PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପଞ୍ଜାବ-ସର୍ଭିସେସ୍‌ ଫାଇନାଲ୍‌

ନୂଆଦିଲ୍ଲୀ, ୧୯ ।୪ (ଏଜେନ୍ସି): ଚଳିତ ସନ୍ତୋଷ ଟ୍ରଫିର ସେମି ଫାଇନାଲ୍‌ ପର୍ଯ୍ୟାୟ ଶେଷ ହୋଇଛି । ପଞ୍ଜାବ ଓ ସର୍ଭିସେସ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ପ୍ରଥମ ସେମିରେ ପଞ୍ଜାବ ୨-୧ ଗୋଲ୍‌ରେ ଗୋଆକୁ ଏବଂ ଦ୍ୱିତୀୟ ସେମିରେ ସର୍ଭିସେସ୍‌ ୪-୩ (୧-୧) ପେନାଲ୍ଟି ସୁଟ୍‌ ଆଉଟ୍‌ରେ କର୍ଣ୍ଣାଟକକୁ ପରାଜିତ କରିଥିଲା । ଆସନ୍ତା ରବିବାର ଫାଇନାଲ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।

ପଞ୍ଜାବ ବନାମ ଗୋଆ: ମ୍ୟାଚ୍‌ ବେଶ ଚିତାକର୍ଷକ ହୋଇଥିଲା । ୯୦ ମିନିଟ୍‌ ଖେଳ ୧-୧ ଗୋଲ୍‌ରେ ବରାବର ରହିବା ପରେ ଇନ୍‌ଜ୍ୟୁରୀ ଟାଇମରେ ପଞ୍ଜାବର ହରଜିନ୍ଦର ସିଂହ ଚମତ୍କାର ଗୋଲ୍‌ ସ୍କୋର କରି ଦଳକୁ ୨-୧ ଗୋଲରେ ବିଜୟୀ କରାଇଥିଲେ । ପଞ୍ଜାବ ୧୫ ଥର ପାଇଁ ସନ୍ତୋଷ ଟ୍ରଫି ଫାଇନାଲ୍‌ରେ ପ୍ରବେଶ କରିଛି ।

ଖେଳ ଆରମ୍ଭରୁ ପଞ୍ଜାବ ଉନ୍ନତ ପ୍ରଦର୍ଶନ କରି ୧୨ତମ ମିନିଟ୍‌ରେ ଗୋଲ୍‌ ଖାତା ଖୋଲିଥିଲା । ଜଶପ୍ରୀତ ସିଂହ ଏହି ଗୋଲଟି ସ୍କୋର କରିଥିଲେ । ପ୍ରଥମାର୍ଦ୍ଧରେ ଗୋଆ ଏହି ଗୋଲ୍‌ ପରିଶୋଧ କରି ପାରିନଥିଲା । ଦ୍ୱିତୀୟାର୍ଦ୍ଧ ଖେଳ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଗୋଆ ଗୋଲ ପରିଶୋଧ କରିବା ନେଇ ବହୁ ପ୍ରୟାସ କରିଥିଲା । ପଞ୍ଜାବ ମଧ୍ୟ ଦଳୀୟ ସ୍କୋର ବୃଦ୍ଧି କରିବାରେ ଉଦ୍ୟମ ଜାରି ରଖିଥିଲା । ୮୮ତମ ମିନିଟ୍‌ ପର୍ଯ୍ୟନ୍ତ କେହି କାହାକୁ ଗୋଲ୍‌ ଦେଇ ପାରିନଥିଲେ । ଶେଷରେ ୮୯ତମ ମିନିଟ୍‌ରେ ଗୋଆ ସ୍ଥିତି ୧-୧ ଗୋଲରେ ବରାବର କରିଥିଲା । ଜେ.ଆବ୍ରାଚେସ ଏହି ଗୋଲଟି ସ୍କୋର କରିଥିଲେ । ମାତ୍ର ଇନ୍‌ଜ୍ୟୁରୀ ଟାଇମରେ ଗୋଲ୍‌ ସ୍କୋର କରି ପଞ୍ଜାବ ଫାଇନାଲ୍‌ରେ ପ୍ରବେଶ କରିଥିଲା ।

ସର୍ଭିସେସ୍‌ ବନାମ କର୍ଣ୍ଣାଟକ: ଦ୍ୱିତୀୟ ସେମି ଫାଇନାଲ ମଧ୍ୟ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିବା ପରେ ପେନାଲ୍ଟି ସୁଟ ଆଉଟ୍‌ର ସହାୟତା ନିଆଯାଇଥିଲା । ଯେଉଁଥିରେ ସର୍ଭିସେସ୍‌ ୪-୩ରେ ବିଜୟ ଲାଭ କରିଥିଲା ।
ପ୍ରାରମ୍ଭରୁ ମ୍ୟାଚ୍‌ ଚିତାକର୍ଷକ ହୋଇଥିଲା । ଖେଳର ସପ୍ତମ ମିନିଟ୍‌ରେ ସର୍ଭିସସ୍‌ ଗୋଲ୍‌ ଖାତା ଖୋଲି ଅଗ୍ରଣୀ ହାସଲ କରିଥିଲା । ପ୍ରଥମାର୍ଦ୍ଧରେ ଏହି ଗୋଲ୍‌ ପରିଶୋଧ କରିବାରେ କର୍ଣ୍ଣାଟକ ବିଫଳ ହୋଇଥିଲେ ବି ଦ୍ୱିତୀୟାର୍ଦ୍ଧର ୮୪ତମ ମିନିଟ୍‌ରେ ସ୍ଥିତି ୧-୧ କରିଥିଲା । ପରେ ନିର୍ଦ୍ଧାରିତ ୯୦ ମିନିଟ୍‌ ସହ ଇନ୍‌ଜ୍ୟୁରୀ ଟାଇମରେ ଖେଳ ଅମୀମାଂସିତ ରହିଥିଲା । ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍ଟି ସୁଟ୍‌ ଆଉଟର ସହାୟତା ନିଆଯାଇଥିଲା ।