ଢିଙ୍କିଆରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ବର, ୨୬।୧ ରାଜ୍ୟରେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟରେ ରାଜନୀତି ସରଗରମ ହୋଇଛି। କିନ୍ତୁ ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଏବେ ପଞ୍ଚାୟତ ନିର୍ବାଚନ ହେବ ନାହିଁ। ଢିଙ୍କିଆରେ ପଞ୍ଚାୟତ ନିର୍ବାଚନ ଆସନ୍ତା ବର୍ଷ ହେବ । ଏ ନେଇ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।