ମେ ୧୯ରେ ପାଟକୁରାରେ ନିର୍ବାଚନ

ଭୁବନେଶ୍ୱର ୨୪/୪: ଆସନ୍ତା ମେ ୧୯ରେ ପାଟକୁରାରେ ବିଧାନସଭା ନିର୍ବାଚନ । ପାଟକୁରା ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ । ଏନେଇ ଜାତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ ୧ ରେ ନାମାଙ୍କନ ଦାଖଲ କରାଯିବ । ମେ ୨ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୪ରେ ପ୍ରାର୍ଥୀପତ୍ର ପ୍ରତ୍ଯାହାରର ଅନ୍ତିମ ଦିନ । ମେ ୧୯ରେ ନିର୍ବାଚନ ଅନୁଷ୍ଠିତ ହେବ । ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ କରିଥିଲେ ରିଟର୍ଣ୍ଣିଂ ଅଫିସର ।

ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତ ଗ୍ରହଣ ହୋଇଥାନ୍ତା । କିନ୍ତୁ ଗତ ୨୦ ତାରିଖରେ ପାଟକୁରାର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ହୋଇଯାଇଥିଲା । ଏହି କାରଣରୁ ନିର୍ବାଚନକୁ ସ୍ଥଗିତ ରଖିଥିଲେ ରିଟର୍ଣ୍ଣି ଅଫିସର । ତେବେ ସ୍ଥଗିତ ଥିବା ପାଟକୁରା ବିଧାନସଭା ନିର୍ବାଚନ ସାନି ମତଦାନ ପାଇଁ ଆଜି(ବୁଧବାର) ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କହିରଖୁଛୁ ଏଥିରେ କେବଳ ବିଜେଡି ହିଁ ନୂଆ ପ୍ରାର୍ଥୀ ଦେବ । ଅନ୍ଯ ଦଳ ପ୍ରାର୍ଥୀମାନେ ପରିବର୍ତ୍ତନ ହେବେନି ।

   ସମ୍ବନ୍ଧିତ ଖବର


‘ଏକ ଫୁଲ୍ ଚାର ମାଲି’! ସରକାରୀ ଗାଡ଼ିରେ ଅସଂଜତ ପ୍ରେମ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ ରୋମିଓ ଥାନାରେ କାଟିଲେ ଅଧାରାତି

‘ପ୍ରମେୟ’ର ନବମ ସ୍ୱନକ୍ଷତ୍ର

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି

କରୋନାମୁକ୍ତ ରାସ୍ତାରେ ଓଡ଼ିଶା: ୨୪ଘଣ୍ଟା ଆଉ ୩୭୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ପାର୍

କାର୍ତ୍ତିକେଶ୍ୱର ଭସାଣି ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୬ ପ୍ଲାଟୁନ୍‌ ଫୋର୍ସ ମୁତୟନ: ବିସର୍ଜନ ପାଇଁ ପ୍ରସ୍ତୁତ ରହିଛି ୧୦ ଅସ୍ଥାୟୀ ଜଳାଶୟ