ଭାଜପା ନିର୍ବାଚନ କାର୍ଯ୍ୟାଳୟକୁ ବିସ୍ପୋରଣ କରି ଉଡ଼ାଇଲେ ମାଓବାଦୀ

ପଲାମୁ ୨୬।୪: ହରିହରଗଞ୍ଜ ଥାନା ଅନ୍ତର୍ଗତ ମେନ ରୋଡ଼ ସ୍ଥିତ କ୍ରି​‌ଷ୍ଣା ଗୁପ୍ତାଙ୍କ ଘରେ ଚାଲୁଥିବା ଭାଜପା ନିର୍ବାଚନ କାର୍ଯ୍ୟାଳୟକୁ ମାଓବାଦୀମାନେ ବିସ୍ପୋରଣ କରି ଉଡ଼ାଇ ଦେଇଛନ୍ତି। ଏହି ଘଟଣା ଗୁରୁବାର ରାତି ପ୍ରାୟ ୧୨ଟା ସମୟରେ ଘଟିଛି। ବିସ୍ପୋରଣ ପରେ ମାଓବାଦୀ ଗୁଳିଚାଳନା କରିବା ସହ ଜିନ୍ଦାବାଦ୍ ନାରା ଲଗାଇ ବିହାର ପଳାଇଯାଇଛନ୍ତି।

ଏହି ଘଟଣାରେ କାର୍ଯ୍ୟାଳୟର ଦୁଇଟି କବାଟ ଭାଙ୍ଗି ଯାଇଥିବାବେଳେ ଘରର ସାମଗ୍ରୀ ନଷ୍ଟ ହୋଇଯାଇଛି। ଘଟଣା ସମୟରେ କାର୍ଯ୍ୟାଳୟରେ କେହି ନଥିଲେ। ଏଥିପାଇଁ କାହାରି କିଛି ଅସୁବିଧା ହୋଇନାହିଁ ବୋଲି ସୂଚନା ମିଳିଛି।  

ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କର ୨୭ତାରିଖ ଦିନ ପଲାମୁରେ ନିର୍ବାଚନୀ ସଭାକୁ ସମ୍ବନ୍ଧିତ କରିବେ। ତାଙ୍କୁ ଶୁକ୍ରବାର ରାଞ୍ଚି ଆସିବାର ଥିଲା। କିନ୍ତୁ ଏବେ ତାଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ ଅଣାଯାଇଛି। ଫଳରେ ସେ ରାଞ୍ଚିରେ ରାତ୍ରି ବିଶ୍ରାମ କରିବେ ନାହିଁ। ଶନିବାର ଭାଜପା ପ୍ରାର୍ଥୀ ବି.ଡ଼ି ରାମଙ୍କ ପକ୍ଷରେ ନିର୍ବାଚନୀ ସଭାକୁ ସମ୍ବନ୍ଧିତ କରିବେ।

   ସମ୍ବନ୍ଧିତ ଖବର


ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

ୟୁପିର କାନପୁରରେ ପ୍ରସ୍ତୁତ ହେବ ଯବାନଙ୍କ ପାଇଁ ନାଇଟ୍ ଭିଜନ ଉପକରଣ