ପତଞ୍ଜଳୀର ସିିଇଓ ବାଳକୃଷ୍ଣ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ହରିଦ୍ୱାର ୨୩/୮: ପତଞ୍ଜଳୀ ଯୋଗପୀଠର ମହାମନ୍ତ୍ରୀ ତଥା ପତଞ୍ଜଳୀ ଆୟୁର୍ବେଦର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଋଷିକେଶ ସ୍ଥିତ ଏମ୍ସରେ ଆଡମିଟ୍ କରାଯାଇଛି । ପତଞ୍ଜଳୀ ଯୋଗପୀଠର ସୂଚନା ଅନୁସାରେ ଶୁକ୍ରବାର ଯୋଗଗୁରୁ ବାବା ରାମଦେବଙ୍କ ସହଯୋଗୀ ଆଚାର୍ଯ୍ଯ ବାଳକୃଷ୍ଣଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇପଡିଥିଲା ।

ଯେଉଁ ସମୟରେ ସେ ଅସୁସ୍ଥ ହୋଇପଡିଥିଲେ ସେହି ସମୟରେ ସେ ହରିଦ୍ୱାରର ପତଞ୍ଜଳୀ ଯୋଗପୀଠର କାର୍ଯ୍ୟାଳୟରେ ଥିଲେ । ଆନନ-ଫାନନରେ ଯୋଗପୀଠର ଚିକିତ୍ସକମାନେ ତାଙ୍କ ସ୍ୱାସ୍ଥ୍ୟର ପରୀକ୍ଷା ନିରୀକ୍ଷା କଲେ । ଏହା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଭୂମାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଗଲା । ସେଠାରେ ଡାକ୍ତରମାନେ ସମୟ ନଷ୍ଟ ନକରି ତୁରନ୍ତ ତାଙ୍କୁ ଋଷିକେଶ ଏମ୍ସକୁ ରେଫର କଲେ । ଏବେ ତାଙ୍କ ସ୍ୱାସ୍ଥ୍ଯାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା ମିଳିଛି ।

ଦେଶର ୧୦ ଧନୀଙ୍କ ମଧ୍ଯରେ ସାମିଲ ଅଛନ୍ତି ବାଳକୃଷ୍ଣ
ଚଳିତବର୍ଷ ଫେବୃୟାରୀରେ ଆସିଥିବା ଆକଳନ ଅନୁସାରେ ଏପଏମସିଜି କମ୍ପାନୀ ପତଞ୍ଜଳୀର ସିଇଓ ବାଳକୃଷ୍ଣ ଏବେ ଦେଶର ଟପ୍ ୧୦ ଧନୀଙ୍କ ମଧ୍ଯରେ ସାମିଲ । ତାଙ୍କ ସମ୍ପତ୍ତିରେ ୩୨୦ ପ୍ରତିଶତ ବୃଦ୍ଧି ପାଇଛି । ବାଳକୃଷ୍ଣ ଗତ ବର୍ଷ ୨୫ତମ ସ୍ଥାନରେ ଥିଲେ । କିନ୍ତୁ ଏଥର ସେ ୮ମ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କ ସମ୍ପତ୍ତି ୧୭୩ ପ୍ରତିଶତ ବୃଦ୍ଧି ପାଇ ୭୦ ହଜାର କୋଟି ଟଙ୍କାରେ ପହଞ୍ଚି ଯାଇଛି । ଗତ ଆର୍ଥିକ ବର୍ଷରେ ପତଞ୍ଜଳୀର ବ୍ୟବସାୟ ୧୦,୫୬୧ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା । ଏପରିକି ଅନେକ ବିଦେଶୀ ବ୍ରାଣ୍ଡକୁ ମଧ୍ଯ ତାଙ୍କ କମ୍ପାନୀ ଟକ୍କର ଦେଉଛି ।

   ସମ୍ବନ୍ଧିତ ଖବର


କରୋନାରେ ହୋଇଥିବା ପ୍ରକୃତ ମୃତ୍ୟୁ ସଂଖ୍ୟା ଭାରତ, ରୁଷ ଓ ଚୀନ୍ ଲୁଚାଉଛନ୍ତି: ଟ୍ରମ୍ପ

ଉତ୍ତରପ୍ରଦେଶରେ ଓଡ଼ିଆ ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା

ମେସିନ୍‌ ଜାଳି ଚାଷୀଙ୍କୁ ଅପମାନ କରିଛନ୍ତି ବିରୋଧୀ, କୃଷି ବିଲ୍‌ ନେଇ ବିରୋଧୀଙ୍କୁ ମୋଦିଙ୍କ କଡା ଜବାବ

ଦୁର୍ଗା ବେଶରେ ନୁସରତ୍‌ ଜାହାଁ, ମିଳିଲା ହତ୍ୟା ଧମକ

ଟିକା ଉତ୍ପାଦନ ଦ୍ୱିଗୁଣିତ କରିବ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ଭାରତ ସମେତ ଅନ୍ୟଦେଶକୁ ମିଳିବ ୨୦ କୋଟି ଟିକା

କରୋନାରୁ ମିଳୁଛି ସାମାନ୍ୟ ଆଶ୍ବସ୍ତି,ଦୈନିକ ସଂକ୍ରମଣରେ ଲାଗୁଛି ବ୍ରେକ୍‌…