ଆୟକର ବିଭାଗର ଚେତାବନୀ : ୧୭ କୋଟି ଲୋକଙ୍କ ପାନ୍ କାର୍ଡ ୪୫ ଦିନ ଭିତରେ ହୋଇପାରେ ରଦ୍ଦ

ନୂଆଦିଲ୍ଲୀ ୧୫।୨ :  ସରକାର ପାନ୍ କାର୍ଡ ସହ ଆଧାର କାର୍ଡକୁ ଯୋଡିବା ବାଧ୍ୟତାମୂଳକ କରିଦେଇଛନ୍ତି। ଦେଶରେ ୩୦.୭୫ କୋଟିରୁ ଅଧିକ ପାନ୍ କାର୍ଡ ଧାରକ ଅଛନ୍ତି। ଯଦିଓ ୨୦୨୦ ଜାନୁଆରୀ ୨୭ ପର୍ଯ୍ୟନ୍ତ ୧୭.୫୮ ପାନ୍ କାର୍ଡ ଧାରକ ପାନ୍ ସହ ଆଧାରକୁ ଯୋଡ଼ିନଥିଲେ। ତେବେ ଏହାର ସମୟସୀମା ୨୦୨୦ ମାର୍ଚ୍ଚ ୩୧ରେ ସମାପ୍ତି ହେଉଛି। ଏଥିପାଇଁ ଆୟକର ବିଭାଗ ଚେତାବନୀ ଦେବା ସହିତ କହିଛି କି ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଯଦି ଆପଣ ନିଜ ଆଧାର କାର୍ଡକୁ ପାନ୍ କାର୍ଡ ସହିତ ଲିଙ୍କ୍ ନ କରାଉଛନ୍ତି ତାହାଲେ ପାନ୍ କାର୍ଡ ସହ ଜଡ଼ିତ କିଛି କାମ ଅଟକି ଯାଇପାରେ। ଏବଂ ପାନ୍ କାର୍ଡକୁ ରଦ୍ଦ ମଧ୍ୟ କରାଯାଇପାରେ।

କାରଣ, ଆଧାର- ପାନ୍ ଲିଙ୍କ୍ ପାଇଁ ତାରିଖକୁ ପୂର୍ବରୁ ଅନେକ ଥର ବଢ଼ା ଯାଇ ସାରିଛି। ଏବେ ଏହା ହେଉଛି ଶେଷ ତାରିଖ। ମାର୍ଚ୍ଚ ୩୧ ପରେ ପାନ୍ ଅନ୍ ଅପରେଟିଭ୍ ହୋଇଯିବ। ଅର୍ଥାତ୍ ଆସନ୍ତା ୪୫ ଦିନ ଭିତରେ ଏହାର କାମ ପୁରା କରାଇନେବାକୁ ଆୟକର ବିଭାଗ ଚେତାବନୀ ଦେଇଛି।

ଆୟକର ବିଭାଗର କହିବାନୁସାରେ, ସାଧାରଣ ଜିନିଷରେ ଆୟକର ରିଟର୍ନ ଭରିବା ପାଇଁ ପାନ୍ କାର୍ଡର ଆବଶ୍ୟକତା ହୋଇଥାଏ। ଏମିତିରେ ବିଭାଗର କହିବା କଥା କି, ଦୁଇଟି ଦସ୍ତାବିଜ୍ ଲିଙ୍କ୍ ନ ହେବା ଦ୍ବାରା ଲୋକଙ୍କୁ ଅସୁବିଧା ହୋଇପାରେ। ଆୟକର ବିଭାଗ ନିଜ ଓ୍ବେବସାଇଟରେ ଆଧାର ପାନ ଲିଙ୍କ୍ କରିବା ପାଇଁ ଅନଲାଇନ୍ ସୁବିଧା ଦେଇଛି। ଏହା ସହିତ ଯଦି କେହି ଆଧାର ଓ ପାନ୍ ଲିଙ୍କ୍ ହୋଇଛି କି ନାହିଁ ଦେଖିବାକୁ ଚାହୁଁଛି ସେ ଅତି ସହଜରେ ଅନଲାଇନରେ ଦେଖିପାରିବେ।

ଇନକମ୍ ଟ୍ୟାକ୍ସ ଆକ୍ଟ ସେକ୍ସନ 139AAଣ କ୍ଲଜ୍ ୩୧ ମୁତାବିକ, ‘ ସ୍ଥିର ହୋଇଥିବା ତାରିଖ ପରେ ଆଧାର କାର୍ଡ ରଖୁଥିବା ଲୋକଙ୍କର ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର ଇନଅପରେଟିଭ୍ କରିଦିଆଯିବ।’ ଏହି ସଂଶୋଧନ ୨୦୧୯ ସେପ୍ଟେମ୍ବର ୧ ରୁ ଆରମ୍ଭ ହୋଇସାରିଛି। ଯଦି କୌଣସି ପାନ୍ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରାଯାଇନଥିବ ତାହେଲେ ପାନ୍ କାର୍ଡ ପୁରାପୁରି ଭାବେ ବେକାର ବା ଅକାମି ହୋଇଯିବ।

   ସମ୍ବନ୍ଧିତ ଖବର


ବଜାରରେ ଟୟୋଟାର ନୂଆ ଇନୋଭା କ୍ରାଏଷ୍ଟା

ଆର୍ଥିକ ସଂକଟର ସାମ୍ନା କରୁଥିବା ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଜମାକାରୀଙ୍କ ପାଇଁ ଖୁସି ଖବର

ବ୍ୟାଙ୍କ ଆକାଉଣ୍ଟ ଓ ପାନ୍‌କୁ ଆଧାର ସହିତ ଲିଙ୍କ କଲେ ୟୁଜର୍ସଙ୍କୁ ସତରେ କ’ଣ ବିପଦ ? ଜାଣନ୍ତୁ…

ଭାରତରେ ନୋକିଆ ୨.୪ ଉନ୍ମୋଚିତ – ଅନ୍ଧାରରେ ବି ଉଠାଇ ହେବ ଉନ୍ନତ ଧରଣର ଫଟୋ: ଏଥିରେ ରହିଛି ଏହି ବିଶେଷତ୍ୱ, ଦାମ ମାତ୍ର ୧୦,୩୯୯

ସୁନା କିଣିବାର ସୁବର୍ଣ୍ଣ ସୁଯୋଗ ! ୮ ହଜାର ଟଙ୍କା ଶସ୍ତା

ଅଟଳ ପେନ୍‌ସନ ଯୋଜନାରେ ୪୦ ଲକ୍ଷରୁ ଅଧିକ ନୂଆ ଉପଭୋକ୍ତା ସାମିଲ, ମିଳିବ ସର୍ବନିମ୍ନ ନିଶ୍ଚିତ ପେନ୍‌ସନ