
ନୁଆଦିଲ୍ଲୀ ୪/୧୨: ଯଦି ଆପଣ ୩୧ ଡିସେମ୍ବର ଭିତରେ ନିଜ ପାନ୍ କାର୍ଡକୁ ଆଧାର ସହ ଲିଙ୍କ କରିବେନି ତେବେ ଆପଣଙ୍କୁ ବଡ କ୍ଷତି ସହିବାକୁ ପଡିପାରେ । ଆୟକର ବିଭାଗର ଆଦେଶ ଅନୁସାରେ ଏକ ଜାନୁୟାରୀ ପରଠୁ ଯେଉଁ ପାନ୍ କାର୍ଡ ଆଧାର ସହ ଲିଙ୍କ ହୋଇନଥିବ ତାକୁ ରଦ୍ଦ କରିଦିଆଯିବ । ଅର୍ଥାତ୍ କ୍ଷତିରୁ ବଞ୍ଚିବା ପାଇଁ ୬ ଦିନ ଭିତରେ ଆପଣଙ୍କୁ ପାନ୍ କାର୍ଡ ଆଧାର ସହ ଲିଙ୍କ କରିବାକୁ ହେବ ।

ଯେଉଁ ପାନ୍ କାର୍ଡ ଆଧାର ସହ ଲିଙ୍କ ହୋଇନଥିବ ତାର ବ୍ୟବହାର କୌଣସି ପ୍ରକାର ନେଣ ଦେଣରେ ହୋଇପାରିବନି । ତାହାକୁ ଅମାନ୍ୟ ବୋଲି ମାନିନିଆଯିବ । ଅବଶ୍ୟ ସରକାର ଏହା ସ୍ପଷ୍ଟ କରିନାହାଁନ୍ତି ଯେ ଥରେ କୌଣସି ପାନ୍ କାର୍ଡ ନିଷ୍କ୍ରିୟ ହେଲେ କେତେ ଦିନ ମଧ୍ୟରେ ତାକୁ ରିଆକ୍ଟିଭେଟ୍ କରାଯାଇହେବ । ୩୧ ମାର୍ଚ୍ଚରେ ଜାରି ହୋଇଥିବା ଅଧିସୂଚନା ଅନୁସାରେ ଅର୍ଥ ମନ୍ତ୍ରାଳୟ ଏହା କହିଥିଲା ଯେ ଯଦି କୌଣସି ବ୍ୟକ୍ତି ପାଖରେ ପାନ୍ ଓ ଆଧାର କାର୍ଡ ଉଭୟ ଅଛି ତେବେ ତାକୁ ଯୋଡିବା ବାଧ୍ୟତାମୂଳକ ।

ଏମିତି କରାନ୍ତୁ ଲିଙ୍କ
ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟ୍ www.incometaxindiaefiling.gov.in କୁ ଇଣ୍ଟରନେଟରେ ଓପୋନ୍ କରନ୍ତୁ ।
ଏହାପରେ ବାମ ପଟେ ନାଲ୍ ରଙ୍ଗର link Adhaar ଉପରେ କ୍ଲିକ୍ କରନ୍ତୁ ।
ଯଦି ଆପଣଙ୍କ ଆୟକର ଆକାଉଣ୍ଟ ହୋଇନି ତେବେ ଏହାକୁ ପଞ୍ଜୀକରଣ କରାଇ ନିଅନ୍ତୁ ।
କ୍ଲିକ୍ କରିବା ମାତ୍ରେ ପେଜ୍ ଖୋଲିଯିବ ଯେଉଁଥିରେ ଆପଣଙ୍କୁ ଆପଣଙ୍କ ଆଧାର ନମ୍ବର, ପାନ୍ ନମ୍ବର ଓ ଆଧାର ଅନୁସାରେ ନାମ ଭରିବାକୁ ପଡିବ ।
ଏହା ପରେ ଦିଆଯାଇଥିବା କ୍ୟାପ୍ଚା କୋଡ ଟାଇପ୍ କରନ୍ତୁ ।
ସୂଚନା ଭରିବା ପରେ ତଳେ ଦେଖାଯାଉଥିବା link Adhaar ଅପ୍ସନ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ଆପଣଙ୍କ ପାନ୍ କାର୍ଡ ଆଧାର ସହ ଲିଙ୍କ ହୋଇଯିବ ।

ଏମିତି ଜାଣି ପାରିବେ ଆଧାର ପାନ୍ କାର୍ଡ ଲିଙ୍କର ଷ୍ଟାଟସ୍
ଆୟକର ବିଭାଗର ୱେବସାଇଟ୍ www.incometaxindiaefiling.gov.in ରେ ଯିବାକୁ ପଡିବ ।
ଏଠାରେ ଲିଙ୍କ ଆଧାର ନାମରେ ଏକ ଅପ୍ସନ ଅଛି ।
ଏହା ଉପରେ କ୍ଲିକ୍ କଲେ ଏକ ୱିଣ୍ଡୋ ଖୋଲିବ ।
ଏହି ୱିଣ୍ଡୋରେ ଆପଣଙ୍କୁ ନାଲି ରଙ୍ଗର Click here ଉପରେ କ୍ଲିକ୍ କରିବାକୁ ହେବ ।
ଏହା ପରେ ଏକ ନୂଆ ପେଜ୍ ଖୋଲିବ, ଏଥିରେ ପାନ୍ କାର୍ଡ ନମ୍ବର ଓ ଆଧାର ନମ୍ବର ଦେବାକୁ ହେବ ।
ଏହା ପରେ ଆପଣଙ୍କୁ କାର୍ଡ ଲିଙ୍କ ହେବାର ଷ୍ଟାଟସ୍ ଜଣା ପଡିଯିବ ।