PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ପାକିସ୍ତାନର ଆଉ ଏକ ମିଛ ଧରାପଡ଼ିଲା, ପିଓକେରୁ ମିଳିଲା ଏଫ୍-୧୬ ବିମାନର ଧ୍ବଂସାବିଶେଷ

ନୂଆଦିଲ୍ଲୀ,୨୮।୨: ଭାରତୀୟ ବାୟୁ ସେନା ଉପରେ ପାକିସ୍ତାନ ବୁଧବାର ଆକ୍ରମଣ ଉଦ୍ୟମ କରିବା ପରେ ଲଗାତାର ମିଛି କହି ଚାଲିଛି। ପାକିସ୍ତାନର ଏବେ ଆଉ ଏକ ମିଛ ଧରାପଡ଼ିଲା। ଭାରତୀୟ ସେନର ଗୁଳିରେ ପାକିସ୍ତାନର ଯୁଦ୍ଧ ବିମାନ ଏଫ୍-୧୬ ଖସିପଡ଼ିଥିବା କଥାକୁ ଅସ୍ବିକାର କରିଥିଲା ପାକିସ୍ତାନ। ମାତ୍ର ଏବେ ପାକ୍ ଅଧିକୃତ କଶ୍ମୀର ପିଓକେ ଠାରେ ସେହି ବିମାନର ଧ୍ବଂସାବିଶେଷ ଦେଖିବାକୁ ମିଳିଛି। ଯାହାର ଫଟୋ ଏହା ସ୍ପଷ୍ଟ କରୁଛି ଯେ ଗତକାଳି ବାସ୍ତବରେ ଭାରତୀୟ ସେନାଙ୍କ ଗୁଳିରେ ପାକ୍ ଯୁଦ୍ଧ ବିମାନ ଖସି ପଡ଼ିଥିଲା।

ପାକିସ୍ତାନ କେବଳ ଏଫ୍-୧୬ ଖସିପଡ଼ିଥିବା କଥାକୁ ଅସ୍ବିକାର କରିନଥିଲା। ବରଂ ଆହୁରି ବି କହିଥିଲା କି ବୁଧବାର ଭାରତ ଉପରେ ହୋଇଥିବା ଆକ୍ରମଣରେ ଏହି ବିମାନ ବ୍ୟବହାର ହୋଇନଥିଲା। ମାତ୍ର ପାକିସ୍ତାନର ଏହି ମିଛ ମାତ୍ର ଅଳ୍ପ କେତେ ଘଣ୍ଟା ଭିତରେ ଧରାପଡ଼ିଛି। ଏଫ୍-୧୬ ବିମାନଟି ଭାଙ୍ଗି ଯାଇଥିବା ଇଞ୍ଜିନର ଏକ ଫଟୋ ଏବେ ଗଣମାଧ୍ୟମରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର