PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ପରକୀୟା ପ୍ରୀତିର କରୁଣ ପରିଣତି, ବେଡରୁମରୁ ଗୁରୁତର ଅବସ୍ଥାରେ ବିବାହିତା ଓ ପ୍ରେମିକର ମୃତଦେହ ଉଦ୍ଧାର

ଦେବଗଡ ୭/୮-(ଆପ୍ର): ନିଜର ପ୍ରେମ ସମ୍ପର୍କକୁ ଭୁଲି ପାରି ନଥିବା ଜଣେ ଯୁବତୀ ଘର ଲୋକଙ୍କ କହିବା ମୁତାବକ ବିବାହ କରିବାପରେ ନିଜ ଚାକିରିଆ ସ୍ୱାମୀଙ୍କ ଅନୁପସ୍ଥିତିରେ ନିଜର ପୁରୁଣା ପ୍ରେମିକ ସହ ସମ୍ପର୍କ ରଖିବା ମହଙ୍ଗା ସାବସ୍ତ୍ୟ ହୋଇଛି । ଏପରିକି ଗତକାଲି ମଧ୍ୟରାତ୍ରିରେ ନିଜ ଦେଢ ବର୍ଷର ଛୁଆ ଓ ବିବାହିତା ବୋହୂ ସହ ଉକ୍ତ ଯୁବକ(ପ୍ରେମିକ)ଙ୍କୁ ଶୋଇବା ପଲଙ୍କରେ ଦେଖି ଶ୍ୱଶୁର ଘର ଲୋକେ ଯୁବକଙ୍କୁ ଉତମ ମଧ୍ୟମ ଦେଇ କବାଟ ବନ୍ଦ କରି ଦେଇଥିବାବେଳେ ଆଜି ସକାଳୁ ଉକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଅନ୍ୟପଟେ ହାତକଟା ହୋଇ ମୂମୁର୍ଷ ଅବସ୍ଥାରେ ବିବାହିତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଥିବା ଜଣାପଡିଛି । ପରକିୟା ପ୍ରୀତିର ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରକୋଟ ଥାନା ଅନ୍ତର୍ଗତ ମାଝୀଚାକୁଣ୍ଡାପାଳ ଗାଁରେ ।

ଅନ୍ୟପଟେ ସ୍ଥାନୀୟ ସରପଂଚଙ୍କ ଠାରୁ ଖବରପାଇ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଂଚି ଛାନଭିନ୍‌ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଠାଇଥିବା ସୂଚନା ମିଳିଛି । ତେବେ ଉକ୍ତ ଯୁବକ ନିକଟସ୍ଥ ଭାଟସିଂହ ଗାଁର ଧରଣୀ ନାୟକଙ୍କ ପୁଅ ସୁମ ଓରଫ୍‌ ସୁମନ୍ତ(୨୨) ଗତକାଲି ସଂନ୍ଧ୍ୟାରୁ ନିଖୋଜ ରହିଥିବା ତାଙ୍କ ପରିବାର କହୁଥିବାବେଳେ ତାଙ୍କ ବୋହୁ ସହ ପ୍ରେମ ସମ୍ପର୍କ ଥିବାରୁ ଯୁବକ ଜଣକ ମାଝିଚାକୁଣ୍ଡାପାଳ ଆସି ନିଜ ପ୍ରେମିକା (ବିବାହିତା)ଙ୍କ ଶୋଇବା ଘରେ ଆତ୍ମହତ୍ୟା କରିଥିବା ମହିଳାଙ୍କ ଶ୍ୱଶୁର ଘର ଲୋକଙ୍କ ପକ୍ଷରୁ କୁହାଯାଉଛି । ତେବେ ସେ ଯାହା ହେଉନା କାହିଁକି ସ୍ୱାମୀଙ୍କ ଅନୁପସ୍ଥିତିରେ ନିଜର ଶୋଇବା କୋଠରୀ ଭିତରେ ଏଭଳି ଘଟଣାକୁ ନେଇ ୨ ଗାଁଲୋକ ଭିନ୍ନ ପ୍ରକାର ଆଲୋଚନା କରୁଛନ୍ତି । ତେବେ ସାଇନଟିଫିକ୍‌ ଟିମର ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ୍‌ କହିଛି ।

