PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଆଇପିଏଲ୍‌ ନିଲାମ : କମିନ୍ସଙ୍କୁ ୧୫.୫ କୋଟିରେ କିଣିଲା କେକେଆର, ବିକ୍ରି ହେଲେ ୬୨ ଖେଳାଳି, ଖର୍ଚ୍ଚ ହେଲା ୧୪୦.୩ କୋଟି ଟଙ୍କା

କୋଲକାତା, ୧୯ା୧୨(ଏଜେନ୍ସି): ଆଗାମୀ ଆଇପିଏଲ୍‌-୧୩ ପାଇଁ ନିଲାମ ପ୍ରକ୍ରୀୟା ଶେଷ ହୋଇଛି । ଅଷ୍ଟ୍ରେଲିଆର ଅଭିଜ୍ଞ ଫାଷ୍ଟ ବୋଲର ପ୍ୟାଟ୍ରିକ୍‌ କମିନ୍ସ ଚଳିତ ବର୍ଷ ସବୁଠୁ ଦାମୀ ଖେଳାଳି ବିବେଚିତ ହୋଇଛନ୍ତି । ତାଙ୍କୁ ୧୫.୫ କୋଟି ଟଙ୍କା ମୂଲ୍ୟରେ କୋଲକାତା ନାଇଟ ରାଇଡର୍ସ କିଣିଛି । ଆଇପିଏଲ୍‌ ଇତିହାସରେ କମିନ୍ସ ସବୁଠୁ ଦାମୀ ବିଦେଶୀ ଖେଳାଳି ଭାବେ ରେକର୍ଡ କରିଛନ୍ତି । ସେ ରାଜସ୍ଥାନ ରୟାଲ୍ସର ବେନ୍‌ ଷ୍ଟୋକ୍ସଙ୍କୁ ପଛରେ ପକାଇ ଦେଇଛନ୍ତି । ସେହିପରି କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଦୀର୍ଘ ୬ ବର୍ଷ ଖେଳିବା ପରେ ଲେଗ୍‌ ସ୍ପିନର ପିୟୂଷ ଚାୱଲା ଆଗାମୀ ସିଜନ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ପକ୍ଷରୁ ଖେଳିବାକୁ ଯାଉଛନ୍ତି । ତାଙ୍କୁ ୬.୭୫ କୋଟି ଟଙ୍କା ମୂଲ୍ୟରେ କିଣିଛି ସୁପରକିଙ୍ଗ୍‌ସ । ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ସେ ସବୁଠୁ ଦାମୀ ସାବ୍ୟସ୍ତ ହୋଇଛନ୍ତି ।

୬୨ ଖେଳାଳିଙ୍କୁ କିଣିଲେ ୮ ଫ୍ରାଞ୍ଚାଇଜ
ଆଗାମୀ ଆଇପିଏଲ୍‌ ପାଇଁ ୮ଟି ଦଳରେ ମାତ୍ର ୭୩ଟି ସ୍ଥାନ ଖାଲି ପଡ଼ିଥିଲା । ନିଲାମ ତାଲିକାରେ ଥିଲେ ୩୩୮ ଖେଳାଳି । ନିଲାମରେ କିଛି ଖେଳାଳିଙ୍କୁ ନେଇ ହୋଇଥିଲା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା । କମିନ୍ସଙ୍କ ବ୍ୟତୀତ ଗ୍ଲେନ୍‌ ମ୍ୟାକ୍ସୱେଲ୍‌, କ୍ରିସ୍‌ ମୋରିସ, ସିମରନ ହେତମେୟାର, ନାଥାନ କଲ୍ଟର ନାଇଲଙ୍କୁ ଫ୍ରାଞ୍ଚାଇଜମାନେ ଚଢ଼ା ଦାମରେ କିଣିଥିଲେ । ମୋଟ୍‌ ୬୨ଜଣ ଖେଳାଳିଙ୍କୁ ଫ୍ରାଞ୍ଜାଇଜମାନେ କିଣିଥିଲେ । ରାଜସ୍ଥାନ ରୟାଲ୍ସ ସର୍ବାଧିକ ୧୧ ଜଣ ଖେଳାଳି କିଣିଥିଲା । କୋଲକାତା ନାଇଟ୍‌ ରାଇଡର୍ସ, କିଙ୍ଗ୍‌ସ ଏକାଦଶ ପଞ୍ଜାବ ୯ ଜଣ ଲେଖାଏଁ ଖେଳାଳି କିଣିଥିବାବେଳେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୮, ଦିଲ୍ଲୀ କ୍ୟାପିଟାଲ୍ସ ୮, ସନରାଇଜର୍ସ ୭, ମୁମ୍ବାଇ ଇଣ୍ଡିଆନ୍ସ ୬ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ସର୍ବନିମ୍ନ ୪ଜଣ ଖେଳାଳି କିଣିଥିଲା ।

