ପ୍ରମୁଖ ଖବର
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ସୁପର୍‌ହିଟ ୱେବ୍‌ ସିରିଜ୍‌ ‘ପଞ୍ଚାୟତ-୩'ର ଟ୍ରେଲର୍‌ ରିଲିଜ୍‌, ୨୮ ତାରିଖରେ ଓଟିଟି ଦେଖିପାରିବେ ଦର୍ଶକ

ମୁମ୍ବାଇ ୧୬/୦୫: ଆମାଜନ୍‌ ପ୍ରାଇମ୍‌ ଭିଡିଓର ସୁପର୍‌ହିଟ ୱେବ୍‌ ସିରିଜ୍‌ ‘ପଞ୍ଚାୟତ’ର ସିଜନ୍‌-୩ର ଟ୍ରେଲର୍‌ ରିଲିଜ୍‌ ହୋଇଛି । ଅଢ଼େଇ ମିନିଟ୍‌ର ଏହି ଟ୍ରେଲର୍‌ରେ ଫୁଲେରା ଗାଁର ରାଜନୀତି ଓ ପ୍ରଧାନ ସଚିବ ଅଭିଷେକଙ୍କ ପ୍ରେମ କାହାଣୀର ଝଲକ୍‌ ଦେଖିବାକୁ ମିଳିଛି । ଶୋ’ର ଏହି ସିଜନ୍‌ରେ ମୋଟ୍‌ ୮ ଏପିସୋଡ୍‌ ରହିବ । ଦୀପକ କୁମାର  ମିଶ୍ରାଙ୍କ ନିର୍ଦ୍ଦେଶିତ ଏହି ସିରିଜ୍‌ ଆସନ୍ତା ୨୮ ତାରିଖରୁ ପ୍ରାଇମ୍‌ ଭିଡିଓରେ ପ୍ରସାରିତ ହେବ । 

ଟ୍ରେଲର୍‌ରେ ଦେଖିବାକୁ ମିଳିଛି, ଗୋଟିଏ ପଟେ ସଚିବ ଗାଁରେ  ଚାଲିଥିବା ରାଜନୀତିଠୁ ଦୂରେଇ ପଢ଼ାରେ ଧ୍ୟାନ ଦେବାକୁ ଚାହୁଁଛନ୍ତି । ଅନ୍ୟପକ୍ଷେ,  ଗାଁରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏଥର ନିର୍ବାଚନରେ  ପ୍ରଧାନଙ୍କ ପ୍ରତିପକ୍ଷ ହୋଇଛି ‘ବନରାକସ’ (ବନ ରାକ୍ଷସ) ଚରିତ୍ର, ଯାହାକୁ  ସ୍ଥାନୀୟ ବିଧାୟକଙ୍କ ତରଫରୁ ଖୁବ୍‌ ସମର୍ଥନ ମିଳିଛି । ପୂର୍ବ ସିଜନ୍‌ରେ ବିଧାୟକ ଗାଁର ପ୍ରଧାନ ଓ ସଚିବଙ୍କୁ ଖୁବ୍‌ ହଇରାଣ କରିଥିଲେ ।  ଉଭୟଙ୍କ ଚାକିରି ବିପଦରେ ପଡ଼ିଥିଲା । ହିନ୍ଦୀ ସମେତ ତାମିଲ, ତେଲୁଗୁ,  ମାଲାୟାଲମ୍‌ ଓ କନ୍ନଡ଼ ଭାଷାରେ ବିଶ୍ୱର ୨୪୦ରୁ ଅଧିକ ଦେଶରେ ‘ପଞ୍ଚାୟତ-୩’ର  ପ୍ରିମିୟର ହେବ । ଏଥିରେ ଜିତେନ୍ଦ୍ର କୁମାର, ନୀନା ଗୁପ୍ତା, ରଘୁବୀର ଯାଦବ, ଫୈସଲ  ମଲିକ, ଚନ୍ଦନ ରୟ ଓ ସାଂଭିକା ଆଦି କଳାକାର ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.