ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ପାମେଲ ଡ୍ରଗ୍ସ ମାମଲା: ଦୁଇ ପୁଅ ସହିତ ରାକେଶ ସିଂ ଗିରଫ, ଫେରାର ହେବାର ଚେଷ୍ଟାରେ ଥିଲେ ଏହି ବିଜେପି ନେତା

କୋଲକାତା,୨୪।୨: ପାମେଲା ଗୋସ୍ୱାମୀ ଡ୍ରଗ୍ ମାମଲାରେ ପଶ୍ଚିମବଙ୍ଗ ପୋଲିସ ମଙ୍ଗଳବାର ରାତିରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ରାକେଶ ସିଂ ଏବଂ ତାଙ୍କ ଦୁଇ ପୁଅଙ୍କୁ ଗିରଫ କରିଛି। ପୋଲିସ ରାକେଶ ସିଂଙ୍କୁ ବର୍ଦ୍ଧମାନରୁ ଏବଂ ତାଙ୍କ ପୁଅମାନଙ୍କୁ କୋଲକାତାରୁ ଗିରଫ କରିଛି। ଏହା ପୂର୍ବରୁ କୋଲକାତା ହାଇକୋର୍ଟ ନାର୍କୋଟିକ କେସରେ କୋଲକାତା ପୋଲିସ ପକ୍ଷରୁ ଜାରି ନୋଟିସ୍ ଉପରେ ରୋକ ଲଗାଇବା ପାଇଁ ସିଂଙ୍କ ଦାବିକୁ ଖାରଜ କରିଦେଇଥିଲେ। ପୋଲିସର କହିବା ଅନୁସାରେ ବିଜେପି ନେତା ରାଜ୍ୟରୁ ପଳାଇବାର ଚେଷ୍ଟା କରୁଥିଲେ। ରାକେଶଙ୍କୁ ପଚରାଉଚରା ପାଇଁ କୋଲକାତା ପୋଲିସର ଏକ ଟିମ୍ ପୂର୍ବ ବର୍ଦ୍ଧାମାନର ଗଲସି ପୋଲିସ ଷ୍ଟେସନରେ ପହଁଞ୍ଚିଥିଲା।  

ଉଲ୍ଲେଖନୀୟ ଯେ, କୋକିନ ରଖିବାର ଏହି ମାମଲାରେ ବିଜେପି ଯୁବମୋର୍ଚ୍ଚାର ନେତା ପାମେଲା ଗୋସ୍ବାମୀ ବିଜେପି ବଙ୍ଗଳା ୟୁନିଟର ସଦସ୍ୟ ରାକେଶ ସିଂଙ୍କ ଉପରେ ଅଭିଯୋଗ ଆରିଥିଲେ। କୋଲକାତା ପୋଲିସ ଯେତେବେଳେ ରାକେଶ ସିଂଙ୍କ ଘରେ ପହଁଞ୍ଚିବା ପରିବାରର ସଦସ୍ୟ ପୂର୍ବରୁ ସର୍ଚ୍ଚ ଓ୍ବାରେଣ୍ଟ ଦେଖିବାର ଦାବି କରିଥିଲେ। ଏହି କାରଣରୁ ପୋଲିସ ବିଜେପି ନେତାଙ୍କ ଗାଲସି ସ୍ଥିତ ଘର ବାହାରେ ଅପେକ୍ଷା କରିଥିଲା। ଏହି ତଲାସୀ ଅଭିଯାନରେ ଆଣ୍ଟି-ନାର୍କେଟିକ୍ସ, ଡିଟେକ୍ଟିଭ ବିଭାଗର ଆଣ୍ଟି ରାଉଣ୍ଡି ଟିମ୍ ନେତୃତ୍ବ ନେଇଥିଲେ।

କୋଲକାତା ପୋଲିସ ଡିଟେକ୍ଟିଭ୍ ବିଭାଗ ରାକେଶ ସିଂଙ୍କ ତାଙ୍କର ଦୁଇ ପୁଅ ପୁଅ ସୁଭାମ ସିଂ (୨୫) ଏବଂ ସାହେବ ସିଂ (୨୧) ଙ୍କୁ ଗିରଫ କରିଛି। ବିଜେପିର ରାଜ୍ୟ ସଚିବ ପାମେଲାଙ୍କ  ଜଣେ ସାଙ୍ଗ ଓ  ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଗତ ୧୯ ତାରିଖରେ ଦକ୍ଷିଣ କୋଲକତା ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ଗିରଫ କରାଯାଇଥିଲା।  ଫେବୃଆରୀ ୧୯ ରେ ଦକ୍ଷିଣ କୋଲକାତାର ନ୍ୟୁ ଆଲିପୋର ଅଞ୍ଚଳରୁ   ତାଙ୍କ କାରରୁ ପ୍ରାୟ ୯୦ ଗ୍ରାମ କୋକେନ ମିଳିଥିଲା। ଗୋସ୍ୱାମୀ ଅଭିଯୋଗ କରିଥିଲେ ଏହା ରାକେଶ ସିଂଙ୍କ ଷଡଯନ୍ତ୍ର। କୋଲକାତା ପୋଲିସ ସିଂଙ୍କୁ ଏକ ନୋଟିସ୍ ଦେଇଥିଲେ, ଯାହାଫଳରେ ତାଙ୍କୁ ମାମଲା ସମ୍ପର୍କରେ ମାଦକ ପଦାର୍ଥ ନିରୋଧ ବିଭାଗ ଆଗରେ ହାଜର ହେବାକୁ କୁହାଯାଇଥିଲା। ସେ କହିଥିଲେ କୌଣସି କାମରେ ଦିଲ୍ଲୀ ଯାଉଛନ୍ତି ଫେରିବା ପରେ ପୋଲିସ ନିକଟରେ ହାଜର ହେବେ।  କୋଲକାତା ପୋଲିସର ଜଣେ ଶୀର୍ଷ ଅଧିକାରୀଙ୍କ କହିବା ଅନୁସାରେ, ଲାଗୁଥିଲା ସେ ଫେରର ହେବାକୁ ଚେଷ୍ଟା କରୁଛନ୍ତି।  ବୋଧହୁତ ତାଙ୍କୁ ଜଣାଥିଲା ପୋଲିସ ଖୋଜୁଛି, ତେଣୁ ଗିରଫ ନହେବା ପାଇଁ ସେ ନିଜର ଗାଡି ବଦଳାଇ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.