PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ସୌମ୍ୟ ମୃତ୍ୟୁ ସସ୍‌ପେନ୍ସ : ବିଦ୍ୟାଭାରତୀଙ୍କ ସହ ସମ୍ପର୍କକୁ ମାନିଲେନି ଡିଏଫଓ, ଜେରା ସମୟରେ ମିଳିଛି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଗଜପତି ୨୩।୭: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ପଚରାଉଚରା କରିବାକୁ ଆଜି ଡିଏଫଓ ଅଫିସରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଓ ପୁଲିସ । ଏହି ମୃତ୍ୟୁ ଘଟଣାରେ ଡିଏଫଓଙ୍କୁ ନେଇ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ ଆଣିଥିଲେ। ଏପରିିକି ବିଦ୍ୟାଭାରତୀଙ୍କ ସହ ସମ୍ପର୍କ ଥିବା ନେଇ ବି ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏସବୁ ଭିତରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି ଜେରା କରିଥିଲା ପୁଲିସ ଓ କ୍ରାଇମବ୍ରାଞ୍ଚ।

୩ ଘଣ୍ଟା ଧରି ଡିଏଫଓଙ୍କୁ ଜେରା କରାଯାଇଥିଲା । ଜେରା ସମୟରେ ବିଦ୍ୟାଭାରତୀଙ୍କ ସହ ସମ୍ପର୍କକୁ ଖଣ୍ଡନ କରିଥିଲେ ଡିଏଫଓ ସଂଗ୍ରାମ କେଶରୀ ବେହେରା । ବିଦ୍ୟାଭାରତୀଙ୍କ ସହ ତାଙ୍କର କୌଣସି ସଂପର୍କ ନଥିବା ଜେରା ବେଳେ ତଦନ୍ତକାରୀ ଟିମ୍ ଆଗରେ ସେ ପ୍ରକାଶ କରିଛନ୍ତି । ଜେରା ଶେଷ ହେବା ପରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ତେବେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ନେଇ ସେ ସୂଚନା ଦେଇଛନ୍ତି । ସେପଟେ କିନ୍ତୁ ଜେରା ସମ୍ପର୍କରେ କୌଣସି ମତାମତ ଦେଇନାହାନ୍ତି ଡିଏଫଓ ।

ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ଡିଏଫଓଙ୍କ କାର୍ଯ୍ୟାଳୟରେ ଚାଲିଥିଲା ଜେରା । କଡା ସୁରକ୍ଷାବଳୟ ମଧ୍ୟରେ ନିଜ ସରକାରୀ ବସଭବନରୁ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଡିଏଫଓ । ଡିଏଫଓ ଆଜି ଅଫିସ ଆସିବା ପାଇଁ ପୁଲିସକୁ ସୁରକ୍ଷା ମାଗିଥିଲେ। ପୂର୍ବରୁ ତାଙ୍କ କାର୍ଯ୍ୟାଳୟରେ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିସାରିଥିଲେ ।

ସୌମ୍ୟଙ୍କ ମୃତ୍ୟୁ ପରେ ଡିଏଫଓଙ୍କ କିଛି ଦିନ ଧରି ଖୋଜ ଖବର ନଥିଲା ଏବଂ ସେ ଅଫିସ ମଧ୍ୟ ଆସୁନଥିଲେ। ପୂର୍ବରୁ ଡିଏଫଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ କି ଏହି ମାମଲାରେ ତାଙ୍କର କୌଣସି ହାତ ନାହଁ ଏବଂ ସୌମ୍ୟଙ୍କ ସହ ତାଙ୍କର ଅଫିସ ସମ୍ପର୍କିତ ସମ୍ପର୍କ ରହିଥିଲା। ତେବେ ଆଜି ଡିଏଫଓଙ୍କୁ ଜେରା ପରେ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।