ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ସକାଳେ ଖାଲି ପେଟରେ ଖାଆନ୍ତୁ ଅମୃତଭଣ୍ଡା, ଏକାଧିକ ରୋଗକୁ ଭଲ କରେ...

ଭୁବନେଶ୍ୱର, ୨୬।୪: ଭିଟାମିନ୍‌ ଓ ମିନେରାଲ୍‌ରେ ଭରା ଅମୃତଭଣ୍ଡା । ଏଥିରେ ଥିବା ପୋପିନ୍‌ ନାମକ ଏନ୍‌ଜାଇମ୍‌ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ । ଏହାକୁ ସକାଳେ ଖାଲି ପେଟରେ ଖାଇଲେ ଅଧିକ ସ୍ୱାସ୍ଥ୍ୟପ୍ରଦ । ଏହା ଯେତିକି ସୁଆଦିଆ, ସେତିକି ସ୍ୱାସ୍ଥ୍ୟକର । ସକାଳେ ଖାଲି ପେଟରେ ଅମୃତଭଣ୍ଡା ଖାଇଲେ ସତେଜ ଅନୁଭବ ହୋଇଥାଏ । ଏହା ରକ୍ତରେ ଶର୍କରାସ୍ତର ସହ ଓଜନକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ । ଗରମ ଦିନେ ଅମୃତଭଣ୍ଡା ଖାଇବା ଅଧିକ ଲାଭଦାୟକ । ଏଥିରେ ଥିବା ପୋଷକତତ୍ତ୍ୱ ଅନେକ ଛୋଟମୋଟ ସମସ୍ୟାକୁ ଦୂର କରିଥାଏ । ଚାଲନ୍ତୁ ଜାଣିବା ଅମୃତଭଣ୍ଡା ଖାଇବା ଦ୍ୱାରା ମିଳୁଥିବା ଲାଭ ବିଷୟରେ...

ତ୍ୱଚାକୁ ସୁସ୍ଥ ରଖେ : ଏଥିରେ ଥିବା ଲାଇକୋପିନ୍‌ ଓ ଭିଟାମିନ୍‌-ସି, ଫ୍ରି-ରେଡିକଲ୍‌ ଡ୍ୟାମେଜ୍‌କୁ କମ୍‌ କରିଥାଏ । ସେହିପରି ବୟସ ପୂର୍ବରୁ ବୟସ୍କ ଲାଗିବାରୁ ରୋକିଥାଏ । ଏହାବ୍ୟତୀତ ତ୍ୱଚା ଲୋଚାକୋଚା ହେବା, ଫାଇନ୍‌ ଲାଇନ୍‌ ଓ ତ୍ୱଚାରେ କଳାଦାଗ ଆସିବାରୁ ରକ୍ଷା କରିଥାଏ । ଫଳରେ ବୟସ ବଢିବା ସତ୍ତେ୍ୱ ମଧ୍ୟ ତ୍ୱଚାର ଚମକ୍‌ କମି ନଥାଏ ।

ରକ୍ତରେ ଶର୍କରା ନିୟନ୍ତ୍ରଣ : ଅମୃତଭଣ୍ଡାରେ ଥିବା ଫାଇବର ରକ୍ତରେ ଶର୍କରାସ୍ତରକୁ କମ୍‌ କରିଥାଏ । ଏହା ଇନ୍‌ସୁଲିନ୍‌ ସେନ୍ସିଟିଭିଟି ବଢାଇଥାଏ, ଯାହା ରକ୍ତରେ ଶର୍କରାସ୍ତରକୁ ନିୟନ୍ତ୍ରିତ ରଖିଥାଏ ।

ଆଣ୍ଟି-ଅକ୍ସିଡାଣ୍ଟରେ ଭରା : ଏଥିରେ ଭରପୂର ମାତ୍ରାର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଫ୍ରି-ରେଡିକଲ୍‌ ଡ୍ୟାମେଜକୁ କମ୍‌ କରିବା ସହ ଏଥିରୁ ହେଉଥିବା ରୋଗର ଆଶଙ୍କାକୁ କମାଇଥାଏ । ଏଥିରେ କ୍ୟାରୋଟିନାଇଡସ୍‌ ପରି ଆଣ୍ଟି-ଅକ୍ସିଡାଣ୍ଟ୍‌ ରହିଥାଏ, ଯାହା ଅକ୍ସିଡେଟିଭ୍‌ ଷ୍ଟ୍ରେସ୍‌କୁ କମ୍‌ କରିବା ସହ ଅନେକ ରୋଗରୁ ରକ୍ଷା କରିଥାଏ ।

ପେଟକୁ ଭରା ରଖେ : ଅମୃତଭଣ୍ଡାରେ ଥିବା ଫାଇବର ପେଟକୁ ଭରା ରଖିଥାଏ । ଫଳରେ ଓଭର ଇଟିଂ ସମସ୍ୟାରୁ ରକ୍ଷା ମିଳିଥାଏ । ତେଣୁ ଓଜନ ବଢିବାର ଚିନ୍ତା ନଥାଏ ।

ପାଚନ ପ୍ରକ୍ରିୟାରେ ସୁଧାର ଆଣେ : ଏଥିରେ ଥିବା ପୋପିନ୍‌ ପାଚନତନ୍ତ୍ରକୁ ସୁସ୍ଥ ରଖେ । ଅମୃତଭଣ୍ଡାରେ ପ୍ରାକୃତିକ ଲେକ୍ସେଟିଭ୍‌ ରହିଥାଏ, ଯାହା କବ୍ଚ ସମସ୍ୟାରେ ସୁଧାର ଆଣିଥାଏ । ସେହିପରି ଖାଲି ପେଟରେ ଖାଇବା ଦ୍ୱାରା ବାଉଲ୍‌ ସିଣ୍ଡ୍ରୋମ୍‌ ସମସ୍ୟାରେ ସୁଧାର ଆସିଥାଏ ।

କୋଲେଷ୍ଟେରଲ୍‌ସ୍ତର ନିୟନ୍ତ୍ରିତ ରଖେ : ଏଥିରେ ପ୍ରଚୁର ମାତ୍ରାର ଭିଟାମିନ୍‌-ସି ଓ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଥାଏ । ଫଳରେ ଗୁଡ୍‌ କୋଲେଷ୍ଟେରଲ୍‌ ବଢ଼ିବା ସହ ହୃଦୟ ରୋଗର ଆଶଙ୍କା କମ୍‌ ରହିଥାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.