ବିଦେଶୀ ଖେଳାଳିଙ୍କ ଚାହିଦା
ଆଜି ନିଲାମରେ ବିଦେଶୀ ଖେଳାଳିଙ୍କୁ ନେଇ ସବୁ ଫ୍ରାଞ୍ଚାଇଜ୍‌ ସକ୍ରୀୟ ରହିଥିଲେ । ବହୁ ଖେଳାଳିଙ୍କୁ କିଣିବା ପାଇଁ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ବିଶେଷ କରି ଅଷ୍ଟ୍ରେଲିଆ ଖେଳାଳିମାନେ ଫ୍ରାଞ୍ଚାଇଜଙ୍କ ପ୍ରଥମ ପସନ୍ଦ ରହିଥିଲେ । ୧୨ଜଣ ଅଷ୍ଟ୍ରେଲୀୟ ଖେଳାଳି ନିଲାମରେ ବିକ୍ରି ହୋଇଥିଲେ । ସେହିପରି ଇଂଲଣ୍ଡରୁ ୭, ୱେଷ୍ଟ ଇଣ୍ଡିଜ୍‌ରୁ ୪, ଦକ୍ଷିଣ ଆଫ୍ରିକାରୁ ୩, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାରୁ ଜଣେ ଲେଖାଏଁ ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍‌ କିଣିଥିଲେ । ସର୍ବାଧିକ ୩୪ ଜଣ ଭାରତୀୟ ଖେଳାଳିଙ୍କ ଉପରେ ମୋହର ଲାଗିଥିଲା ।

ନିଲାମ ପୂର୍ବରୁ କମିନ୍ସଙ୍କୁ ନେଇ ଫ୍ରାଞ୍ଚାଇଜମାନଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବା ଆଶା କରାଯାଉଥିଲା । କମିନ୍ସଙ୍କ ବେସ୍‌ ପ୍ରାଇସ୍‌(ମୂଳ ମୂଲ୍ୟ) ରହିଥିଲା ୨ କୋଟି ଟଙ୍କା । କମିନ୍ସଙ୍କୁ ନେଇ ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଡାକରା ଆରମ୍ଭ ହୋଇଥିଲା । ଉଭୟଙ୍କ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ସାମିଲ ହୋଇଥିଲା କୋଲକାତା ନାଇଟ୍‌ ରାଇଡର୍ସ । କେକେଆର କମିନ୍ସଙ୍କ ପଛରେ ଦାମ ଲଗାଇବା ପରେ ଡାକରାରୁ ଓହରି ନଥିଲା । ଶେଷରେ ରେକର୍ଡ ୧୫.୫ କୋଟି ଟଙ୍କାରେ ତାଙ୍କୁ କିଣିଥିଲା ।

ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଅନ୍ୟତମ ଦାମୀ ଖେଳାଳି ବିବେଚିତ ହୋଇଥିଲେ । ମ୍ୟାକ୍ସୱେଲଙ୍କ ବେସ୍‌ ପ୍ରାଇସ୍‌ ୨କୋଟି ଟଙ୍କା ରହିଥିବାବେଳେ ତାଙ୍କୁ କିଙ୍ଗ୍‌ସ ଏକାଦଶ ପଞ୍ଜାବ ୧୦.୭୫ କୋଟି ଟଙ୍କା ମୂଲ୍ୟରେ କିଣିଥିଲା । ଦକ୍ଷିଣ ଆଫ୍ରିକାର କ୍ରିସ୍‌ ମୋରିସ୍‌ ମଧ୍ୟ ପଛରେ ପଡ଼ି ନଥିଲେ । ମୋରିସଙ୍କ ବେସ୍‌ ପ୍ରାଇସ୍‌ ଦେଢ କୋଟି ଟଙ୍କା ରହିଥିଲା । ତାଙ୍କୁ ୧୦କୋଟି ଟଙ୍କାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଥିଲା ।

ଖେଳାଳିଙ୍କ ପଛରେ ଦାମ ଲଗାଇବାରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ସବୁଠୁ ଆଗରେ ରହିଥିଲା । ମ୍ୟାକ୍ସୱେଲଙ୍କ ବ୍ୟତୀତ ୱେଷ୍ଟ ଇଣ୍ଡିଜ୍‌ ପେସ୍‌ ବୋଲର ସେଲଡନ କଟରେଲଙ୍କୁ ଚଢ଼ା ଦାମରେ କିଙ୍ଗ୍‌ସ ଏକାଦଶ କିଣିଥିଲା । ସେହିପରି କଟରେଲଙ୍କ ମୂଳ ମୂଲ୍ୟ ୫୦ଲକ୍ଷ ଟଙ୍କା ରହିଥିବା ବେଳେ ତାଙ୍କୁ ୮.୫କୋଟି ଟଙ୍କା ମୂଲ୍ୟରେ କିଣିଥିଲା । ଅଷ୍ଟ୍ରେଲିଆର ନାଥାନ କଲ୍ଟର-ନାଇଲଙ୍କ ମୂଳ ମୂଲ୍ୟ ୧କୋଟି ଟଙ୍କା ରହିଥିଲା । ତାଙ୍କୁ ୮କୋଟି ଟଙ୍କାରେ କିଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ୱେଷ୍ଟ ଇଣ୍ଡିଜ୍‌ର ୨୨ବର୍ଷିୟ ବ୍ୟାଟ୍ସମ୍ୟାନ୍‌ ସିମରନ ହେତମେୟାରଙ୍କୁ ନେଇ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ହେତମେୟାରଙ୍କ ବେସ୍‌ ପ୍ରାଇସ୍‌ ରହିଥିଲା ୫୦ଲକ୍ଷ ଟଙ୍କା । ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୭.୭୫ କୋଟି ଟଙ୍କା ମୂଲ୍ୟରେ କିଣିଥିଲା ।