ସୂଚନାମତେ ବାରକୋଟ ବ୍ଲକ କାଉଁସିବାହାଳ ପଂଚାୟତ ମାଝୀଚାକୁଣ୍ଡାପାଳ ଗାଁର ଶ୍ରଦ୍ଧାକର ମାଝୀଙ୍କ ପୁଅ ନରେନ୍‌ ଓରଫ୍‌ ନରେଶ ଦେବଗଡ ଥାନା ବସାଲଇ ଗାଁର ଲକ୍ଷ୍ମୀଙ୍କୁ ବିବାହ କରିବାସହ ଗୋଟିଏ ପୁତ୍ର ସନ୍ତାନକୁ ନେଇ ହସଖୁସିରେ ପରିବାର ଚଳୁଥିଲା । ଅନ୍ୟପକ୍ଷରେ ନରେଶ୍‌ ଢେଙ୍କାନାଳ ପୁଲିସ୍‌ ଜିଲ୍ଲାରେ ରହି କାମ କରୁଥିବାବେଳେ ତାଙ୍କ ସ୍ତ୍ରୀ ନିଜ ଶାଶୁ, ଶ୍ୱଶୁର ତଥା ୨ ଦିଅର ନବିନ ଓ ରାଜେଶଙ୍କ ସହ ଘରେ ରହୁଥିଲେ । ତେବେ ଗତକାଲି ମଧ୍ୟରାତ୍ରିରେ ଶାଶୁ ପରିଶ୍ରା ପାଇଁ ନିଦରୁ ଉଠିଥିବାବେଳେ ବୋହୁଙ୍କ ଶୋଇବା ଘରୁ କେହି ଫୁରୁର୍‌ ଫାସୁର୍‌ ହେଉଥିବା ଶୁଣି ସ୍ୱାମୀ ଶ୍ରଦ୍ଧାକରଙ୍କ ସହ ଅନ୍ୟ ୨ ପୁଅ ନବିନ ଓ ରାଜେଶକୁ ନିଦରୁ ଉଠାଇଥିଲେ । ଫଳରେ ସେମାନେ ମାଆ ଛୁଆ ସହ ଶୋଇବା ପଲଙ୍କରେ ଉକ୍ତ ଯୁବକ ସୁମନ୍ତକୁ ଦେଖି ଉତମ ମଧ୍ୟମ ଦେବାସହ ସକାଳୁ ଗାଁରେ ମିଟିଂ କରିବାକୁ କବାଟ ବନ୍ଦ କରିଦେଇଥିଲେ । ତେବେ ଆଜି ସକାଳୁ ଖବରପାଇ ସ୍ଥାନୀୟ ସରପଂଚ ଧରଣୀଧର ବେହେରା ବାରକୋଟ ପୁଲିସକୁ ସୂଚନା ଦେବାରୁ ବାରକୋଟ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର ଘଟଣାସ୍ଥଳରେ ପହଂଚି ଉଚ୍ଚ କର୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ଫଳରେ ଆଜି ଅପରାହ୍ନରେ ଏସଡିପିଓ ସୁଲେମାନ ଏକ୍କା ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରିବାପରେ ସାଇନଟିଫିକ୍‌ ଟିମ୍‌କୁ ଡକାଇଥିଲେ । ଫଳରେ ଢେଙ୍କାନାଳରୁ ଅତିରିକ୍ତ ସାଇନଟିଫିକ୍‌ ଅଧିକାରୀ ଇନ୍ସପେକ୍ଟର ତପନ ପ୍ରଧାନଙ୍କ ନେତୃତ୍ୱରେ ଏକ ୪ଜଣିଆ ତଦନ୍ତକାରୀ ଟିମ୍‌ ପହଂଚି ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବାସହ ଅନ୍ୟ କେତେକ ନମୁନା ସଂଗ୍ରହ କରିଥିଲେ । ତେବେ ଘଟଣାଟି ଆଜି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।