ପାରାଦୀପ ବନ୍ଦର କରିବ ସୁପର୍‌ ସ୍ପେସାଲିଟି ହସ୍ପିଟାଲ : ଡିସେମ୍ବର ସୁଦ୍ଧା ସରିବ ୪ ଶହ ଶଯ୍ୟା ହସ୍ପିଟାଲର ଟେଣ୍ଡର ପ୍ରକ୍ରିୟା

ପାରାଦୀପ ୬।୧୨ : ପାରାଦୀପ ବନ୍ଦରରେ ହେବ ୪ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ସୁପର୍‌ ସେସ୍ପାଲିଟି ହସ୍‌ପିଟାଲ୍‌ । ପରେ ଏହା ମେଡିକାଲ କଲେଜରେ ରୂପାନ୍ତରିତ ହେବ । ଏଭଳି ଯୋଜନା ରଖିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ । ବର୍ତ୍ତମାନ ବନ୍ଦର ଚିକିତ୍ସାଳୟ ଥିବା ଜାଗାରେ ଏହି ମେଡିିକାଲ ନିର୍ମାଣ ପାଇଁ ଯୋଜନା ଥିବା ଜଣାପଡ଼ିଛି । ୮.୪୫ ଏକର ଜାଗା ଉପରେ ନିର୍ମାଣ ହେବାକୁ ଥିବା ଏହି ମେଡିକାଲ ପାଇଁ ବନ୍ଦର ପ୍ରାୟ ୨ ଶହ କୋଟି ଟଙ୍କା ବ୍ୟୟ କରିବ ଓ ପରେ ଏହାକୁ ଏକ ମେଡିକାଲ କଲେଜରେ ପରିଣତ କରିବାକୁ ଯୋଜନା ରଖିଛି । ହସ୍ପିଟାଲ୍‌ ନିର୍ମାଣ ପାଇଁ ଚଳିତ ଡିସେମ୍ବର ଶେଷ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ ହୋଇପାରେ ବୋଲି ବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି ।
ପାରାଦୀପରେ ଦିନକୁ ଦିନ ବିଗୁଡୁଥିବା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଦେଖି ଏହି ସୁପର ସ୍ପେସାଲିଟି ହସ୍ପିଟାଲ୍‌ ନିର୍ମାଣ ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି ।

ଏନେଇ ଡିସେମ୍ବର ଶେଷ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ ହେବ ବୋଲି ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ୮.୪୫ ଏକର ଜାଗାରେ ଏହି ମେଡିକାଲ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ନିର୍ମାଣ ଆରମ୍ଭର ୩ ମାସ ଭିତରେ ୨ଟି ଆଇସିସିୟୁ (ଇଣ୍ଟେନସିଭ୍‌ କ୍ରିଟିକାଲ୍‌ କେୟାର ୟୁନିଟ୍‌) ଥାଇ ୬୪ଟି ଶଯ୍ୟା ବିଶିଷ୍ଟ ମେଡିକାଲ୍‌ କାର୍ଯ୍ୟକ୍ଷମ କରାଯିବାକୁ ଟେଣ୍ଡରରେ ଦର୍ଶାଯାଇଛି । ଏହାପରେ ୨ବର୍ଷ ଭିତରେ ମେଡିିକାଲକୁ ୬୪ରୁ ୧୦୦ ଶଯ୍ୟାରେ ପରିଣତ କରାଯିବ । ଏହା ସହିତ ଆଉ ୨ଟି ଅଧିକ ଆଇସିସିୟୁ ନିର୍ମାଣ କରାଯିବ । ନିର୍ମାଣ ଆରମ୍ଭର ୮ବର୍ଷ ଭିତରେ ଅଧିକ ୧୫୦ ଶଯ୍ୟା ଓ ୪ଟି ଆଇସିସିୟୁ, ୧୫ ବର୍ଷ ଭିତରେ ଆହୁରି ୧୫୦ ଶଯ୍ୟା ଓ ୬ଟି ଅଧିକ ଆଇସିସିୟୁ ନିର୍ମାଣ କରାଯାଇ ମୋଟ୍‌ ୪ଶହ ଶଯ୍ୟା ଏବଂ ୧୪ଟି ଆଇସିସିୟୁ ବିଶିଷ୍ଟ ହସ୍ପିଟାଲରେ ପରିଣତ କରାଯିବ ।

