PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାଠ ବୋଝେଇ ଟ୍ରକକୁ ଧକ୍କା ଦେବାପରେ ଡିଜେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ
  • ||
  • ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍‌ ରେଜ୍‌ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ
  • ||
  • ଭୁବନେଶ୍ଵର : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ଜଗନ୍ନାଥ ନଗରରେ ବୋମା ମାଡ଼
  • ||
  • ନୂଆଦିଲ୍ଲୀ : ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୦ ପଜିଟିଭ୍ ଚିହ୍ନଟ
  • ||
  • ସିବିଆଇ ପଞ୍ଝାରେ ପୁଣି ଲାଲୁ ପ୍ରସାଦ : ରେଲୱେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୧୭ଟି ଠିକଣାରେ ଚାଲିଛି ରେଡ୍
  • ||

ପାଟଣାଗଡ଼ ରାଣୀଙ୍କ ସମ୍ପତ୍ତି ୩୦ କୋଟି

ଭୁବନେଶ୍ୱର,୨ା୪(ବ୍ୟୁରୋ): ପାଟଣାଗଡ଼ ରାଣୀ ସଙ୍ଗୀତା କୁମାରୀ ସିଂହଦେଓ ପାଟଣାଗଡ଼ ରାଜ ପରିବାରକୁ ୬୫ ଲକ୍ଷ ଟଙ୍କା ଉଧାର ଦେଇଛନ୍ତି । ଦେଢ଼ କୋଟି ଟଙ୍କାରୁ ଅଧିକ ଅର୍ଥ ସେୟାର ବଜାରରେ ଖଟାଇଛନ୍ତି । ନିର୍ବାଚନ ଆୟୋଗଙ୍କ ନିକଟରେ ଶ୍ରୀମତୀ ସିଂହଦେଓ ଦାଖଲ କରିଥିବା ଏକ ସତ୍ୟପାଠରୁ ଏହା ଜଣାପଡ଼ିଛି । ବଲାଙ୍ଗୀର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ତଥା ଦିଅର କଳିକେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ବିଜେପି ଟିକେଟ୍‌ରୁ ନିର୍ବାଚନ ଲଢ଼ୁଥିବା ପାଟଣାଗଡ଼ ରାଣୀ ନିଜ ସତ୍ୟପାଠରେ ଦର୍ଶାଇଛନ୍ତି, ତାଙ୍କର ମୋଟ୍‌ ସମ୍ପତ୍ତି ପରିମାଣ ୩୦ କୋଟିରୁ ଅଧିକ । ସେଥିରେ ୩ କୋଟି ୬୭ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବା ବେଳେ ୨୭ କୋଟି ୧ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି ।

ସତ୍ୟପାଠ ମୁତାବକ, ଶ୍ରୀମତୀ ସିଂହଦେଓଙ୍କ ଅସ୍ଥାବର ସମ୍ପତ୍ତିରେ ୯୨ ହଜାର ଟଙ୍କା ନଗଦ ରହିଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ୧୬ ଲକ୍ଷ ୫୬ ହଜାର ଟଙ୍କା ଜମା ରହିଛି । ସେହିଭଳି ସେ ଅଂଶଧନ ବଜାରରେ ବିଭିନ୍ନ କମ୍ପାନିରେ ୧ କୋଟି ୫୮ ଲକ୍ଷ ଟଙ୍କାର ପୁଞ୍ଜିନିବେଶ କରିଛନ୍ତି । ତାଙ୍କ ନିକଟରେ ୨୩,୪୪,୭୯୫ ଟଙ୍କାର ସୁନା ଗହଣା ରହିଛି । ନଜି ଝଅି ନାମରେ ନାମତି ନଭିତ୍ରି ିଏକ୍ସପୋର୍ଟକୁ ପାଟଣାଗଡ଼ ମହାରାଣୀ ୧ କୋଟି ୧ ଲକ୍ଷ ଟଙ୍କା ଋଣ ଦେଇଥିବା ବେଳେ ଦାସମତି ଏଣ୍ଟର୍‌ପ୍ରାଇଜେସ୍‌କୁ ୧୧,୧୨,୬୩୯ ଟଙ୍କା ଋଣ ଦେଇଛନ୍ତି । ଏପରିକି ରାଜ ପରିବାରର ବ୍ୟବସାୟ ନିମନ୍ତେ ସେ ୬୫ ଲକ୍ଷ ଟଙ୍କା ଉଧାର ଦେଇଥିବା ଏଥିରେ କୁହାଯାଇଛି । ଏହାବ୍ୟତୀତ ଶ୍ରୀମତୀ ସିଂହଦେଓଙ୍କ ନକିଟରେ ୧୩.୫ ଲକ୍ଷ ଟଙ୍କା ମୂଲ୍ୟର ଏକ ହୋଣ୍ଡା ସିଭିକ୍‌ କାର୍‌ ଥିବା ବେଳେ ୧୯୩୪ ମଡେଲ୍‌ର ଏକ ବୁଇକ୍‌ କାର (୨୫,୦୦୦ ଟଙ୍କା) ରହିଛି । ପାଟଣାଗଡ଼ ରାଣୀଙ୍କ ନାମରେ ୨୭,୦୧,୬୮,୦୦୦ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ଯଦିଓ ତାଙ୍କ ନାମରେ କୌଣସି ଚାଷ ଜମି ନାହିଁ ସେ ୧୨ କୋଟି ୬୫ ଲକ୍ଷ ଟଙ୍କା ମୂଲ୍ୟର ଅଣ-ଚାଷ ଜମି, ୬୧ ଲକ୍ଷ ଟଙ୍କାର ବାଣିଜ୍ୟିକ ବିଲ୍ଡିଂ, ୧୩ କୋଟି ୭୫ ଲକ୍ଷ ଟଙ୍କାର ଆବାସିକ ବିଲ୍ଡିଂର ମାଲିକାଣୀ ରହିଥିବା ଜଣାପଡ଼ିଛି ।

ତେବେ ଗତ ୨/୩ ବର୍ଷ ହେଲା ତାଙ୍କ ବାର୍ଷିକ ଆୟ ହ୍ରାସ ହୋଇଥିବା ଜଣାପଡ଼ିଛି । ୨୦୧୫୧୬ରେ ତାଙ୍କର ଆୟ ୧୦,୧୫,୯୨୬ ଟଙ୍କା ଥିଲା ବେଳେ ୨୦୧୭-୧୮ରେ ଏହା ହ୍ରାସ ଘଟି ୮,୯୩,୦୪୪ ଟଙ୍କା ହୋଇଛି ବୋଲି ଶ୍ରୀମତୀ ସିଂହଦେଓ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଅପରପକ୍ଷେ ପାଟଣାଗଡ଼ ରାଜାଙ୍କ ନିକଟରେ ମୋଟ୍‌ ୧୯ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ରହିଥିବା ସତ୍ୟପାଠରୁ ଜଣାପଡ଼ିଛି । ସେଥିରେ ଅସ୍ଥାବର ସମ୍ପତ୍ତି ପରିମାଣ ୧୩ କୋଟି ୫୪ ଲକ୍ଷ ଟଙ୍କା ହୋଇଥିବା ବେଳେ ୫ କୋଟି ୫୧ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି ।