PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

ପତଞ୍ଜଳି ଉପରେ ମାଡ୍ରାସ ହାଇକୋର୍ଟ ଲଗାଇଲେ ୧୦ ଲକ୍ଷ ଟଙ୍କାର ଜରିମନା, ଜାଣନ୍ତୁ କ’ଣ ରହିଛି ମାମଲା?

https://www.jansatta.com/business/

ନୂଆଦିଲ୍ଲୀ,୭।୮: ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁବେଦ  ଓ ଦିବ୍ୟ ମନ୍ଦିର ଯୋଗ ଟ୍ରଷ୍ଟ  ଦେବେ ୧୦ ଲକ୍ଷ ଟଙ୍କାର ଜରିମନା। ଏନେଇ ଆଜି ମାଡ୍ରାସ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। କୋର୍ଟ ଏହି ଜରିମନା ଲଗାଇବା ପଛରେ ରହିଛି ବାବା ରାମଦେବଙ୍କ ପତଞ୍ଜଳି ଦ୍ବାରା ପ୍ରସ୍ତୁତ  କରୋନ ଔଷଧ ‘କରୋନିଲ୍’କୁ ନେଇ। ପତଞ୍ଜଳି ପକ୍ଷରୁ ଦାବି କରାଯାଇଥିଲା ଆର୍ୟୁବେଦିକ ସୁତ୍ରୀକରଣ ‘କରୋନିଲ’ କରୋନା ଭାଇରସକୁ ଠିକ୍ କରିପାରିବ। ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ କରୋନା ଭାଇରସର ଉପଚାରକୁ ନେଇ ଦାବି କରାଯାଇଥିବା ‘କରୋନିଲ’ ଔଷଧର ଟ୍ରେଡମାର୍କ ଲଗାଇବା ଉପରେ ରୋକ ଲଗାଇ ଦେଇଥିଲେ।

ବିଚାରପତି ସିଭି କାର୍ତ୍ତିକେୟନ ଚେନ୍ନାଇ କମ୍ପାନୀ ଅରୁଦ୍ର ଇଞ୍ଜିନିୟରିଂ ଲିମିଟେଡର ଆବେଦନ ଉପରେ ୩୦ ଜୁଲାଇ ପର୍ଯ୍ୟନ୍ତ ଅନ୍ତରୀଣ ନିର୍ଦେଶ ଜାରି କରିଥିଲେ। ଅରୁଦ୍ରା ଇଞ୍ଜିନିୟରିଂ ଲିମିଟେଡ୍ ଦାବି କରିଥିଲା ​ ଯେ, ୧୯୯୩ ରେ ତାଙ୍କ ପାଖରେ ‘କରୋନିଲ୍’ ଟ୍ରେଡମାର୍କ ଅଟେ।  କରୋନିଲ-୨୧୩ ଏସପିଏଲ ଓ କରୋନିଲ୍-୯୨ ବି’ର ରେଜିଷ୍ଟେ୍ରସନ୍ କରାଯାଇଥିଲା, ସେବେଠାରୁ ଏହାର ରିନ୍ୟୁଆଲ କରୁଛନ୍ତି।

ବାବା ରାମଦେବ ବୁଧବାର କହିଥିଲେ ଯେ, ପତଞ୍ଜଳି ଆର୍ୟୁବେଦ ’କରୋନିଲ’ର ଆବଶ୍ୟକତାକୁ ପୂରଣ କରିବା ପାଇଁ କାମ ଜାରି ରଖିଛି। ଆଜି ପର୍ଯ୍ୟନ୍ତ ସେ ପ୍ରତିଦିନ କେବଳ ୧ ଲକ୍ଷ ପ୍ୟାକେଟ୍ ଯୋଗଇ ପାରୁଛୁ। ସେ କହିଛନ୍ତି, ଆଜି ପ୍ରତିଦିନ ‘କରୋନିଲ୍’ ର ୧୦ ଲକ୍ଷ ପ୍ୟାକେଟ୍ ମଗାଯାଉଛି, କିନ୍ତୁ ଆମେ କେବଳ ୧ ଲକ୍ଷ ପ୍ୟାକେଟ୍ ଦେଇପାରୁଛୁ। କରୋନିଲର ମୂଲ୍ୟ କେବଳ ମାତ୍ର ୫୦୦ ଟଙ୍କା ରଖାଯାଇଛି, କିନ୍ତୁ ଯଦି ଆମେ ଏହାର ମୂଲ୍ୟ ୫୦୦୦ ଟଙ୍କା ରଖାଯାଇଥାଏ ତେବେ ଆଜି ଆମେ ସହଜରେ ୫ହଜାର କୋଟି ଟଙ୍କା ରୋଜଗାର କରିପାରିତାନ୍ତୁ। କିନ୍ତୁ ଆମେ ଏଭଳି କରିନୁ।

ଉଲ୍ଳେଖନୀୟ ଯେ, କରୋନିଲ୍ ଲଞ୍ଚ ହେବା ପୂର୍ବରୁ ବାବା ରାମଦେବ ଦାବି କରିଥିଲେ ଯେ, କରୋନିଲ୍ ଔଷଧ କରୋନା ରୋଗୀଙ୍କୁ ଠିକ୍ କରିପାରେ। ତେବେ ଆୟୁଷ ମନ୍ତ୍ରଣାଳୟ କହିଥିଲା, ପତଞ୍ଜଳି ଏହି ଔଷଧକୁ ଇମ୍ୟୁନିଟି ବୁଷ୍ଟର ଭାବରେ ବିକ୍ରୀ ହୋଇପାରିବ। ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଥିଲା ଯେ, ‘କରୋନିଲ୍’କୁ କରୋନା ଭାଇରସର ଚିକିତ୍ସା ଭାବରେ ବିକ୍ରି କରିହେବନି।

ସମ୍ବନ୍ଧିତ ଖବର