ଏପରିକି ପରେ ଏହାକୁ ଏକ ମେଡିକାଲ୍‌ କଲେଜରେ ପରିଣତ କରାଯିବା ସହ ଆଉ ୧୦୦ଟି ଶଯ୍ୟା ବଢାଯିବ ବୋଲି ଟେଣ୍ଡରରେ ଦର୍ଶାଯାଇଛି । ହସ୍‌ପିଟାଲର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ୨ ବର୍ଷ ୬ମାସ ସମୟ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ବନ୍ଦର ମେଡିକାଲ ଥିବା ଜାଗା ଓ ମେଡିକାଲକୁ ପିପିପି ମୋଡ୍‌ରେ ଆଗ୍ରହୀ ସଂସ୍ଥାକୁ ପ୍ରଦାନ କରାଯିବ । ମେଡିକାଲ କଲେଜ ପାଇଁ ଆବଶ୍ୟକ ୧୦ ଏକର ଜାଗା ସଂସ୍ଥାକୁ ବନ୍ଦର କର୍ତ୍ତୃପକ୍ଷ ଯୋଗାଇବେ । ବର୍ତ୍ତମାନ ମେଡିକାଲରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ବନ୍ଦର ଡେପୁଟେସନ୍‌ରେ କାମ କରିବାକୁ ସୁଯୋଗ ଦେବ । ବନ୍ଦର କର୍ମଚାରୀ ଓ ପରିବାର ଲୋକଙ୍କୁ ଛାଡ଼ି ବାହାର ରୋଗୀଙ୍କ ପାଇଁ ଧାର୍ଯ୍ୟ ଦର ଅନୁସାରେ ଫି’ ନିଆଯିବ । ବନ୍ଦର କର୍ମଚାରୀଙ୍କ ମେଡିକାଲ ବାବଦ ଖର୍ଚ୍ଚକୁ ବନ୍ଦର ତା’ର ନିୟମାନୁସାରେ ବହନ କରିବ । ମେଡିିକାଲ କଲେଜ ପାଇଁ ବନ୍ଦର କର୍ତ୍ତୃପକ୍ଷ ଋଣ ଆକାରରେ କିଛି ଟଙ୍କା ଯୋଗାଇଦେବେ ।

ଏ ସମ୍ପର୍କରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି, ଟେଣ୍ଡର ପାଇଁ କିଛି କମ୍ପାନି ଆଗ୍ରହ ଦେଖାଇଛନ୍ତି । ଡିସେମ୍ବର ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ ହେବ । ବହୁ ବର୍ଷ ଧରି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ବିରୋଧରେ ସ୍ୱର ଉଠାଉଥିବା ବିଭିନ୍ନ ସଂଗଠନ ପକ୍ଷରୁ ସୁପର ସ୍ପେସାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦାବି ଉଠୁଥିଲା । ବନ୍ଦର ପକ୍ଷରୁ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଘୋଷଣା ମଧ୍ୟ କରାଯାଇଥିଲା । କିନ୍ତୁ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁ ନଥିଲା । ଏବେ ଅଳ୍ପ କେତେ ମାସ ଭିତରେ କାମ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳୁଛି ।

   ସମ୍ବନ୍ଧିତ ଖବର


ଆଜି ବଡ଼ଓଷା: ଧବଳେଶ୍ୱର ପୀଠରେ ଲାଗି ହେବ ଧଳା ଗଜ ମଣ୍ଡା, ଅଟକାଳି ଭୋଗ

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ଚାଉଳ ଡବାରୁ ମିଳିଲା ଚାରି ଲକ୍ଷ, ଟଙ୍କା ଚୋରି ଅଭିଯୋଗରେ ଜଣେ ଗିରଫ

ବୋଲେରୋକୁ ଧକ୍କା ଦେଇ ଜଳିଗଲା କଣ୍ଟେନର : ଫ୍ଲିପ୍‌କାର୍ଟ ସାମଗ୍ରୀ ନେଇ ମୁମ୍ବାଇରୁ କୋଲକାତା ଯାଉଥିଲା, ୫ ଆହତ

ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା, ଶ୍ରଦ୍ଧାଳୁ ଦେଖିପାରିବେନି ବଡ଼ସିଂହାର ବେଶ

ଓଭର ଟେକ୍‌କୁ ନେଇ ବଚସା, ବସ୍‌ ଉପରକୁ ଗୁଳିମାଡ଼ କରି ଫେରାର ଦୁଇ ଯୁବକ ଓ ଯୁବତୀ