଇବ ନାହିଁ।

ପାକିସ୍ତାନର କାର୍ଯ୍ୟକଳାପ ଦେଖି ମୋଦି ସରକାର ସେପଟୁ ଆସୁଥିବା ବସ୍ତୁ ଉପରେ ୨୦୦% ଆମଦାନୀ ଶୁଳ୍କ ଲଗାଇବାର ଘୋଷଣା କରିଛନ୍ତି। ଯେଉଁ କାରଣରୁ ଏବେ ପାକିସ୍ତାନ ପଟୁ ଭାରତକୁ କୌଣସି ଜିନିଷ ଆସିବା କଷ୍ଟକର ହୋଇପଡିଛି। କାରଣ ୨୦୦% ଆମଦାନୀ ଶୁଳ୍କ ରହିବା ଫଳରେ କୌଣସି ବ୍ୟବସାୟର ପାକିସ୍ତାନରୁ ଜିନିଷ ଯଦି କିଣିବ ତେବେ ଏହା କାରଣରୁ ପାକିସ୍ତାନର ଅର୍ଥବ୍ୟବସ୍ଥାରେ ଖୁବ୍ ହ୍ରାସ ଘଟିବ।

ତେବେ ଆସନ୍ତୁ ଜାଣିବା ପାକିସ୍ତାନ ଭାରତକୁ କେଉଁ ୧୨ ଟି ଜିନିଷ ଆଣିପାରିବ ନାହିଁ। ତାହା ହେଲା ପ୍ଳାଷ୍ଟିକ୍, ଡାଇ, ସାମୁଦ୍ରିକ ଉପକରଣ, ଚିକିତ୍ସା ଉପକରଣ, ଆଲକୋହଳ, ରବର ଉତ୍ପାଦ, କଞ୍ଚା କପାସ, ମସଲା, ଅଣକାର୍ବନିକ ରାସାୟନିକ ପଦାର୍ଥ, ପ୍ରୋସେସଡ୍ ଫୁଡ୍, ପ୍ରସ୍ତୁତ ଚମଡା। ଏବେ ୨୦୦% ଆମଦାନୀ ଶୁଳ୍କ ରହିବା କାରଣରୁ  ପାକିସ୍ତାନ ଭାରତକୁ ଏହି ସବୁ ଜିନିଷ ପଠାଇବ ନାହିଁ।

ସମ୍ବନ୍ଧିତ ଖବର