ପରିବା ଚୋରି କରିବା ଚୋରଙ୍କୁ ପଡିଲା ମହଙ୍ଗା:ଗଛରେ ବାନ୍ଧିଦେଲେ ଗାଁଲୋକେ, ବସିଲା କଙ୍ଗାରୁ କୋର୍ଟ

ଉଦଳା ୨୭/୧୦: ପରିବା ଚାଷୀଙ୍କ ବାଡିରୁ ପରିବା ଚୋରି କରିବା ଦୁଇ ଯୁବକଙ୍କୁ ପଡିଲା ମହଙ୍ଗା। ବାଡିରେ ପଶି ବାଇଗଣ ସମେତ ଅନ୍ୟ ପରିବା ଚୋରି କରିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ଧରା ପଡିଥିଲେ। ପରେ ଦୁଇ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ ଗାଁ ଦାଣ୍ଡରେ ଥିବା ନଡିଆ ଗଛରେ ବାନ୍ଧ ରଖିଥଲେ। ଏହି ଭଳି ଘଟଣା କପ୍ତିପଦା ଥାନା ଶାଳଚୁଆ ଗ୍ରାମର ଘଟିଛି। ଜଣେ ବ୍ୟକ୍ତିଙ୍କ ବାଡିରେ ପରିବା ଚୋରି କରୁଥିବା ବେଳେ ଉକ୍ତ ଗ୍ରାମର ଦୁଇ ଜଣ ଯୁବକ ଧରାପଡିଥିଲେ।

କେବଳ ସେତିକି ନୁହେଁ ଦୁଇ ଯୁବକଙ୍କୁ ବାନ୍ଧି ରଖିବା ସହିତ ସେମାନଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ । ଏହି ଘଟଣା ଜଣାପଡିବା ପରେ ଦୁଇ ଯୁବକଙ୍କ ପରିବାର ଲୋକେ ଏବଂ କିଛି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ ସେମାନେ ଦୁଇ ଯୁବକଙ୍କୁ ଛାଡି ଦେଇଥିଲେ । ସାମାନ୍ୟ ପରିବା ଚୋରି ଘଟଣାକୁ ନେଇ ଗ୍ରାମରେ ଏକ ପ୍ରକାର କଙ୍ଗାରୁ କୋର୍ଟ ବସିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚ।ର ବିଷୟ ପାଲଟିଛି । ତେବେ ଗଛରେ ବନ୍ଧା ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାଯାଇଛି ।