PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା : DFO ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା

ପାରଳାଖେମୁଣ୍ଡି, ୨୩/୦୭ : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା। କଡ଼ା ସୁରକ୍ଷା ଭିତରେ କାର୍ଯ୍ୟାଳୟରେ ଡିଏଫ୍‌ଓଙ୍କୁ ଜେରା କରାଯାଉଛି। ତଦନ୍ତକାରୀ ଅଧିକାରୀ ଓ ଏସଡିପିଓ ସଂଗ୍ରାମ କେଶରୀଙ୍କୁ ଜେରା କରୁଛନ୍ତି। DFO ଓ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ନାମରେ ସୌମ୍ୟଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି।

ପ୍ରକାଶ ଥାଉକି, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ନାୟକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ତଦନ୍ତ ପ୍ରକ୍ରିୟା ଯେତିକି ଆଗକୁ ବଢୁଛି ଦିନକୁ ଦିନ ନୂଆ ଗୁମର ଫିଟିବାରେ ଲାଗିଛି। ପୁଲିସ ଏବଂ କ୍ରାଇମବ୍ରାଞ୍ଚର ମିଳିତ ଟିମ୍‌ ଗୁରୁବାର ସୌମ୍ୟଙ୍କ ସରକାରୀ ବାସଭଭନରେ ୨ ଘଣ୍ଟା କାଳ ତଦନ୍ତ କରିଛି। ଏହାପରେ ତଦନ୍ତକାରୀ ଟିମ୍‌ ଗଣମାଧ୍ୟମକୁ ସୂଚନା ଦେଇ କହିଛି ଯେ, ସରକାରୀ କ୍ୱାର୍ଟସରେ ହିଁ ଏହି ଘଟଣା ଘଟିଛି । ଘରର ବାରିପଟ ସ୍କାଏଲାଇଟରେ ଲାଗିଥିବା ଏକ ମଶା ଜାଲି ପୋଡିଯାଇଛି । ଘର ଏକ କବାଟର କିଛି ଅଂଶ ମଧ୍ୟ ପୋଡିଛି । ତେଣୁ ଏହାହିଁ ଘଟଣାସ୍ଥଳ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକ ।

ତେବେ ବିଦ୍ୟାଭାରତୀ ଏବଂ ସୌମ୍ୟରଞ୍ଜନଙ୍କ ମୋବାଇଲ୍‌ ଜବତ ହୋଇଛି ଏବଂ ତାହାର କଲ୍‌ ରେକର୍ଡ ଯାଞ୍ଚ କରାଯାଉଛି । ସେହିପରି ଗୁରାଣ୍ଡି ଥାନାଧିକାରୀ ମମତା ପଣ୍ଡାଙ୍କ ବିରୋଧରେ ଡିଜିଙ୍କ ନିକଟରେ ସୌମ୍ୟଙ୍କ ବାପା ଫେରାଦ ହେବା ପରେ ସେ ତଦନ୍ତ ପରିସରଭୁକ୍ତ ହେବେ ବୋଲି ଗଜପତି ଏସ୍‌ପି ସ୍ପଷ୍ଟ କରିସାରିଛନ୍ତି । ତାଙ୍କୁ କେବେ ପଚରାଉଚୁରା କରାଯିବ ତାହା ସ୍ପଷ୍ଟ କରିନାହାଁନ୍ତି ତଦନ୍ତକାରୀ ଅଧିକାରୀ ।

ସେପଟେ ସାମ୍ନାକୁ ଆସିଛି ସୌମ୍ୟଙ୍କ ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀଙ୍କ ଦ୍ୱିତୀୟ ହାତଲେଖା ଚିଠି। ଯେଉଁଥିରେ ସ୍ୱାମୀଙ୍କ ପ୍ରତି ଥିବା ତାଙ୍କର ତୀବ୍ର ଘୃଣା ଓ ଦାମ୍ପତ୍ୟ ଉଗ୍ର କଳହ ବାବଦରେ ସ୍ପଷ୍ଟ ସୂଚନା ମିଳୁଛି । ବୁଧବାର ବିଦ୍ୟାଭାରତୀଙ୍କ ଏକ ହାତଲେଖା ଚିଠି ସାମ୍ନାକୁ ଆସିଥିବା ବେଳେ ଗୁରୁବାର ଦ୍ୱିତୀୟ ହାତଲେଖା ପତ୍ର ସାମ୍ନାକୁ ଆସିଛି । ସେଥିରେ ଲେଖା ହୋଇଛି ଛି ଭଗବାନ, ଶତ୍ରୁକୁ ମଧ୍ୟ ଏମିତି ଲୋକ ଗୋଟେ ନଦିଅନ୍ତୁ… ଛି ମହାଦେବ… ପୋକ ପଡୁନି… ଛି ହାରାମଜାଦା ମଣିଷ ମୁଁ ମୋ ଜୀବନରେ ଦେଖିନି… ଏତେ ଦୁଃଖରେ କହିଲି ଆଖି ଲୁହଗୁଡ଼ା ଶଳାକୁ ଦେଖାଗଲାନି… ଛି କେମିତି ଜନ୍ମ… କଣ ପାଇଁ ଜନ୍ମ ହେବ… ରାକ୍ଷସ ଯୋନୀରେ ଜନ୍ମ ହୋଇଛି ପରା… ହେଟ୍‌… ହେଟ୍‌… ହେଟ୍‌… ହେ ଭଗବାନ କିଛି ବି କରି ଛାଡ଼ପତ୍ର କରାଇଦିଅ… ପ୍ରଭୂ ତୋ ପାଖରେ ଜୀବନସାରା ଋଣୀ ହୋଇଯିବି… ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ସେବା କରିବି ସାରା ଜୀବନ… କିନ୍ତୁ କିଛି ବି କରିକି ଛାଡପତ୍ର କରାଇ ଦିଅ… । ଯଦିଓ ଏହି ଲେଖା ବିଦ୍ୟାଭାରତୀ ଲେଖିଛନ୍ତି ନା ଆଉ କିଏ ଲେଖିଛି ଏବଂ କଣ ପାଇଁ ଲେଖିଛନ୍ତି ତାହା ସ୍ପଷ୍ଟ ହୋଇନି, କିନ୍ତୁ ବୁଧବାର ଯେଉଁ କମଳା ରଙ୍ଗର ଖାତାରୁ ହାତଲେଖା ମିଳିଥିଲା ଏବଂ ସେଥିରେ ଯେଉଁ ହସ୍ତାକ୍ଷର ରହିଥିଲା ତାହା ମେଳ ଖାଉଥିବାରୁ ଏହା ବିଦ୍ୟାଭରତୀ ହିଁ ଲେଖି ଥାଇପାରନ୍ତି ବୋଲି କୁହାଯାଉଛି ।