ପୁଣି ନୂଆ ବିବାଦରେ ଫସିଲେ ପପୁ: ରାନୁ ମଣ୍ଡଲଙ୍କୁ ନକଲ କରି ହେଲେ ଟ୍ରୋଲର ଶିକାର

ଭୁବନେଶ୍ୱର ୨୬/୮: ପୁଣି ବିବାଦରେ ପପୁ । ନିକଟରେ ନିଜର ଫିଲ୍ମ ପୋଷ୍ଟର ପାଇଁ ବିବାଦରେ ଫସିଥିବା ପପୁ ପମ୍ ପମ୍ ପୁଣି ଏକ ନୂଆ ବିବାଦକୁ ଟାଣି ଆଣିଛନ୍ତି । ଏବେ ସାରା ଦେଶରେ ନିଜର ସୁନ୍ଦର କଣ୍ଠ ପାଇଁ ପ୍ରସିଦ୍ଧି ଲାଭ କରିଥିବା ରାନୁ ମଣ୍ଡଳଙ୍କୁ ନକଲ କରି ଗୀତ ଗାଇ ଥିବାରୁ ତାଙ୍କୁ ଅନେକ ସମାଲୋଚନା କରିଛନ୍ତି । ସାମାଜିକ ଗଣମାଧ୍ୟମରେ ମଧ୍ୟ ପପୁଙ୍କୁ ଟ୍ରୋଲ କରାଯାଉଛି ।

ଗତ କିଛିଦିନ ତଳେ ଫିଲ୍ମ ପୋଷ୍ଟରରେ ମହିଳାଙ୍କୁ ଅସମ୍ମାନ କରିବା ଅଭିଯୋଗରେ ପପୁଙ୍କ ନାମରେ ଥାନାରେ ଅଭିଯୋଗ ଦାୟର କରାଯାଇଥିଲା । ଦୁତୀ ଚାନ୍ଦଙ୍କ ବିରୋଧରେ ମନ୍ତବ୍ୟ ଦେବା ପ୍ରସଙ୍ଗରେ ମଧ୍ୟ ତାଙ୍କୁ ସମାଲୋଚନା କରାଯାଇଥିଲା । ଆଉ ଏବେ ରାନୁ ମଣ୍ଡଳଙ୍କୁ ନକଲ କରିବା ପ୍ରସଙ୍ଗରେ ତାଙ୍କୁ ଅନେକ ସମାଲୋଚନା କରିଛନ୍ତି ।

Tulu Tulu ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಸೋಮವಾರ, ಆಗಸ್ಟ್ 26, 2019

ପପୁଙ୍କର ଭାଇରାଲ୍‌ ହୋଇଥିବା ଭିଡିଓରେ ସେ ଏକ ଶାଢୀ ପିନ୍ଧି ରାନୁଙ୍କ ଲୋକପ୍ରିତ ଗୀତ ତେରି ମେରି… ଗୀତକୁ ଗାଉଥିବା ଶୁଣିବାକୁ ମିଳିଛି । ଏଥିରେ ଆଉଜଣେ କଳାକାର ହିମେଶ ରେଶମେୟାଙ୍କୁ ଅନୁକରଣ କରିଛନ୍ତି ।

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ୟୁଜର୍ସ ପପୁଙ୍କ ସମାଲୋଚନା କରୁଛନ୍ତି । ଜଣେ ୟୁଜର ଏନେଇ ଏକ ଭିଡିଓ ସେୟାର କରି ପପୁଙ୍କ ଏହି କାର୍ୟ୍ୟକୁ ସମାଲୋଚନା କରିଛନ୍ତି । କହିରଖୁଛୁ ଟ୍ରେନରେ ଗୀତ ଗାଇ ଭିକ୍ଷାବୃତ୍ତି କରୁଥିବା ରାନୁ ମଣ୍ଡଙ୍କୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓ ବେଶ୍‌ ପ୍ରସିଦ୍ଧି ଆଣି ଦେଇଥିଲା । ତେବେ ଷ୍ଟେସନରେ ଗୀତ ଗାଉଥିବା ରାନଙ୍କ ପାଖକୁ ଏବେ ସବୁଆଡୁ ଅଫର୍ ଆସିବାରେ ଲାଗିଛି ।

   ସମ୍ବନ୍ଧିତ ଖବର


ବିଧାନସଭା କୋଭିଡ୍ ଟେଷ୍ଟ – ୧୩୬ ପଜିଟିଭ୍

ରାଜଧାନୀବାସୀ ହୋମ୍‌ ଆଇସୋଲେସନ୍‌କୁ ଅଧିକ ପସନ୍ଦ , ୧୦ ହଜାର ଲୋକେ ହୋମ୍‌ ଆଇସୋଲେସନ୍‌ରେ ରହି ସାରିଛନ୍ତି

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କୁ କରୋନା

କରୋନା – ଆଜି ସୁସ୍ଥ ହେଲେ ୪୩୮୮

ସମ୍‌ରେ ସଫଳ କିଡ୍‌ନୀ ପ୍ରତିରୋପଣ – ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଉଛି ସମ୍ ଅଲ୍ଟିମେଟ୍ ମେଡିକେୟାର

ଭୁବନେଶ୍ୱରରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ : ସ୍କର୍ପିଓରୁ ଉଦ୍ଧାର ହେଲେ କଲଗାର୍ଲ !