ଭେଟେରାନ ଖେଳାଳିଙ୍କୁ ନେଇ ଗତ ସିଜନ୍‌ରେ ଆଇପିଏଲ୍‌ ଫାଇନାଲ୍‌ରେ ପହଞ୍ଚିଥିବା ଚେନ୍ନାଇ ସୁପର କିଙ୍ଗ୍‌ସ ଇଂଲଣ୍ଡର ଯୁବ ଅଲ୍‌ରାଉଣ୍ଡର ସାମ କୁରାନଙ୍କ ପଛରେ ଅର୍ଥ ଖର୍ଚ୍ଚ କରିବାକୁ ପଛାଇ ନଥିଲା । କୁରାନଙ୍କ ବେସ୍‌ ପ୍ରାଇସ ରହିଥିଲା ୧କୋଟି ଟଙ୍କା । ତାଙ୍କୁ ସୁପରକିଙ୍ଗ୍‌ସ ୫.୫୦ କୋଟି ଟଙ୍କାରେ କିଣିଥିଲା ।
ଇଂଲଣ୍ଡ ଦିନିକିଆ ଦଳର ଅଧିନାୟକ ଇୟନ ମୋର୍ଗାନଙ୍କ ବେସ୍‌ ପ୍ରାଇସ୍‌ ଦେଢ କୋଟି ଟଙ୍କା ରହିଥିଲା । ତାଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ୫.୨୫ କୋଟି ଟଙ୍କା ମୂଲ୍ୟରେ କିଣିଥିଲା । ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ଆରୋନ୍‌ ଫିଞ୍ଚଙ୍କ ପଛରେ ମଧ୍ୟ ଚଢ଼ା ଦାମ ଲଗା ଯାଇଥିଲା । ଗତ ବର୍ଷ ଆଇପିଏଲ୍‌ରୁ ଓହରି ଯାଇଥିବା ଫିଞ୍ଚଙ୍କ ମୂଳ ମୂଲ୍ୟ ୧କୋଟି ଟଙ୍କା ରହିଥିଲା । ତାଙ୍କୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୪.୪ କୋଟି ଟଙ୍କା ମୂଲ୍ୟରେ କିଣିଥିଲା ।

ଚାୱଲା ଦାମୀ ଭାରତୀୟ
ଭାରତୀୟ ଖେଳାଳିଙ୍କ ମଧ୍ୟରେ ପିୟୂଷ ଚାୱଲା ସବୁଠୁ ଦାମୀ ବିବେଚିତ ହୋଇଥିଲେ । ୨୦୧୧ରୁ ଚାୱଲା କେକେଆର୍‌ ଦଳ ପକ୍ଷରୁ ଖେଳିଆସୁଥିଲେ । ଏଥର ନିଲାମ ପୂର୍ବରୁ ସେ ଦଳରୁ ବାଦ ପଡ଼ିଥିଲେ । ଚାୱଲାଙ୍କ ବେସ୍‌ ପ୍ରାଇସ୍‌ ୧କୋଟି ଟଙ୍କା ରହିଥିଲା । ଚେନ୍ନାଇ ସୁପର କିଙ୍ଗ୍‌ସ ତାଙ୍କୁ ୬.୭୫ କୋଟି ଟଙ୍କାରେ କିଣିଥିଲା । ଚାୱାଲାଙ୍କୁ କିଣିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମଧ୍ୟରେ ପ୍ରଥମେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଦେଢ କୋଟି ଟଙ୍କା ପରେ ମୁମ୍ବାଇ ଓହରି ଯାଇଥିଲା । ଏଥର ସାମିଲ ହୋଇଥିଲା ସୁପରକିଙ୍ଗ୍‌ସ । ଦାମ୍‌ ଲଗାଇଥିଲା । ସୁପରକିଙ୍ଗ୍‌ସ ୬କୋଟି ୭୫ଲକ୍ଷ ଟଙ୍କା ଡାକିବା ପରେ କିଙ୍ଗ୍‌ସ ଏକାଦଶ ଓହରି ଯାଇଥିଲା । ଅନ୍ୟ ଭାରତୀୟଙ୍କ ମଧ୍ୟରେ ବରୁଣ ଚକ୍ରବର୍ତ୍ତୀଙ୍କୁ କେକେଆର୍‌ ୪କୋଟି ଟଙ୍କା ମୂଲ୍ୟରେ କିଣିଥିବାବେଳେ ଜୟଦେବ ଉନାକାତଙ୍କୁ ରାଜସ୍ଥାନ ରୟାଲ୍ସ ୩କୋଟି, ଜଶସ୍ୱୀ ଜୈସ୍ୱାଲଙ୍କୁ ୨କୋଟି ୪୦ଲକ୍ଷ ଟଙ୍କା ମୂଲ୍ୟରେ କିଣିଥିଲା ।

ସମ୍ବନ୍ଧିତ ଖବର