
ନୂଆଦିଲ୍ଲୀ – ପତଞ୍ଜଳି ଗ୍ରୁପ୍ର ସଂରକ୍ଷକ ତଥା ଯୋଗ ଗୁରୁ ବାବା ରାମଦେବଙ୍କର ଛୋଟ ଭାଇ ରାମ ଭରତ ଓ ତାଙ୍କର ବରିଷ୍ଠ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ରୁଚି ସୋୟାର ବୋର୍ଡରେ ସ୍ଥାନ ମିଳିଛି । ରାମ ଭରତଙ୍କୁ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଚେୟାରମ୍ୟାନ କରାଯାଇଛି । ହେଲେ ଏବେ ଏହା ସେୟାରହୋଲଡରଙ୍କ ଦ୍ୱାରା ଆପ୍ରୁଭ୍ ଦେବାକୁ ବାକିଅଛି ।
ଉଲ୍ଲେଖନୀୟ ଯେ, ନ୍ୟୁଟ୍ରିଲା ଫୁଡ୍ ବ୍ରାଣ୍ଡ ବିକୁଥିବା ସୋୟା ଫୁଡ୍ କମ୍ପାନୀ ରୁଚୁ ସୋୟାକୁ ପତଞ୍ଜଳି ଗ୍ରୁପ୍ ଗତ ବର୍ଷ ୪,୩୫୦ କୋଟି ଟଙ୍କାରେ କିଣିଥିଲା ।
ରୁଚି ସୋୟା ଇଣ୍ଡଷ୍ଟ୍ରୀ ଲିମିଟେଡ୍ ନିଜର ଶେୟାରଧାରୀଙ୍କୁ ନୋଟିସ୍ ଜାରି କରି ସେ ୪୧ ବର୍ଷର ରାମ ଭରତଙ୍କୁ ମ୍ୟାନେଜିଂ ଡାଇରେକ୍ଟର ପଦରେ ନିଯୁକ୍ତ ପାଇଁ ମଞ୍ଜୁରୀ ମାଗିଛନ୍ତି। ବାବା ରାମଦେବଙ୍କୁ ମଧ୍ୟ କମ୍ପାନୀରେ ଡାଇରେକ୍ଟର କରାଯାଇଛି ।
ରୁଚି ସୋୟାକୁ ପତଞ୍ଜଳି ଆୟୁର୍ବେଦ ଲିମିଟେଡ, ଦିବ୍ୟ ଯୋଗ ମନ୍ଦିର ଟ୍ରଷ୍ଟ , ପତଞ୍ଜଳି ପରିବହନ ପ୍ରାଇଭେଟ୍ ଲିମିଟେଡ୍ ଓ ପତଞ୍ଜଳି ଗ୍ରାମୋଦ୍ୟୋଗର କନସୋର୍ଟିୟମ ମିଶି କିଣିଥିଲା । ଏବେ ନୂଆ ମ୍ୟାନେଜରଙ୍କୁ ନିଜର ବୋର୍ଡ ଚୟନ କରିବାର ଅଧିକାର ରହିଛି ।
ରୁଚି ସୋୟା କହିଛି , କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ୧୯ ଅଗଷ୍ଟ ୨୦୨୦ରେ ଆୟୋଜିତ ବୈଠକରେ ଶ୍ରୀରାମ ଭରତଙ୍କୁ ୧୯ ଅଗଷ୍ଟ ୨୦୨୦ରୁ ୧୭ ଡିସେମ୍ୱର ୨୦୨୦ ପର୍ଯ୍ୟନ୍ତ ମ୍ୟାନେଜିଂ ଡାଇରେକ୍ଟର ବଛା ଯାଇଛି । ତାଙ୍କର ପଦ ଏବେ ପୂର୍ଣ୍ଣକାଳିନ ନିର୍ଦ୍ଦେଶକ ସ୍ଥାନରେ ମ୍ୟାନେଜିଂ ଡାଇରେକ୍ଟର ହେବ ।
ନୋଟିସ୍ ମୁତାବକ ରାମ ଭରତଙ୍କୁ ବାର୍ଷିକ କେବଳ ୧ ଟଙ୍କା ଦରମା ଦିଆଯିବ । ଅର୍ଥାତ୍ ସେ କେବଳ ପ୍ରତୀକାତ୍ମକ ଭାବେ ଦରମା ନେବେ ଏବଂ ଗୋଟେ ପଟେ କମ୍ପାନୀର ସେବା କରିବେ । ଏହିପରି ଆଚାର୍ଯ୍ୟ ବାଳକୃଷ୍ଣ ମଧ୍ୟ ବାର୍ଷିକ ୧ ଟଙ୍କାର ପ୍ରତିକାତ୍ମକ ଦରମା ନେବେ ।